ପ୍ରକାଶ ପାଇଲା ଭାଜପାର ଜିଲା ସଭାପତି ତାଲିକା

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ଶୁକ୍ରବାର ଦଳର ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ୩୪ଟି ପାଇଁ ସଭାପତିଙ୍କ ନାମ ପ୍ରକାଶ କରାଯାଇଛି। ଗତ ୧୫ ଏବଂ ୧୬ ତାରିଖରେ ଜିଲା ସଭାପତି ଚୟନ ପାଇଁ ଦଳୀୟ ନିର୍ବାଚନ କରାଯାଇଥିଲା। ଏହାର ଫଳାଫଳ ରାଜ୍ୟ ଭାଜପା ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ୨ଟି ଜିଲା ଯଥା ଭୁବନେଶ୍ୱର ଏବଂ କଳାହାଣ୍ଡି ପାଇଁ ଏ ପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ। ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁମୋଦନକ୍ରମେ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଏହି ଘୋଷଣା କରିଛନ୍ତି। ଗତଥରର ଦୁଇଜଣ ସଭାପତିଙ୍କୁ ପୁନର୍ବାର ଦାୟିତ୍ୱ ଦିଆଯାଇଥିବାବେଳେ ବାକି ୩୨ଟିରେ ନୂଆ ମୁହଁ ଦେଖିବାକୁ ମିଳିଛି। ଯାଜପୁର ଜିଲା ସଭାପତି ଥିବା ଗୌତମ ରାୟ ଏବଂ ଜଗତ୍‌ସିଂହପୁରର ସତ୍ୟବ୍ରତ ମହାପାତ୍ରଙ୍କ ଉପରେ ପୁଣିଥରେ ଦଳ ଭରସା କରିଛି। ଅନ୍ୟପଟେ ଏଥର ୪ ବିଧାୟକ ଏବଂ ଦୁଇ ପୂର୍ବତନ ବିଧାୟକଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଛି। ୪ ବିଧାୟକ ହେଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ମାଲକାନାଗିରି ବିଧାୟକ ଆଦିତ୍ୟ ମାଢ଼ୀ ଏବଂ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ସେହିପରି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ପୂର୍ବତନ ବିଧାୟକ(ବୈଶିଙ୍ଗା) କାନ୍ଦରା ସୋରେନଙ୍କୁ ସଭାପତିଭାବେ ନିଯୁକ୍ତି ଦିଆଯାଇଛି।
ଅନ୍ୟପକ୍ଷରେ ଗୋଷ୍ଠୀ ବିବାଦ ଯୋଗୁ ଭୁବନେଶ୍ୱର ଏବଂ କଳାହାଣ୍ଡି ଜିଲା ପାଇଁ ସଭାପତି ଚୟନ ହୋଇ ପାରି ନ ଥିବା ଚର୍ଚ୍ଚା ହେଉଛି। ସେହିପରି ଦଳ ପକ୍ଷରୁ ୧୮୬ଜଣଙ୍କୁ ରାଜ୍ୟ ପରିଷଦର ସଦସ୍ୟଭାବେ ଚୟନ କରାଯାଇଛି। ଏହି ତାଲିକା ମଧ୍ୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ଜଣାପଡିଛି। ଜିଲା ସଭାପତିଙ୍କ ତାଲିକା ରବିବାର କେନ୍ଦ୍ରୀୟ ଟିମ୍‌ଙ୍କ ନିକଟକୁ ପଠାଇ ଦିଆଯିବ, ଏହାପରେ ରାଜ୍ୟ ସଭାପତି ଚୟନ ଲାଗି ଦିନ ସ୍ଥିର କରାଯିବ ବୋଲି ସୁଦୀପ୍ତ ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri