ପ୍ରଥମେ କଡ଼ାକଡ଼ି, ଘଡ଼ିସନ୍ଧି ବେଳେ କୋହଳ

ସୋନପୁର,୧୩ା୫(ନି.ପ୍ର.) – ପ୍ରଥମେ କଡ଼ାକଡ଼ି, ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ କୋହଳ। ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପରେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସୁବର୍ଣ୍ଣପୁର ଜିଲାକୁ ସରକାର ଗ୍ରୀନ୍‌ ଜୋନ୍‌ ତାଲିକାଭୁକ୍ତ କରିଛନ୍ତି। ଫଳରେ ଜିଲା ପ୍ରଶାସନ ପକ୍ଷରୁ କଟକଣାରେ କୋହଳ କରାଯାଇଛି। ସହରଠାରୁ ଗାଁ ଯାଏ ହାଟ ବଜାର ସ୍ବାଭାବିକ ଅବସ୍ଥାକୁ ଫେରିବା ଆରମ୍ଭ କରିଛି। କେବଳ ସେଲୁନ୍‌, ଫାଷ୍ଟଫୁଡ୍‌, ହୋଟେଲ, ମଦ ଦୋକାନ ଓ ଚା ଦୋକାନ ବନ୍ଦ ଥିବା ବେଳେ ବାକି ସବୁ ଖୋଲା। ବଜାରରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ଲୋକେ ଭୁଲିବା ଆରମ୍ଭ କଲେଣି। ହେଲେ ପଡ଼ୋଶୀ ଜିଲା ବଲାଙ୍ଗୀର ଓ ବୌଦ୍ଧରେ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସୁବର୍ଣ୍ଣପୁର ଜିଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାହାର ରାଜ୍ୟ ଓ ପଡ଼ୋଶୀ ଜିଲାରୁ ଏଠାକୁ ଆସୁଥିବା ବ୍ୟକ୍ତିଙ୍କ ଦ୍ୱାରା ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଜିଲାର ପ୍ରତି ଗାଁରେ ବାହାର ରାଜ୍ୟ ଫେରନ୍ତା ଛାତ୍ରୀଛାତ୍ର, ପ୍ରବାସୀ ଶ୍ରମିକଙ୍କ ଭିଡ ବଢିବାରେ ଲାଗିଛି। ରାଜସ୍ଥାନର କୋଟା, ଗୁଜରାଟର ସୁରଟ, ପଶ୍ଚିମବଙ୍ଗ, ତାମିଲନାଡୁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରୁ ଶତାଧିକ ପ୍ରବାସୀ ଫେରିଥିବା ଜଣାପଡିଛି । ଟ୍ରେନ୍‌, ବସ୍‌ ଚାଲିଲେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। କାରଣ ୧୩ହଜାର ପ୍ରବାସୀ ଶ୍ରମିକ ଘରକୁ ଆସିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ତେବେ ସେମାନଙ୍କୁ ସମ୍ଭାଳିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ସରକାରୀ ନିର୍ଦ୍ଦେଶନାମାର ପ୍ରୟୋଗ କମ୍‌ ଓ ପ୍ରଚାର ଅଧିକ ହେଉଥିବା ନଜରକୁ ଆସିଛି। ସଂକ୍ରମଣକୁ ରୋକୁଥିବା ମୁଖ୍ୟ ଅସ୍ତ୍ର ସାମାଜିକ ଦୂରତ୍ୱ ନିୟମ ଅନୁପାଳନ କ୍ଷେତ୍ରରେ ସାଲିସ କରାଯାଉଥିବା ଦେଖିବାକୁ ମିଳିଛି ।
ଜିଲାର ଗ୍ରାମାଞ୍ଚଳ ଓ ସହରରେ ଲୋକେ ସମସ୍ତ କଟକଣାକୁ ଫୁ କରି ବିନା ମାସ୍କରେ ଅନାୟାସରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ଏତେ ସଂଖ୍ୟାରେ ଲୋକ ଗାଡି ଧରି ବାହାରୁଛନ୍ତି ଯେ, ସହରରେ ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି । ବିଶେଷ କରି ବିଜୁ ପଟ୍ଟନାୟକ ଛକ, ବଡବଜାର, ନଳିନୀ ଛକ, ବସ୍‌ଷ୍ଟାଣ୍ଡ, ଜୟଗୁରୁ ମାର୍କେଟ ଓ ବ୍ଲକ ଛକରେ ଗହଳି ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ଆରମ୍ଭରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇ କଟକଣାକୁ କଡାକଡି କରାଯାଇଥିଲା। ଗ୍ରୀନ୍‌ ଜୋନ୍‌ରେ ମଧ୍ୟ ମାସ୍କ ଚେକିଂ ଓ ବାଇକ ଚଳାଇବା ଆଦି ଉପରେ କଟକଣା ରହିଥିଲା। ହେଲେ ପଡ଼ୋଶୀ ଜିଲାରେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକଣା ନ ବଢି କୋହଳ ହୋଇଯାଇଛି । ଅନ୍ୟପକ୍ଷରେ କୌଣସି ଛକରେ ଚେକିଂ ହେଉ ନ ଥିବାରୁ ଲୋକେ ଅତି ଜରୁରୀ କାମ ନ ଥାଇ ମଧ୍ୟ ବିନା ମାସ୍କ, ବାଇକ୍‌, ଚାରିଚକିଆ ଯାନ ଧରି ଯାତାୟାତ କରୁଛନ୍ତି। ସହରରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଦୋକାନଗୁଡିକ ଖୋଲିବା ସହ ରାସ୍ତା ଉପରେ ଫଳ ବେପାର ପସରା ମେଲିଛି। ଏହାକୁ ନିୟନ୍ତ୍ରଣ କରାଯାଉନି। ହାତବାନ୍ଧି ବସିଥିବାରୁ ପ୍ରତିଷ୍ଠାନ ଖୋଲି ବ୍ୟବସାୟ କରିବାକୁ ବ୍ୟବସାୟୀମାନେ ବ୍ୟାକୁଳ ହେବା ସ୍ବାଭାବିକ। ସାମାଜିକ ଦୂରତ୍ୱ ନିୟମକୁ ପାଳନ କରି ନିୟନ୍ତ୍ରଣରେ ବ୍ୟବସାୟ ହେଲେ ସଂକ୍ରମଣରୁ ରକ୍ଷା ମିଳିବା ସହ ଜିଲାର ଅର୍ଥନୀତିର ଗାଡି ମଧ୍ୟ ଗଡିବା ଆରମ୍ଭ କରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସଂକ୍ରମଣର ଭୟ ରହୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନିୟମ କଡାକଡି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri