Posted inଖେଳ

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ ଯୋଜନା ଓ ରଣନୀତି ରହିଛି। ୪ଟି ମ୍ୟାଚ୍‌ ଖେଳି ଭାରତ ଏପର୍ଯ୍ୟନ୍ତ ୮ ପଏଣ୍ଟ ହାସଲ କରିବା ସହ ତାଳିକାର ତୃତୀୟ ସ୍ଥାନରେ ରହିଛି। ଭାରତ ଏହି ସଫଳତା ପଛରେ ଅଭିଜ୍ଞ ମିଡ୍‌ଫିଲ୍ଡର ଚିଙ୍ଗଲେନସାନ ସିଂ କାଙ୍ଗୁଜାମଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ଚିଙ୍ଗେଲେନସାନାଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ମିଡ୍‌ଫିଲ୍ଡରେ ଆହୁରି ଦୃଢ଼ ହୋଇଛି। ତେବେ ଏହାପୂର୍ବରୁ ୨୮ ବର୍ଷୀୟ ଏହି ମିଡ୍‌ପିଲ୍ଡର ୨୦୧୮ ଡିସେମ୍ବରରେ ଶେଷଥର ପାଇଁ ଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଭାରତ ହକି ବିଶ୍ୱକପ୍‌ରେ ନେରଲାଣ୍ଡ୍ସଠାରୁ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା ଓ ସେ ଏହି ମ୍ୟାଚ୍‌ରେ ଖେଳିଥିଲେ। ଅଜୁର୍ନ ପୁରସ୍କାର ପ୍ରାପ୍ତ ଏହି ଖେଳାଳି ୨୦୧୯ରେ ଡାହାଣ ଗୋଇଠିରେ ଆଘାତ ପାଇବା ପରେ ସେ ଗତ ବର୍ଷ କୌଣସି ଟୁର୍ନାମେଣ୍ଟ ଖେଳିପାରି ନ ଥିଲେ।
୨୦୧୯ରେ ହକି ଇଣ୍ଡିଆ ସିନିୟର ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲା। ସେତେବେଳେ ଡାହାଣ ଗୋଇଠିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲି। ସ୍କାନ କଲାପରେ ଫାକ୍‌ଚର ହୋଇଥିବା ଜାଣିବାକୁ ପାଇଥିଲି। ସେତେବେଳେ କିଛି ସପ୍ତାହ ମୋ ପାଇଁ ବେଶ୍‌ କଷ୍ଟକର ଥିଲା। ପୁଣି ଥରେ ଦେଶ ପାଇଁ ଖେଳିବା ନେଇ ସନ୍ଦେହରେ ଥିଲି। କିନ୍ତୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଦୃଢ ନିଶ୍ଚିତ ଥିଲି। କିନ୍ତୁ ସେତେବେଳେ ସାଥୀ ଖେଳାଳି, ପରିବାର ଓ କୋଚ୍‌ମାଙ୍କଠାରୁ ସମର୍ଥନ ପାଇଥିଲି ବୋଲି ଚିଙ୍ଗଲେନସାନା କହିଛନ୍ତି।
ଯେତେବେଳେ ଚିକିତ୍ସାଧୀନ ଥିଲି ସେତେବେଳେ ପିଚ୍‌ରେ ସାଥୀ ଖେଳାଳିଙ୍କୁ ଖେଳୁଥିବାର ଦେଖୁଥିଲି। ଏହା ମୋତେ ଦୁଃଖ ଦେଇଥିଲା। କାରଣ ସାରା ଜୀବନ ହକି ଖେଳିବାକୁ ସବୁବେଳେ ଭଲ ପାଇଥାଏ। ତେବେ ଧୀରେଧୀରେ ଆଘାତ ସମସ୍ୟାରୁ ମୁକୁଳିଥିଲି। ଏହାପରେ ଗତ ନଭେମ୍ବରରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସ ଖେଳିବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ କେତେ ସମସ୍ୟା କାରଣରୁ ଏହା ହୋଇପାରି ନ ଥିଲା ବୋଲି ସେ କହିଛନ୍ତି। ଶେଷରେ ନେଦରଲାଣ୍ଡ୍ସ ବିପକ୍ଷ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ରେ ଏହି ୨୮ ବର୍ଷୀୟ ଖେଳାଳି ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଥିଲି। ଏହା ମୋ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ଥିଲା।
ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରୁ ଓ ଏଥିପାଇଁ ଦଳକୁ ସାହାଯ୍ୟ କରିବାକୁ ଚାହେଁ ବୋଲି ୨୦୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଚିଙ୍ଗେଲେନସାନା କହିଛନ୍ତି। ଯୁବ ଖେଳାଳିଙ୍କୁ ସହଯୋଗ କରିବାକୁ ମଧ୍ୟ ସବୁବେଳେ ଚାହିଁଥାଏ। ଦଳରେ ଏକାଧିକ ପ୍ରତିଭାସମ୍ପନ୍ନ ଯୁବ ଖେଳାଳି ରହିଛନ୍ତି। ଏଫ୍‌ଆଇଏଚ୍‌ ଉଦୀୟମାନ ଖେଳାଳି ବିବେକ, ରାଜକୁମାର ପଲ ଓ ହାର୍ଦ୍ଦିକ ସିଂ ଏବେ ବିଶ୍ୱହକିରେ କିଛି ପ୍ରମାଣ କରିବାକୁ ଚାହୁଁଛନ୍ତି। ଏହି ଯୁବ ଖେଳାଳିଙ୍କୁ ସାହାଯ୍ୟ କରି ବହୁତ ଖୁସି ଅନୁଭବ କରୁଛି। ଏମାନଙ୍କ ବିଭିନ୍ନ ଟିପ୍ସ ଦେବା ସହ ହକି ସମ୍ପର୍କରେ ବିଭିନ୍ନ ଜ୍ଞାନ ପ୍ରଦାନ କରିଥାଏ ବୋଲି ମଣିପୁର ଜନ୍ମିତ ଏହ ଅଭିଜ୍ଞ ଖେଳାଳି କହିଛନ୍ତି।
ଗତଥରର ଚାମ୍ପିୟନ ତଥା ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଗତ କୋତୋଟି ମ୍ୟାଚ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚିଙ୍ଗଲେନସାନା ଦଳରେ ନିଜର ଗୁରୁତ୍ୱ ବଢାଇବାରେ ସକ୍ଷମ ହୋଇଛନ୍ତି। ନେଦରଲାଣ୍ଡ୍ସ ଓ ବେଲଜିୟମ ବିପକ୍ଷ ପ୍ରଦର୍ଶନ ସମସ୍ତଙ୍କ ପାଇଁ ସନ୍ତୋଷଜନକ ଥିଲା। ମୁଖ୍ୟ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ରଣନୀତି ଅନୁସାରେ ଆମେ ଖେଳି ସଫଳତା ପାଇଛୁ। ଏବେ ଅଷ୍ଟ୍ରେଲିଆ ଉପରେ ଆମେ ନଜର କେନ୍ଦ୍ରୀଭୂତ କରିଛୁ। ଅଷ୍ଟ୍ରେଲିଆ ଏକ ଚାମ୍ପିୟନ ଓ ବିଶ୍ୱସ୍ତରୀୟ ଦଳ। ଆକ୍ରମଣାତ୍ମକ ହକି ଖେଳିବାକୁ ଅଷ୍ଟ୍ରେଲିଆ ଖେଳାଳି ଭଲ ପାଆନ୍ତି। ତେବେ ଏହାକୁ ସାମ୍ନା କରିବାକୁ ଆମେ ପୂରା ପ୍ରସ୍ତୁତ ଅଛୁ। ଯୋଜନା ଅନୁସାରେ ଖେଳିଲେ ଆମେ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବାରେ ସମର୍ଥ ହେବୁ ବୋଲି ଚିଙ୍ଗଲେନସାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri