ପ୍ରକୃତ ତଥ୍ୟ ଦେଉନାହାନ୍ତି ରାଜ୍ୟ

ନୂଆଦିଲ୍ଲୀ, ୧୫।୬: ସାରା ଦେଶରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତ ଏବେ ସର୍ବାଧିକ ସଂକ୍ରମଣ ତାଲିକାର ୪ର୍ଥ ସ୍ଥାନରେ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ହେଲେ କେନ୍ଦ୍ର ସରକାର ସଂକ୍ରମଣ ଓ ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ବାସ୍ତବତା ଠାରୁ ଭିନ୍ନ ଅଟେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଯେଉଁ ହାରରେ ଟେଷ୍ଟିଂ କରାଯାଉଛି, ଭାରତର ଜନସଂଖ୍ୟା ଅନୁସାରେ ବହୁତ୍‌ କମ୍‌ ଟେଷ୍ଟିଂ ହେଉଛି। ଏପରିକି କୋଭିଡ-୧୯ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଠିକ୍‌ ତଥ୍ୟ ମଧ୍ୟ ପ୍ରଦାନ କରାଯାଉନାହିଁ। ଇତିମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୩,୭୧୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଗୁଜରାଟରେ ୧,୩୮୫ ଏବଂ ଦିଲ୍ଲୀରେ ୧,୨୧୪ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି। ହେଲେ ରାଜ୍ୟଗୁଡ଼ିକ କରୋନାଜନିତ ମୃତ୍ୟୁ ସଂଖ୍ୟା ଠିକ୍‌ଭାବେ ନ ଦେଇ ଅନେକ ମୃତ୍ୟୁର କାରଣ ଭିନ୍ନ ଭାବେ ଦର୍ଶାଉଥିବାରୁ କେନ୍ଦ୍ର ସରକାର ଠିକ୍‌ ରିପୋର୍ଟ ପ୍ରକାଶ କରିପାରୁ ନାହାନ୍ତି।
କୋଭିଡ-୧୯ ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ରାପିଡ୍‌ ରେସ୍ପନ୍ସ ଟିମ୍‌ ଗତ ମାସରେ ପ୍ରତ୍ୟେକ ରାଜ୍ୟକୁ କୋଭିଡ-୧୯ ଜନିତ ମୃତ୍ୟୁର ଅଡିଟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ରାଜ୍ୟଗୁଡ଼ିକ ନିଜ ଢଙ୍ଗରେ ରିପୋର୍ଟ ପ୍ରଦାନ କଲେ। କରୋନା ଜନିତ ମୃତ୍ୟୁକୁ ଠିକ୍‌ଭାବେ ଉପସ୍ଥାପନ ନ କରି ଅନ୍ୟ ରୋଗ କାରଣରୁ ହୋଇଥିବା ମୃତ୍ୟୁ ରିପୋର୍ଟ ପ୍ରଦାନ କରିଛନ୍ତି। ପ୍ରଥମତଃ ଅନ୍ୟଦେଶ ତୁଳନାରେ ଭାରତର ଜନସଂଖ୍ୟା ଦୃଷ୍ଟିରୁ କମ୍‌ ଟେଷ୍ଟିଂ କରାଯାଉଛି, ଏପରି କି ଅନେକ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଠିକ୍‌ ଭାବେ ଉପସ୍ଥାପନା କରାଯାଉ ନାହିଁ। ଦ୍ୱିତୀୟରେ ରାଜ୍ୟଗୁଡ଼ିକ ନିଜର କାର୍ଯ୍ୟଦକ୍ଷତାକୁ ଦେଖାଇବାକୁ ଯାଇ କରୋନାଜନିତ ଯେତିକି ମୃତ୍ୟୁ ଘଟୁଛି, ତା’ଠାରୁ କମ୍‌ ରିପୋର୍ଟ ପ୍ରଦାନ କରୁଛନ୍ତି ବୋଲି ସେଣ୍ଟର ଫର ଡିଜିଜ୍‌ ଡାଇନାମିକ୍‌ସ, ଇକୋନୋମିକ୍‌ସ ଆଣ୍ଡ ପଲିସିର ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ପ୍ରକାଶ କରିଛନ୍ତି। ଦେଶରେ କୋଭିଡ୍‌-୧୯ ଟେଷ୍ଟିଂରେ ବୃଦ୍ଧି ନ ଘଟିଥିଲେ ସୁଦ୍ଧା ଜୁନ୍‌ ମାସରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଦେଶରେ ୧୦ଲକ୍ଷ ଜନସଂଖ୍ୟାରେ ମାତ୍ର ୩,୭୭୭ ଟେଷ୍ଟିଂ କରାଯାଉଛି। ଶୁକ୍ରବାର ଗୋଟିଏ ଦିନରେ ଭାରତରେ ସର୍ବାଧିକ ୩୯୭ଜଣଙ୍କ ମୃତ୍ୟୁ ଘଟିଥିଲା। ହେଲେ ତଥ୍ୟ ବାସ୍ତବତାଠାରୁ କମ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯଦି ଜନସଂଖ୍ୟା ଆଧାରରେ ଟେଷ୍ଟିଂ କରାଯିବ ତେବେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ଜେଲ୍‌ରେ ଛଟ୍‌ ପର୍ବର ଆସର

ପାଟନା,୧।୧୧: ବିହାରୀ ସମ୍ପ୍ରଦାୟର ମୁଖ୍ୟ ପର୍ବ କୁହାଯାଉଥିବା ଛଟ୍‌ ପାଇଁ ଏବେଠାରୁ ଗଁାରୁ ସହର ସଜେଇ ହେଲାଣି। ବିହାରର ଗଳି କନ୍ଦି ଠାରୁ ଆରମ୍ଭ କରି...

ମହାରାଷ୍ଟ୍ରରେ ବିଗ ବି, ଅକ୍ଷୟଙ୍କ ଫିଲ୍ମ ସୁଟିଂକୁ ଦିଆଯିବନି ଅନୁମତି

ମୁମ୍ବାଇ,୧୮।୨: ପେଟ୍ରୋଲର ଲିଟର ପିଛା ୧୦୦ଟଙ୍କା ଡେଇଁବା ପରେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ପେଟ୍ରୋଲ ଦର ବୃଦ୍ଧି ଉପରେ କୌଣସି ମତ ରଖି ନ...

ପାକିସ୍ତାନ ପ୍ରତି ଭାରତର ଦୟା: ମାଗଣାରେ ଯୋଗାଇବ ୧ କୋଟି ୬୦ ଲକ୍ଷ କରୋନା ଡୋଜ୍‌

ନୂଆଦିଲ୍ଲୀ,୧୦।୩: ପାକିସ୍ତାନ ପ୍ରତି ଭାରତ ମନରେ ଦୟା ରହିଛି। ଭାରତ କରୋନା ମହାମାରୀ ଲଢ଼େଇରେ ପୃଥିବୀରେ ଆଗୁଆ ରହିଛି। ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି...

ବିହାରରେ ଘାତକ ସାଜିଛି ମସ୍ତିସ୍କ ଜ୍ୱର: ଗଲାଣି ୮୪ ଶିଶୁଙ୍କ ଜୀବନ

ପାଟନା,୧୬ା୬: ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗରେ ଏପର୍ଯ୍ୟନ୍ତ ୮୪ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।...

ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ୧୪ରେ

ନୂଆଦିଲ୍ଲୀ,୬ା୪(ପି.ଟି.): ଦେଶରେ ସ୍କୁଲ କଲେଜଗୁଡ଼ିକୁ ଖୋଲିବା ନେଇ ଆସନ୍ତା ୧୪ ତାରିଖରେ ନିଷ୍ପତ୍ତି ନିଆଯିବ। କୋଭିଡ୍‌-୧୯ର ମୁକାବିଲା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଅବଧି ଶେଷ...

ମଲ୍ଲିକାର୍ଜୁନଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହିତ ମଧ୍ୟାହ୍ନ ଭୋଜନ...

ଜୁଲାଇ ସୁଦ୍ଧା ୩୦ କୋଟିଙ୍କୁ ଟିକାଦାନ କଷ୍ଟକର…

ନୂଆଦିଲ୍ଲୀ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ...

ତାଉକ୍‌ତାଏ ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ମୁମ୍ବାଇ,୧୭।୫: ବାତ୍ୟା ତାଉକ୍‌ତାଏ କେତେକ ରାଜ୍ୟରେ ତାଣ୍ଡବ ରଚିବାରେ ଲାଗିଛି। ମହାରାଷ୍ଟ୍ରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ପ୍ରବଳ ବେଗରେ ପବନ ବୋହିବା...

Advertisement
Archives

Model This Week