Posted inଜାତୀୟ

ପ୍ରତିନିଧିତ୍ୱ କରିବେ ୭୮ ମହିଳା

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। ଜୁନ୍‌ ୩ ପୂର୍ବରୁ ଗଠନ ହେବାକୁ ଥିବା ସପ୍ତଦଶ ଲୋକ ସଭାକୁ ଦେଶର ବିଭିନ୍ନ ଭାଗରୁ ଭିନ୍ନ ଭିନ୍ନ ରାଜନୈତିକ ଦଳର ୭୮ ମହିଳାଙ୍କୁ ମତଦାତା ନିର୍ବାଚିତ କରିଛନ୍ତି। ନିମ୍ନ ସଦନକୁ ଏତେ ସଂଖ୍ୟକ ମହିଳା ପୂର୍ବରୁ କେବେ ନିର୍ବାଚିତ ହୋଇ ନ ଥିଲେ।
ଲୋକ ସଭାରେ କିଛି ଦିନ ମଧ୍ୟରେ ଯେଉଁ ୫୪୨ ଏମ୍‌ପି ଶପଥଗ୍ରହଣ କରିବେ, ସେମାନଙ୍କ ମଧ୍ୟରୁ ୭୮ ହେଉଛନ୍ତି ମହିଳା। କେବଳ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ୧୧ ଜଣ ଲେଖାଏ ମହିଳା ଏମ୍‌ପି ଲୋକ ସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମଇଦାନରେ ୭୨୪ ମହିଳା ପ୍ରାର୍ଥୀ ଥିଲେ। କଂଗ୍ରେସ ସର୍ବାଧିକ ୫୪ ମହିଳାଙ୍କୁ ଟିକେଟ ଦେଇଥିବାବେଳେ ଭାଜପା ୫୩ ଜଣଙ୍କୁ ପ୍ରାର୍ଥୀ କରିଥିଲା। ୧୭ତମ ଲୋକ ସଭାର ୧୪% ଏମ୍‌ପି ମହିଳା। ୧୯୫୨ ମସିହାରୁ ଅଦ୍ୟାବଧି ଏହା ଏକ ରେକର୍ଡ। ଷୋଡ଼ଶ ଲୋକ ସଭାରେ ୬୪ ଓ ପଞ୍ଚଦଶ ଲୋକ ସଭାରେ ୫୨ ମହିଳା ପ୍ରତିନିଧିତ୍ୱ କରୁଥିଲେ। ବର୍ତ୍ତମାନ ୪୧ ସିଟିଙ୍ଗ୍‌ ମହିଳା ଏମ୍‌ପିଙ୍କ ମଧ୍ୟରୁ ୨୭ ଜଣଙ୍କ ମଧ୍ୟରେ ଥିବା ସୋନିଆ ଗାନ୍ଧୀ, ହେମାମାଳିନୀ ଓ କିରନ୍‌ ଖେର ସେମାନଙ୍କ ଆସନରେ ଜିତିଛନ୍ତି। ଅନ୍ୟପକ୍ଷରେ ଭାଜପାର ପ୍ରଜ୍ଞା ସିଂ ଠାକୁର କଂଗ୍ରେସର ଦିଗ୍‌ବିଜୟ ସିଂଙ୍କଠାରୁ ଭୋପାଳ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠାରୁ ଅମେଠି ଆସନ ଛଡ଼ାଇନେବାରେ ସକ୍ଷମ ହୋଇଛନ୍ତି। ଏଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅନ୍ୟ ପ୍ରମୁଖ ମହିଳାଙ୍କ ମଧ୍ୟରେ ଅଛନ୍ତି ଡିଏମ୍‌କେର କାନିମୋଝି(ଟୁଟିକୋରିନ୍‌) ଓ ଭାଜପାର ରୀତା ବହୁଗୁଣା ଜୋଷୀ (ଆଲ୍ଲାହାବାଦ)। ସେହିପରି ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଲକେଟ ଚାଟାର୍ଜୀ ହୁଗୁଳି ଆସନରୁ ବିଜୟୀ ହୋଇଛନ୍ତି। ବିଏସ୍‌ପି ୨୪, ଟିଏମ୍‌ସି ୨୩, ସିପିଏମ୍‌ ୧୦, ସିପିଆଇ ୪, ଏନ୍‌ସିପି ଜଣେ ମହିଳାଙ୍କୁ ଟିକେଟ ଦେଇଥିଲା। ମଇଦାନରେ ୨୨୨ ମହିଳା ସ୍ବାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ। ପ୍ରକାଶ ଯେ, ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ପ୍ରସ୍ତାବିତ ବିଲ୍‌ ପାର୍ଲାମେଣ୍ଟରେ ପଡ଼ିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri