Posted inଫୁରସତ

ପ୍ରଥମ ଦରମା ବାପାଙ୍କ ପାଖକୁ ପଠାଇଥିଲି: ସାମାଜିକ କର୍ମୀ ରାମ ଶଙ୍କର

ଖୋର୍ଦ୍ଧା ସହର ମୁକୁନ୍ଦପ୍ରସାଦରେ ମୋର ଜନ୍ମ। ସ୍ଥାନୀୟ ବିଜେବି ହାଇସ୍କୁଲରୁ ସ୍କୁଲ ପଢ଼ା ସାରି ବାଙ୍କୀ କଲେଜରେ ଗ୍ରାଜୁଏଶନ ଯାଏଁ ପଢ଼ିଥିଲି। ତା’ପରେ ପାରାଦୀପ ପୋର୍ଟରେ କ୍ଲରିକାଲ୍‌ ପୋଷ୍ଟରେ ଚାକିରି କଲି। ଏହା ଥିଲା ୧୯୮୦ ମସିହାର କଥା। ସେତେବେଳେ ମୋତେ ହଜାରେ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇବା ପରେ ବାପାଙ୍କ ପାଖକୁ ତିନିଶହ ଟଙ୍କା ପଠାଇ ବାକି ସାତଶହ ଟଙ୍କା ନିଜ ପାଖେ ରଖିଥିଲି। ଏହି ଧାରା ମୋର ବହୁଦିନ ଯାଏଁ ଚାଲିଥିଲା। ତା’ସହିତ ତାଳଦେଇ ଚାକିରି କ୍ଷେତ୍ରରେ ପଦୋନ୍ନତି ଘଟିବା ସଙ୍ଗେ ସଙ୍ଗେ ଦାୟିତ୍ୱ ବି ବଢୁଥିଲା। ଏପରିକି ପାରାଦୀପ ପୋର୍ଟ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଓ ପରେ ସଭାପତି ଭାବେ ବି ମୋତେ ବେଶ୍‌ କିଛିଦିନ ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା; ଯଦ୍ଦ୍ବାରା ଶ୍ରମିକମାନଙ୍କ ସହ ମୋର ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ମୁଁ ଜାଣିବାକୁ ପାଇଲି, ଶ୍ରମିକମାନଙ୍କ ମଧ୍ୟରୁ ଅନେକେ ଏମିତି ଅଛନ୍ତି ଯେଉଁମାନେ ନିରକ୍ଷର ସହ ନିଶା ସେବନ କରୁଛନ୍ତି। ସେମାନଙ୍କ ପାଖେ ଠିକ୍‌ଭୁଲ୍‌ ବିଚାର କରିବାର ସାମର୍ଥ୍ୟ ନାହିଁ କି ସାମାଜିକ, ପାରିବାରିକ ସଚେତନତା ବି ନାହିଁ। ସେମାନେ ନିଶା ସେବନ କରୁ ନାହାନ୍ତି ବରଂ ନିଶା ସେମାନଙ୍କୁ ଓ ସେମାନଙ୍କର ପରିବାରକୁ ନଷ୍ଟ କରିବାରେ ଲାଗିଛି। ଏସବୁ କଥା ଜାଣିବା ପରେ ମୋତେ ବହୁତ କଷ୍ଟ ହୋଇଥିଲା। ଠିକ୍‌ ସେତିକି ବେଳେ ସରକାର ବି ନିୟମ କଲେ, ଆଉ ଟିପଚିହ୍ନରେ ଶ୍ରମିକମାନଙ୍କୁ ମଜୁରି ମିଳିବ ନାହିଁ। ତେଣୁ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ବାଟକୁ ଆଣିବା ପାଇଁ ପ୍ରୟାସକରି ସେମାନଙ୍କ ବସ୍ତିକୁ ଗଲି ଆଉ ୫ରୁ ୧୦ ଜଣ ନିରକ୍ଷର ଶ୍ରମିକଙ୍କୁ ଏକାଠିକରି ବୁଝାଇ ପାଠ ପଢ଼ାଇବାକୁ ରାଜି କରାଇଲି। ତା’ସହ ସେମାନଙ୍କ ମନରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସେମାନଙ୍କୁ ସିଲଟ, ଖଡ଼ି ଓ ରାତିରେ ପଢ଼ିବାକୁ ଲଣ୍ଠନ ବି ଦେଲି। ସେମାନଙ୍କୁ ଅ-ଆ ଓ ୧ରୁ ୧୦୦ ପର୍ଯ୍ୟନ୍ତ ଲେଖିବା, ଟଙ୍କା ଗଣି ଶିଖିବା ଏବଂ ନିଜ ନାମ ଦସ୍ତଖତ କରିବା ଇତ୍ୟାଦି ଶିଖାଇଲି। ପାଠପଢ଼ା ସମେତ ସେହି ବସ୍ତିରେ ନିଶା ନିବାରଣ କାର୍ଯ୍ୟକ୍ରମ ବି କଲି। ଧୀରେ ଧୀରେ ମୋ ଉଦ୍ୟମ କେତେକାଂଶରେ ସଫଳ ହେବାକୁ ଲାଗିଲା। ପାଖାପାଖି ୩୫ ବର୍ଷ ପାରାଦୀପ ପୋର୍ଟରେ କାମ କରିବା ଭିତରେ ନିଜସ୍ବ ଉଦ୍ୟମରେ ମୁଁ ପ୍ରାୟ ୬୦/୭୦ ଜଣ ଶ୍ରମିକଙ୍କୁ ଶିକ୍ଷିତ କରାଇବା ସହ ସେମାନଙ୍କୁ ନିଶାମୁକ୍ତ ବି କରାଇ ପାରିଥିଲି। ଏହା ମୋତେ ଆଗକୁ କର୍ମଭୂମି ସମେତ ଜନ୍ମଭୂମିରେ ବି କିଛି ସମାଜ ମଙ୍ଗଳ କାମ କରିବା ପାଇଁ ପ୍ରେରଣା ଦେଇଥିଲା। ଫଳରେ ଚାକିରିରୁ ଅବସର ନେବାକୁ ଆହୁରି ତିନିବର୍ଷ ବାକି ଥିବା ସତ୍ତ୍ୱେ ମୁଁ ଚାକିରି ଛାଡ଼ି ୨୦୧୫ରେ ଜନି୍ମତ ସହରକୁ ଫେରିଆସିଲି ଏବଂ ନିଜସ୍ବ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭକଲି। ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ବ୍ଲକ୍‌ ତଥା ଖୋର୍ଦ୍ଧା, ଜଟଣୀ ମ୍ୟୁନିସିପାଲିଟି ଅଧୀନରେ ଥିବା ସମସ୍ତ ହାଇସ୍କୁଲ ଓ କଲେଜକୁ ମଝିରେ ମଝିରେ ଯାଇ ଛାତ୍ରୀଛାତ୍ରଙ୍କୁ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର କିପରି ବ୍ୟବହାର କରିହେବ ସେ ନେଇ ସଚେତନତା ସୃଷ୍ଟି କଲି। ତା’ସହିତ ନିଶାଠାରୁ କିପରି ଦୂରେଇ ରହିବେ, ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ କିପରି ବର୍ଜନ କରିବେ ସେ ବିଷୟରେ ବି ସେମାନଙ୍କୁ ଉଦାହରଣ ମାଧ୍ୟମରେ ବୁଝାଇବାକୁ ଚେଷ୍ଟାକଲି। ଏହି କାର୍ଯ୍ୟକ୍ରମ ମୋର ଏବେ ବି ଜାରି ରହିଛି॥ ତା’ସହିତ ମୁଁ ମୋ ଘରେ ଏକ ଛାତ୍ରାବାସ ବି ଗଢ଼ିଛି, ଯାହାର ନାଁ ଦେଇଛି ବିଶ୍ୱାମିତ୍ର ଛାତ୍ରାବାସ। ଏଠାରେ ଯେଉଁ ପିଲାମାନେ ରୁହନ୍ତି, ସେମାନେ ୬ଦିନ ଯାକ ସେମାନଙ୍କ ପାଠ ପଢ଼ିଥାନ୍ତି। ପ୍ରତି ରବିବାରରେ ପ୍ରାୟ ଦୁଇଘଣ୍ଟା ମୁଁ ସେମାନଙ୍କୁ ମୌଳିକ ଶିକ୍ଷା ଦେଇଥାଏ, ଯାହା ସେମାନଙ୍କ ଜୀବନରେ କିଛିଟା ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ତା’ସହିତ ଲେଖାଲେଖି ବି ମୁଁ କରେ। ବିଶେଷକରି ଅର୍ଥନୀତି ସମ୍ବନ୍ଧୀୟ ଅନେକ ଲେଖା ମୋର ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ସେହିପରି ମୋ ଲିଖିତ ଭୋକ, ଛାତ ଓ ଛାତି, ନନା ଓ ନେତା, ମାଗୁଣିର ଟ୍ରଲି ରିକ୍ସା ଶୀର୍ଷକ କ୍ଷୁଦ୍ରଗଳ୍ପ ଏବଂ ଦୁଇଟି ଝିଅର ଇଚ୍ଛା, ହିରୋ ନିମ୍ବର ଓ୍ବାନ୍‌ ଇତ୍ୟାଦି ପ୍ରବନ୍ଧ ବେଶ୍‌ ପାଠକାଦୃତ ହୋଇପାରିଛି। ତେଣୁ ଏହିସବୁ କାର୍ଯ୍ୟ ଭିତରେ ମୋ ସମୟ କେମିତି ବିତିଯାଉଛି ଜଣାପଡୁନି। ମୁଁ ସର୍ବଦା ଗୋଟିଏ କଥା ଉପରେ ବିଶ୍ୱାସକରେ ତାହା ହେଉଛି ‘ପଢ଼ିଲେ ଜାଣିବ, ଜାଣିଲେ ଜିଣିବ’। ତେଣୁ ସବୁବେଳେ କିଛି ନା କିଛି ନୂଆ ବିଷୟ ପଢ଼ିବା ପାଇଁ ମୁଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥାଏ। ତା’ସହିତ ଯେଉଁ ବରିଷ୍ଠ ନାଗରିକମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ସେମାନଙ୍କୁ ମୋର ଗୋଟିଏ ଅନୁରୋଧ, ସମଗ୍ର ଜୀବନ ନିଜ ପରିବାରକୁ ଗଢ଼ିବା ପାଇଁ ଦେଇ ସାରିଲା ପରେ ଏବେ ଯଦି ସେମାନେ କିଛି ସମୟ ସାମାଜିକ ସମସ୍ୟା ସମାଧାନ ଦିଗରେ ଦେଇପାରନ୍ତେ ତା’ହେଲେ ଅନେକ ଉପକାର ହୋଇପାରନ୍ତା।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri