Posted inଖେଳ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ମଜଭୁତ ସ୍ଥିତିରେ ଭାରତ-ଏ

ଥିରୁଭାନନ୍ତପୁରମ, ୧୦।୯- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ୧୩୯ ରନ ପଛରେ ଥାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା-ଏ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମଙ୍ଗଳବାର ୨ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୩୫ ଓଭରରେ ୫ ଉଇକେଟ୍‌ ହରାଇ ୧୨୫ ରନ ସଂଗ୍ରହ କରିଛି। ଉଇକେଟ୍‌କିପର ହେନରୀ କ୍ଲାସେନ ୩୫ ଓ ଓ୍ବିଆନ ମଲ୍‌ଡର ୧୨ ରନ୍‌ କରି ଅପରାଜିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଏଡେନ ମାର୍କରାମ ୪, ପିଟର ମଲାନ ୪, ଜୁବାୟର ହମାଜ ୪୪, ଖୟା ଜୋଣ୍ଡୋ ୧୦ ଓ ସେନୁରାନ ମୁଥୁସାମୀ ୪ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଘରୋଇ ଭାରତ-ଏ ପକ୍ଷରୁ ଶାହବାଜ ନଦୀମ ୨ ଏବଂ ମହମ୍ମଦ ସିରାମ, ଶାର୍ଦ୍ଦୁଳ ଠାକୁର ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ହାତରେ ୫ ଉଇକେଟ୍‌ ରହିଥିବାବେଳେ ଭାରତ-ଏ ଇନିଂସ ପରାଜୟ ଏଡ଼ାଇବା ପାଇଁ ଆହୁରି ୧୪ ରନ୍‌ ଆବଶ୍ୟକ କରୁଛି। ମ୍ୟାଚ୍‌ ଆହୁରି ୨ ଦିନ ବଳକା ରହିଥିବାବେଳେ ଫଳାଫଳ ବାହାରିବା ସ୍ପଷ୍ଟ ହୋଇଛି।

ଦକ୍ଷିଣ ଆଫ୍ରିକା-ଏ’ର ପ୍ରଥମ ଇନିଂସ ସ୍କୋର ୧୬୪ ରନ ଜବାବରେ ଭାରତ-ଏ ସୋମବାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨ ଉଇକେଟ୍‌ ହରାଇ ୧୨୯ ରନ କରିଥିଲା। ମଙ୍ଗଳବାର ଏହି ଅସମାପ୍ତ ପ୍ରଥମ ଇନିଂସ ସ୍କୋରରୁ ବ୍ୟାଟିଂ କରି ଭାରତ-ଏ ବ୍ୟାଟ୍ସମ୍ୟାନଙ୍କ ମିଳିତ ସଫଳତା ଯୋଗୁ ୮୭.୫ ଓଭରରେ ୩୦୩ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଧିନାୟକ ଶୁବମନ ଗିଲ ସର୍ବାଧିକ ୯୦ ରନ ସଂଗ୍ରହ କରିଥିଲେ। ସେ ନିଜ ପୂର୍ବଦିନର ସ୍କୋରରେ ଆଉ ୨୩ ରନ ଯୋଡ଼ି ଡେନ୍‌ ପିଡେଟ୍‌ଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ସେହିପରି ଉଇକେଟ୍‌କିପର ଶ୍ରୀକର ଭରତ ୩୩ ଓ ନିମ୍ନକ୍ରମରେ ଶାର୍ଦ୍ଦୁଳ ଠାକୁର ୩୪ ରନ କରିଥିବାବେଳେ ଜଲାଜ ସକ୍ସେନା ୬୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଭ୍ରମଣକାରୀ ଦଳ ପକ୍ଷରୁ ଲୁନଗି ଏନ୍‌ଗିଡି ଓ ପିଡେଟ୍‌ ୩ଟି ଲେଖାଏ ଏବଂ ମାର୍କୋ ଜାନସେନ ଓ ଲୁଥୋ ସିପମଲ ୨ଟି ଲେଖାଏ ଉଇକେଟ୍‌ ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା-ଏ ପ୍ରଥମ ଇନିଂସ- ୧୬୪/୧୦
ଭାରତ-ଏ ପ୍ରଥମ ଇନିଂସ- ୩୦୩/୧୦ (ଶୁବମନ ୯୦, ଋତୁରାଜ ଗାଏକ୍ୱାଡ ୩୦, ସକ୍ସେନା ୬୧*, ରିକି ଭୁଇ ୨୬, ଲୁନଗି- ୩/୫୦, ପିଡେଟ- ୩/୮୪)।
ଦକ୍ଷିଣ ଆଫ୍ରିକା ୨ୟ ଇନିଂସ- ୧୨୫/୫, ୩୫ ଓଭର (ମାର୍କରାମ ୪, କ୍ଲାସେନ ୩୫*, ହାମଜା ୪୪, ମଲଡର ୧୨*, ନଦୀମ-୨/୧୩)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri