ପ୍ରତ୍ୟକ୍ଷ ଟିକସ ହ୍ରାସ ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୩୧।୧୦: ସରକାର ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ବା ଆୟକର ହ୍ରାସ ନ କରିପାରନ୍ତି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଟିକସ ହ୍ରାସ ଯୋଗୁ ବିତ୍ତୀୟ ଧାରା ପ୍ରଭାବିତ ହୋଇଛି। ନିକଟରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କର୍ପୋରେଟ ଟିକସକୁ ପ୍ରାୟ ୧୦ ପରସେଣ୍ଟଟେଜ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଭଳି ସ୍ଥିତିରେ ବ୍ୟକ୍ତିଗତ ଆୟକର ହ୍ରାସ ଦ୍ୱାରା ଚାହିଦା ବୃଦ୍ଧି କରାଇବା ନେଇ ବିଭିନ୍ନ ଚାପ ସରକାରଙ୍କ ଉପରେ ରହିଛି। ସୂଚନା ମୁତାବକ, ବର୍ତ୍ତମାନ ସ୍ଥିତିରେ ବ୍ୟକ୍ତିଗତ ଆୟକର ହ୍ରାସ କରିବା କଷ୍ଟକର ବ୍ୟାପାର। ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ପରୋକ୍ଷ ଟିକସ ହ୍ରାସ ଦ୍ୱାରା ଟିକସ ସଂଗ୍ରହ କମିଥିବାରୁ ସରକାର ପୁଣି ଥରେ ରାଜକୋଷ ଉପରେ ଚାପ ପକାଇବାକୁ ଚାହୁଁ ନ ଥିବା ଜଣାପଡିଛି। ସରକାର ଗତ ବର୍ଷ ପ୍ରତ୍ୟକ୍ଷ ଟିକସ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇ ନ ଥିଲେ। ଚଳିତ ବର୍ଷ ଉକ୍ତ ବର୍ଗରେ ୧୩.୮୦ ଲକ୍ଷ କୋଟି ଟଙ୍କାର ଉଚ୍ଚ ରାଜସ୍ବ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଛି।
ଏପଟେ ଆୟୁଷ୍ମାନ ଭାରତ, ମହାତ୍ମାଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (ଏମ୍‌ଏନ୍‌ଆର୍‌ଇଜିଏ), ପିଏମ୍‌ କିଷାନ, ପିଏମ୍‌ ଆବାସ ଭଳି ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଖର୍ଚ୍ଚ ଲାଗି ଅଧିକ ରାଜସ୍ବ ଆବଶ୍ୟକ ପଡୁଛି। କର୍ପୋରେଟ ଟିକସ କମିବା ଯୋଗୁ ରାଜକୋଷ ଉପରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର ଚାପ ପଡିଛି। ଏଭଳି ସ୍ଥିତିରେ ସାମାଜିକ ସୁରକ୍ଷା ଯୋଜନାଗୁଡିକରେ ଖର୍ଚ୍ଚ ଲାଗି ସରକାରଙ୍କୁ ନିଶ୍ଚିତ ପୁଞ୍ଜି ଆବଶ୍ୟକତା ରହିଛି। ଫଳରେ ସରକାର ଚାପରେ ରହିଛନ୍ତି। ଗତ ୨୮ ବର୍ଷ ମଧ୍ୟରେ ସରକାର କର୍ପୋରେଟ ଟିକସ କ୍ଷେତ୍ରରେ ବଡ ହ୍ରାସ ଘୋଷଣା କରିଛନ୍ତି। ଦେଶର ଅଭିବୃଦ୍ଧି ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବାରୁ ସ୍ଥିତାବସ୍ଥା ଫେରାଇ ଆଣିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଟିକସଦାତାଙ୍କୁ ସରକାର ବିଭିନ୍ନ ଛାଡ ଦେଉଥିବା ବେଳେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସକୁ ବାଦ୍‌ ଦିଆଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ଅଧିକ ବ୍ୟୟ ଏବଂ ନିମ୍ନ ଆୟକାରୀଙ୍କ ଉପରେ ଟିକସ ବୋଝ କମାଇବା ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିକମ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯-୬: ସଙ୍କଟଗ୍ରସ୍ତ ଟେଲିକମ୍‌ ସେକ୍ଟରକୁ ଉଦ୍ଧାର କରିବା ଲାଗି ବଜେଟରେ ଲାଇସେନ୍ସ ଫି ହ୍ରାସ ସହ ଏକ ସିରିଜ ରିଲିଫ୍‌ ପ୍ୟାକେଜ ପ୍ରଦାନ କରାଯିବାର ଆବଶ୍ୟକତା...

ବିକିନି ଏୟାରଲାଇନର ୯ଟଙ୍କାରେ ଉଡାଣ

ନୂଆଦିଲ୍ଲୀ,୨୧।୮: ସାରା ବିଶ୍ୱରେ ‘ବିକିନି ଏୟାରଲାଇନ’ଭାବେ ଖ୍ୟାତ ଭିଏତନାମର ବଜେଟ ଏୟାରଲାଇନ ବିୟତଜେଟ ଚଳିତବର୍ଷ ଡିସେମ୍ବରରୁ ଭାରତରେ ନିଜର ପାଦ ଥାପିବାକୁ ଯାଉଛି। ଏହି ଏୟାରଲାଇନ...

୯ ମାସର ସବୁଠାରୁ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ, ୪-୯: ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗଭୀର ଭାବେ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୯ ମାସର ସବୁଠାରୁ ନିମ୍ନ ସ୍ତରରେ...

ପେଟ୍ରୋଲିୟମ ଟିକସ ଆଦାୟ ୭୯% ବୃଦ୍ଧି

ନୂଆଦିଲ୍ଲୀ,୧।୧୧: ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ବାବଦ ସଂଗ୍ରହ ୩୩% ବଢ଼ିଛି। ସେହିଭଳି କୋଭିଡ ପୂର୍ବ...

୨୦୦୦ ଷ୍ଟେଶନରେ ମାଗଣା ଓ୍ବାଇଫାଇ

ନୂଆଦିଲ୍ଲୀ,୪-୮: ଦେଶର ୨ ହଜାର ରେଳ ଷ୍ଟେଶନରେ ମାଗଣା ଓ୍ବାଇ-ଫାଇ ଆରମ୍ଭ କରାଯାଇଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜସ୍ଥାନର...

କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଲା ଆମେରିକା

ଓ୍ବାଶିଂଟନ,୩୦ -୫: ଆମେରିକା ଏହାର କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଇଛି। ତେବେ ଚାଇନାର ମୁଦ୍ରା ଏବେ ମଧ୍ୟ ଏହି ତାଲିକାରେ ରହିଛି।...

ସଙ୍କଟ ସ୍ଥିତିକୁ ଆସିପାରେ ୫୨% ଚାକିରି

ନୂଆଦିଲ୍ଲୀ, ୬।୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ...

ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୧୦ା୫ ଗତ କିଛି ଦିନର ବିରତି ପରେ ପୁଣି ଥରେ ଅଶୋଧିତ ତୈଳ ଦର ଉଚ୍ଚ ପରିମାଣରେ ବୃଦ୍ଧି ପାଉଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ହୁ...

Advertisement
Archives

Model This Week