ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୁରୀ ମହନ୍ତ

ପୁରୀ ଅଫିସ,୪।୯: ଶ୍ରୀକ୍ଷେତ୍ର ପୁରୀରେ ଲାଗି ରହିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବୁଧବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ମହନ୍ତମାନେ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ପୁରୀରେ ଏବେକାର ସ୍ଥିତିକୁ ନେଇ ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତେବେ ଶ୍ରୀମନ୍ଦିର ପରିସରରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଆଉ ଏହି ୭୫ ମିଟର ପରିଧି ମଧ୍ୟରେ ପ୍ରାୟ ୧୮ଟି ପୁରାତନ ମଠ ରହୁଛି। କିନ୍ତୁ ରାଜ୍ୟ ସରକାର ଏହାର ସୁରକ୍ଷା ପରିବର୍ତ୍ତେ ଏହାକୁ ନଷ୍ଟ କରୁଛନ୍ତି ବୋଲି ଉକ୍ତ ଚିଠିରେ ମହନ୍ତମାନେ ଉଲ୍ଲେଖ କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏଜି ମିଛକଥା କହିଛନ୍ତି। ଉଚ୍ଛେଦ ନେଇ ମଠ ମହନ୍ତଙ୍କ ସହମତି ଥିବା କଥା ମିଛ ବୋଲି କୁହାଯାଇଛି। ବରଂ ମଠ ଉଚ୍ଛେଦ ପାଇଁ ମହନ୍ତମାନେ ଆଦୌ ସହମତି ଦେଇ ନାହାଁନ୍ତି ବୋଲି ଉଲ୍ଲେଖ କରାଯାଇଛି। ଏବେ ଜିଲା ପ୍ରଶାସନ ଉଚ୍ଛେଦ ପାଇଁ ଆମ ଉପରେ ଚାପ ପକାଉଥିବା ସେମାନେ ଦର୍ଶାଇଛନ୍ତି। ଏହି ଉଚ୍ଛେଦ ଘଟଣାକୁ ନେଇ ସୁପ୍ରିମକୋର୍ଟ ଆମିକସକ୍ୟୁରି ଓ ଏସ୍‌ଜିଙ୍କୁ ପୁରୀ ଆସିବାକୁ କହିଛନ୍ତି। ହେଲେ ସରକାର ତାଙ୍କୁ ଅପେକ୍ଷା ନ କରି ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଥିବା ସେମାନେ କହିଛନ୍ତି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ମହନ୍ତମାନେ ନିବେଦନ କରିଛନ୍ତି। ଐତିହ୍ୟର ସୁରକ୍ଷା ପାଇଁ ଉଚ୍ଛେଦ ଉପରେ ରହିତାଦେଶ ପାଇଁ ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୬ ବୃଦ୍ଧାଶ୍ରମକୁ ଦିଆଯିବ ମେଡିକାଲ କିଟ୍‌

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟର ୫୬ଟି ବୃଦ୍ଧାଶ୍ରମକୁ ମେଡିକାଲ କିଟ୍‌ ଯୋଗାଇ ଦିଆଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ଏହି...

ଗଡୁନି ଗାଡ଼ି, ଚିନ୍ତାରେ ଚାଳକ

ବଇଣ୍ଡା, ୮ା୬(ଡି.ଏନ.ଏ.)  ବଞ୍ଚିବା ପାଇଁ ବାଛିଥିବା ବାଟରୁ ରୋଜଗାର ମିଳୁନି। କରୋନା କଟକଣା ଯୋଗୁ ବୃତ୍ତିରେ ତାଲା ପଡିଛି। ଏବେ ସଂକ୍ରମଣ ଭୟଠାରୁ ବଳିଯାଇଛି ପେଟପାଟଣା ଚିନ୍ତା।...

ବିଧାୟକଙ୍କ ବିରୋଧରେ ଏମ୍‌ପି କରୁଛନ୍ତି ଷଡ଼ଯନ୍ତ୍ର

ପାଲଲହଡା,୧୯ା୩(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଷଡ଼ଯନ୍ତ୍ର କରୁଥିବା ପାଲଲହଡ଼ା ବ୍ଲକ ବିଜେଡି ସଭାପତି...

ହୋମ କ୍ୱାରାଣ୍ଟାଇନ୍‌ରେ ଜିଲାର ୪,୭୭୩ ଜଣ

ଫୁଲବାଣୀ ଅଫିସ, ୨୮ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ...

ଖେଳୁଥିବା ବେଳେ ଧସିଲା ବାଲିକୁଦ: ପୋତିହୋଇଗଲେ ୩ ଶିଶୁ, ଜଣେ ମୃତ

ଆର.ଉଦୟଗିରି,୨୭ା୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମପଞ୍ଚାୟତର ପାଟପାଣୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଦୀ ବାଲିରେ ଖେଳୁଥିବା ସମୟରେ...

ପଶ୍ଚିମବଙ୍ଗରେ ଅମ୍ଫନ୍‌ ମୁକାବିଲା: ବଲାଙ୍ଗୀରର ୨୨ଜଣିଆ ଓଡ୍ରାଫ ଟିମ୍‌ଙ୍କୁ ପ୍ରଶଂସା

ବଲାଙ୍ଗୀର ଅଫିସ,୩।୬: ଗତ କିଛିଦିନ ପୂର୍ବରୁ ସାମୁଦ୍ରିକ ଝଡ଼ ଅମ୍ଫନ୍‌ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲିକତା ସହର ଓ ସାରା ରାଜ୍ୟରେ ଅନେକ...

ଲଘୁଚାପ: ଓଡ଼ିଶାରେ ପ୍ରଭାବ ନାହିଁ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପରେ ପରିଣତ...

ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ: ସ୍ବେଚ୍ଛାସେବୀଙ୍କ ସେବା ପ୍ରଶଂସନୀୟ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ୫୬ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ...

Advertisement
Archives

Model This Week