ପ୍ରଫୁଲ୍ଲଙ୍କ ନିଆରା ପ୍ରୟାସ : ସୁପରହିରୋଙ୍କୁ ସଂକ୍ରମଣରୁ ବଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର,୨ା୪(ବ୍ୟୁରୋ)-କରୋନାର କରାଳ ରୂପ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ବୁଲୁଥିବା ଗାଇଗୋରୁ, କୁକୁର, ବିଲେଇ ବଞ୍ଚତ୍ବାକୁ ସଂଘର୍ଷ କରୁଛନ୍ତି। ଏଭଳିସ୍ଥଳେ ମାନବିକତା ଦେଖାଇ ସମାଜ ପାଇଁ କିଛି କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସଂଗଠନ। ଅସହାୟଙ୍କୁ ସାହାରା ହେଉଛନ୍ତି ଓ ଜୀବଜନ୍ତୁଙ୍କୁ ଖାଦ୍ୟ ଦେଉଛନ୍ତି। କରୋନା ସଂକ୍ରମଣ ଭୟକୁ ଖାତିର ନକରି ଲୋକଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମ କିଛି ଯୁବ ଗୋଷ୍ଠୀ। ସହର ସାରା ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀଙ୍କୁ ସଂକ୍ରମଣ ହେବାର ବହୁଳ ଆଶଙ୍କା ରହିଥିବାବେଳେ ସେମାନଙ୍କୁ ଏଥିରୁ ରକ୍ଷା କରିବା ଲାଗି ପୁରୁଣା ଭୁବନେଶ୍ୱରର ପ୍ରଫୁଲ୍ଲ ସ୍ବାଇଁ ନାମକ ଜଣେ ଯୁବକ ନିଜସ୍ବ ପ୍ରଚେଷ୍ଟାରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି।
ପ୍ରଫୁଲ୍ଲ ଓ ତାଙ୍କ ସହ କିଛି ଯୁବ ସ୍ବେଚ୍ଛାସେବୀ ମିଶି ପୁରୁଣା ଭୁବନେଶ୍ୱରର ବିଭିନ୍ନ ପୋଲିସ ଷ୍ଟେଶନକୁ ବିଶୋଧନ କରୁଛନ୍ତି। ଏହାସହ ପୋଲିସଙ୍କୁ ମାଗଣା ସାନିଟାଇଜର ଓ ମାସ୍କ ବଣ୍ଟନ କରୁଛନ୍ତି। କେବଳ ପୋଲିସ ଷ୍ଟେଶନ ନୁହେଁ, ପୋଲିସମାନେ ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଏମାନେ ବିଶୋଧନ କରୁଛନ୍ତି। ଏନେଇ ପ୍ରଫୁଲ୍ଲ କହିଛନ୍ତି, ପୋଲିସ୍‌ ଷ୍ଟେସନକୁ ପୋଲିସ ବ୍ୟତୀତ ବାହାର ଲୋକ ମଧ୍ୟ ଆସୁଛନ୍ତି। ସେହିଭଳି ଅନ୍ୟ କାର୍ଯ୍ୟାଳୟ ଭଳି ବର୍ତ୍ତମାନ ସମୟରେ ପୋଲିସ ଷ୍ଟେସନକୁ ବନ୍ଦ କରିବା ମଧ୍ୟ ଅସମ୍ଭବ। ପୋଲିସ କର୍ମଚାରୀମାନେ ଓଭର ଟାଇମ୍‌ କାମ କରୁଥିବା ବେଳେ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି ଓ ବହୁ ଲୋକଙ୍କ ସଂସ୍ପର୍ଷରେ ଆସୁଛନ୍ତି। ତେଣୁ ସେମାନଙ୍କୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଏହାସହ ପ୍ରଫୁଲ୍ଲଙ୍କ ଏହି ଟିମ୍‌ ସ୍ଥାନୀୟ ଲୋକଙ୍କୁ ମଧ୍ୟ କରୋନା ସଂକ୍ରମଣ ବିଷୟରେ ସଚେତନ କରୁଛନ୍ତି। ଗରିବ ଲୋକଙ୍କୁ ସାନିଟାଇଜର ସହ ମାସ୍କ ବାଣ୍ଟୁଛନ୍ତି। କେହି ଯେମିତି ଭୋକିଲା ନ ରହିବେ ସେଥିଲାଗି ଅସହାୟ ଓ ଅଭାବୀ ପରିବାରକୁ ରାଶନ ଓ ଖାଦ୍ୟ ସାମଗ୍ରୀ ଦେଉଛନ୍ତି। ସାହି, ଗଳି ବୁଲି ଲୋକଙ୍କ ଘର ସମ୍ମୁଖକୁ ସାନିଟାଇଜ୍‌ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri