Posted inଜାତୀୟ

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁମାନଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଛି, ସେମାନେ ହେଲେ ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ପ୍ରଜାପତି, ତତ୍କାଳୀନ ପ୍ରମୁଖ ସଚିବ ଜିଓ୍ବେଶ ନନ୍ଦନ, ସ୍ବତନ୍ତ୍ର ସଚିବ ସନ୍ତୋଷ କୁମାର, ତତ୍କାଳୀନ ଜିଲାପାଳ ଅଭୟ ଏବଂ ବିବେକ।
ରାଜ୍ୟରେ ବାଲି ଉତ୍ତୋଳନ ପାଇଁ ଲିଜ୍‌ ନବୀକରଣ କିମ୍ବା ସାନି ଲିଜ୍‌ ନିମନ୍ତେ ସରକାର ୨୦୧୨ ମେ ୩୧ରେ ଇ-ଟେଣ୍ଡରିଂକୁ ବାଧ୍ୟତାମୂଳକ କରିଥିଲେ, ଯାହାକୁ ଆଲ୍ଲାହାବାଦ ହାଇକୋର୍ଟ ୨୦୧୩ ଜାନୁୟାରୀ ୨୯ରେ କାଏମ ରଖିଥିଲେ। ମନ୍ତ୍ରୀ ପ୍ରଜାପତିଙ୍କ ପ୍ରଭାବ ବଳରେ ଶିବ ସିଂ ଏବଂ ସୁଖରାଜ୍‌ ସେମାନଙ୍କ ଲିଜ୍‌ ନବୀକରଣ କରିବାରେ ସଫଳ ହୋଇଥିଲେ। ନନ୍ଦନ କୁମାର ଏବଂ ତତ୍କାଳୀନ ଫତେପୁର ଜିଲାପାଳ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ସରକାରଙ୍କ ଇ-ଟେଣ୍ଡରିଂ ନୀତି ବିରୋଧରେ ଲିଜ୍‌ର ନବୀକରଣ କରାଯାଇଥିଲା। ଦ୍ୱିତୀୟ ମାମଲାରେ ବିବେକ ଦେଓରିଆ ଜିଲାପାଳ ଥିବାବେଳେ ଶାର୍‌ଦା ଯାଦବଙ୍କ ଲିଜ୍‌ ନବୀକରଣ ଲାଗି ଅନୁମତି ଦେଇଥିଲେ। ଆଲ୍ଲାହାବାଦ ହାଇକୋର୍ଟ ଲିଜ୍‌ ନବୀକରଣ ଆବେଦନକୁ ଖାରଜ କରିବା ସତ୍ତ୍ୱେ ବିବେକ ଓ ଅନ୍ୟ ଅଧିକାରୀମାନଙ୍କ ଷଡ଼ଯନ୍ତ୍ର କ୍ରମେ ଯାଦବ ଏହା ହାସଲ କରିପାରିଥିଲେ। ସିବିଆଇ ଆଇଏଏସ୍‌ ଅଧିକାରୀ ଅଭୟ, ବିବେକଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ୧୨ଟି ସ୍ଥାନରେ ଥିବା ଘର ଉପରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ବିସ୍ଫୋରଣ: ଦୁଇ ବିସ୍ଫୋରଣକାରୀ କୋଟିପତି ବ୍ୟବସାୟୀଙ୍କ ପୁଅ

ନୂଆଦିଲ୍ଲୀ,୨୪ା୪: ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଥିବା ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ଦୁଇଜଣ କୋଟିପତି ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ପୁଅ...

ଇସ୍ତଫା ଦେବା ପରେ ରିଲାକ୍ସ ମୁଡ୍‌ରେ ରାହୁଲ: ଦେଖିଲେ ଫିଲ୍ମ ‘ଆର୍ଟିକଲ-୧୫’

ନୂଆଦିଲ୍ଲୀ,୫।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଇସ୍ତଫାକୁ ନେଇ ଲାଗିରହିଥିବା ବିବାଦରୁ ନିଜକୁ ଦୂରେଇ ରଖିବା...

ଭାଜପା ନେତା ବିଜୟଭର୍ଗିୟଙ୍କୁ ଜେଡ୍ ପ୍ଲସ ସୁରକ୍ଷା ସହ ବୁଲେଟ୍ ଫ୍ରୁଫ୍ କାର୍‌

କୋଲକାତା,୧୪ ।୧୨: ଭାରତୀୟ ଜନତା ପାର୍ଟି(ଭଜପା)ର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । କିଛିଦିନ ତଳେ ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ...

‘ନୂଆ ଜୀବନ ମିଳିଲା’

ଡେରାଡୁନ,୮।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ରବିବାର ହିମ ସ୍ଖଳନ ଘଟିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ତାପୋଭାନ...

ଲାଲୁ ପ୍ରସାଦଙ୍କ ଶାସନକାଳକୁ ଯଦି ‘ଜଙ୍ଗଲ ରାଜ’ କୁହାଯାଉଛି ତେବେ ଏବେକା ଶାସନ ହେଉଛି ‘ରାକ୍ଷସ ରାଜ’: ତେଜସ୍ୱୀ

ପାଟନା,୨୫ ।୯: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଶୁକ୍ରବାର ତାରିଖ ଘୋଷଣା କରିଛନ୍ତି । ଏହାପରେ ପୁଣିଥରେ ରାଜନୈତିକ ମହଲରେ ଉଷ୍ମତା ପରିଲକ୍ଷିତ...

ପଦ ଛାଡିବେ ମହାରାଷ୍ଟ୍ରର ଆଉ ୨ ମନ୍ତ୍ରୀ

ମୁମ୍ବାଇ, ୮।୪: ମହାରାଷ୍ଟ୍ରର ଅନ୍ୟ ୨ ଜଣ ମନ୍ତ୍ରୀ ୧୫ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର...

ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ...

୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..

ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା।...

Advertisement

BGU

Archives

Model This Week

Why Dharitri