Posted inଖେଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ

ଗାଲେ,୧୮।୮- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ରବିବାର ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରି ବାଜି ମାରିଛି। ଏଥିସହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରଜରେ ଶ୍ରୀଲଙ୍କା ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୨୨ ରନର ଶତକୀୟ ପାଳି ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ସିରିଜ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ସିରିଜର ଅନ୍ତର୍ଭୁକ୍ତ ରହିଛି। ଫଳରେ ବିଜୟ ସହ ଶ୍ରୀଲଙ୍କା ୬୦ ପଏଣ୍ଟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ହାତ ଖାଲି ରହିଛି।
ଟସ୍‌ଜିତି ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୮୩.୨ ଓଭରରେ ୨୪୯ ରନ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୯୩.୨ ଓଭରରେ ୨୬୭ ରନ କରି ଅଲଆଉଟ୍‌ ହୋଇ ୧୮ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରି ୧୦୬ ଓଭରରେ ୨୮୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ୨୬୮ ରନର ବିଜୟ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ପଞ୍ଚମ ତଥା ଅନ୍ତିମ ଦିବସ ପ୍ରଥମ ସେସେନରେ ୮୬.୧ ଓଭରରେ ୪ ଉଇକେଟ ହରାଇ ୨୬୮ ରନ କରି ବିଜୟ ହାସଲ କରି ନେଇଥିଲା।
ଶନିବାରର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୩୩/୦ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ରବିବାର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ତେବେ ଏଥିପାଇଁ ଶ୍ରୀଲଙ୍କା ୪ ଉଇକେଟ ହରାଇବାକୁ ପଡିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ତାରକା ଓପନର ଦିମୁଥ କରୁଣାରତ୍ନେ ୭୧ରୁ ଖେଳ ଆରମ୍ଭ କରି ୧୨୨ ରନ କରି ଆଉଟ ହେବା ପୂର୍ବରୁ ବିଜୟପଥ ପରିଷ୍କାର କରିଥିଲେ। ସେହିପରି ଅନ୍ୟତମ ଓପନର ଲାହିରୁ ଥିରିମାନେ ୫୭ ରନରୁ ଖେଳ ଆରମ୍ଭ କରି ଆଉ ଅଧିକ ୭ ରନ କରି ୬୪ ରନରେ ପ୍ୟାଭିଲିୟନ ଫେରିଥିଲେ। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୬୧ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ବିଜୟର ମୂଳଦୂଆ ପକାଇଥିଲେ। ଥିରିମାନେ ପ୍ରଥମେ ଆଉଟ ହେବା ପରେ କୁଶଲ ମେଣ୍ଡିସ୍‌ ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ କରୁଣାରତ୍ନେ ପ୍ୟାଭିଲିୟନ ଫେରିଥିଲେ। କୁଶଲ ପେରେରା ୨୩ ରନ କରିଥିବା ବେଳେ ଶେଷ ଉଇକେଟ ଭାବେ ଆଉଟ ହୋଇଥିଲେ। ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ୨୮ ଓ ଧନଞ୍ଜୟ ଡିସିଲଭା ୧୪ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସୌଦି, ଓ୍ବିଲିୟମ ସମରଭିଲେ ଓ ଅଜାଜ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୪୯ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ- ୨୬୭ ଅଲଆଉଟ।
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ- ୧୦୬ ଓଭରରେ ୨୮୫ ଅଲଆଉଟ
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ- ୮୬.୧ ଓଭରରେ ୨୬୮/୪
(କରୁଣାରତ୍ନେ- ୧୨୨, ଥିରିମାନେ- ୬୪, ମାଥ୍ୟୁସ- ୨୮*, ପେରେରା- ୨୩, ଡିସିଲଭା- ୧୪*, ବୋଲ୍ଟ- ୧/୩୪, ସୌଦି- ୧/୩୩, ସମରଭିଲେ- ୧/୭୩, ପଟେଲ- ୧/୭୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ନୂଆ ମୋଟେରା ଷ୍ଟାଡିୟମ

ମୁମ୍ବାଇ,୩୧।୮: ଆଉ କିଛି ମାସରେ ଗୁଜରାଟର ଆର୍ଥିକ ରାଜଧାନୀ ଅହମ୍ମଦାବାଦଠାରେ ରାଜ୍ୟର ନୂଆ କ୍ରିକେଟ ଷ୍ଟାଡିୟମ ଉଦ୍‌ଘାଟିତ ହେବ। ୧ ଲକ୍ଷ ୧୦ ହଜାର ଦର୍ଶକ...

ଅଲିମ୍ପିକ ହକି ଚାମ୍ପିୟନ ଡାନ୍‌ସନ ବେନେଟ୍‌ଙ୍କ ଅବସର

ଲଣ୍ଡନ, ୨୧ା୨ (ଏଏଫ୍‌ପି)- ଗେଟ୍‌ ବ୍ରିଟେନ ମହିଳା ଫିଲ୍ଡ ହକି ଅଧିନାୟିକା ଆଲେକ୍ସ ଡାନସନ୍‌ ବେନେଟ୍‌ ଗୁରୁବାର ଖେଳୁ ତାଙ୍କ ଅବସର ଘୋଷଣା କରିଛନ୍ତି। ୨୦୧୬...

ନେଟ୍ସରେ ବୋଲିଂ କରିବେ ବୁମ୍‌ରା

ନୂଆଦିଲ୍ଲୀ,୧୩।୧୨(ପି.ଟି.): ଆହତ ହୋଇଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ରିହାବିଲିଟେଶନରେ ରହିଥିବା ବେଳେ ଏବେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପସ୍ତୁତି ଚଳାଇଛନ୍ତି। ତେବେ ଏଥିପାଇଁ...

ଫେଡରରଙ୍କୁ ହରାଇବା ପାଇଁ ଚିଟିଂ କରିଥିଲେ ମିଲମ୍ୟାନ

ମେଲବୋର୍ନ,୨୫।୧(ଏଏଫ୍‌ପି)- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ଶୁକ୍ରବାର ୫ ସେଟ୍‌ ବିଶିଷ୍ଟ ମାରାଥନ ମ୍ୟାଚ୍‌ରେ ଜନ ମିଲମ୍ୟାନଙ୍କୁ ହରାଇଥିଲେ। ମ୍ୟାଚ୍‌ର ଫଳାଫଳ ଟାଇବ୍ରେକରରେ ବାହାରିଥିଲା।...

ବ୍ୟାଡ୍‌ମିଣ୍ଟନ ଖେଳାଳି ସିକ୍କି ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ବିଶିଷ୍ଟ ମହିଳା ଡବଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ଏନ୍‌. ସିକ୍କି ରେଡ୍ଡୀ ଏବଂ ତାଙ୍କ ଫିଜିଓଥେରାପିଷ୍ଟ କିରନ ସି’ଙ୍କର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଛି।...

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କଲା ଆୟର୍ଲାଣ୍ଡ

ଡବ୍ଲିନ୍‌,୧୧।୭: ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆୟର୍ଲାଣ୍ଡ ଏକ ୨୧ ଜଣିଆ ବର୍ଦ୍ଧିତ ଦଳ...

ଗାଲ ଧରିବାକୁ ହେଲେ ସ୍ତ୍ରୀଙ୍କ ଅନୁମତି ଆଣିବାକୁ ପଡିବ, ଯୁବରାଜଙ୍କୁ କାହିଁକି ଏମିତି କହିଲେ ରୋହିତ୍‌ ଶର୍ମା

ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ସ୍ତ୍ରୀ ରିତିକା ସଜଦେହଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଏହା ଦେଖି ତାଙ୍କୁ ଟ୍ରେଲ କରିଛନ୍ତି...

ସିଏସ୍‌କେ ସହ ଶେଷ ହୋଇପାରେ ରାଇନାଙ୍କ କ୍ୟାରିୟର

ଦୁବାଇ, ୩୧ା୮: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା...

Coronavirus Update

Archives

Model This Week

Why Dharitri