ପୌର ପାଳିକାର ସ୍ବଚ୍ଛସାଥୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ :୩୬ ପଦବୀ, ୧୯୫ ଆବେଦନକାରୀ

ପାରାଦୀପ,୨୮ା୮(ସ୍ବ.ପ୍ର.): ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଏବେ ସରକାର ସ୍ବଚ୍ଛ ସାଥୀ ଓ ଓ୍ବାର୍ଡ ଅଫିସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ପାରାଦୀପ ପୌରାଞ୍ଚଳ ପାଇଁ ମଙ୍ଗଳବାର ସ୍ବଚ୍ଛ ସାଥୀ ପଦବୀ ନିମନ୍ତେ ସାକ୍ଷାତକାର ଆରମ୍ଭ ହୋଇଛି। ପୂର୍ବ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୧୯୫ ଜଣ ମହିଳା ଓ ଯୁବତୀ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ଏଥିରୁ ୧୯ ଓ୍ବାର୍ଡ ପାଇଁ ୨୯ ଜଣ ସ୍ବଚ୍ଛସାଥୀ ଓ ୭ ସୁପରଭାଇଜର ନିଯୁକ୍ତି ପାଇବେ। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ପୌର କାର୍ଯ୍ୟାଳୟରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ପୌରାଞ୍ଚଳରେ ରହୁଥିବା ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ଭାଗ ନେଇପାରିବେ। କିନ୍ତୁ ସାକ୍ଷାତକାର ଦେବାକୁ ମହିଳାଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଯୁବତୀ ଆସିଥିଲେ। ସେମାନଙ୍କ ଯୋଗ୍ୟତା ଯୁକ୍ତ ୨ ଓ ଯୁକ୍ତ ୩ ଥିଲେ ହେଁ ପଞ୍ଜିକୃତ ଏସ୍‌ଏଚ୍‌ଜିରେ ସେମାନେ ସାମିଲ ହୋଇଥିବା କାଗଜପତ୍ରରେ ଜଣାଇଛନ୍ତି, ଯାହାକି ବିଚାରକଙ୍କୁ ଅଡୁଆରେ ପକାଇଛି। ଯେଉଁ ଏସ୍‌ଏଚ୍‌ଜି ନାମ ସେମାନେ ଦର୍ଶାଇଛନ୍ତି, ସେମାନଙ୍କ ନାମ ପୌର ପାଳିକାରେ ଥିବା ଏସ୍‌ଏଚଜି ସଦସ୍ୟାଙ୍କ ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡୁଛି। କେତେକ ଆଶାୟୀ ପୁରୁଣା ଏସ୍‌ଏଚ୍‌ଜିରେ ଚଳିତ ଅଗଷ୍ଟ ମାସରେ ନାମ ଯୋଡ଼ିଥିବା ରେକର୍ଡରୁ ଜଣାଯାଇଛି। ଏବେ ଏହି ନିଯୁକ୍ତି ସମ୍ପର୍କିତ କାଗଜପତ୍ରକୁ ୩ ଜଣିଆ କମିଟି ଯାଞ୍ଚ କରୁଛନ୍ତି। ସେମାନେ ହେଲେ ଡିଆରଡିଏ ଅଧିକାରୀ, ଡୁଡା ଅଧିକାରୀ ଓ ସିଡିପିଓ। ଜଣେ ପ୍ରାର୍ଥୀଙ୍କ ପାଇଁ ଯାଞ୍ଚ ପ୍ରକ୍ରିୟା ଓ ପ୍ରଶ୍ନୋତ୍ତର ସମୟ ସାପେକ୍ଷ ଥିବାରୁ ମଙ୍ଗଳବାର ସାକ୍ଷାତକାର ଶେଷ ହୋଇନାହିଁ। ଆଉ ଦିନେ କିମ୍ବା ଦୁଇଦିନ ହେବ ବୋଲି କୁହାଯାଇଛି। ଏଥିରୁ ଯୋଗ୍ୟ ପ୍ରାର୍ଥତ୍ନୀଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଚୟନ କରାଯିବ। ସୂଚନାଯୋଗ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଅଧୀନରେ ଏହି ସ୍ବଚ୍ଛସାଥୀମାନେ ପ୍ରତି ଓ୍ବାର୍ଡରେ ଆବର୍ଜନା ପରିଚାଳନା କରିବେ। କିପରି ଶୁଖିଲା ଆବର୍ଜନାକୁ ଅଲଗା କରି କବାଡିଆଙ୍କୁ ବିକ୍ରି କରାଯିବ ଓ ଓଦା ଆବର୍ଜନାକୁ ଖତ କରାଯିବ ସେହି କାମ ସ୍ବଚ୍ଛସାଥୀ କରିବେ। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାଶ୍‌ ରଖାଯାଇଛି। ଆଶାୟୀ ସେହି ଓ୍ବାର୍ଡର ବାସିନ୍ଦା ପ୍ରମାଣପତ୍ର ଓ ସ୍ବୟଂସହାୟିକା ଗୋଷ୍ଠୀ ସଦସ୍ୟା ହୋଇଥିବା ଅପରିହାର୍ଯ୍ୟ। ଏବେ ଯୁବତୀମାନେ ଏହି ସାକ୍ଷାତକାରରେ ଅଂଶଗ୍ରହଣ କରିବାକୁ ନେଇ କେତେଜଣ ଏସ୍‌ଏଚ୍‌ଜି ମହିଳା ଆପତ୍ତି ଉଠାଇଛନ୍ତି। ଏହି ସାକ୍ଷାତକାର ଶେଷ ପରେ ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇପାରେ ବୋଲି ଆଭାସ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ଜୁଇରେ ହେମବନ୍ତୀ

ସରଣ୍ଡା,୯ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଲୁରୁପାଲି ଗ୍ରାମରେ ଶନିବାର ହେମବନ୍ତୀ ମହାପାତ୍ର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସ୍ବାମୀ ରତ୍ନାକରଙ୍କ...

ଗଞ୍ଜାମ ଜିଲା ପ୍ରଶାସନର ଚେତାବନୀ: କୋଭିଡ-୧୯ ନିୟମ ନ ମାନିଲେ ସିଲ୍‌ ହେବ ଦୋକାନ

ଗଞ୍ଜାମ,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାରେ ଜିଲା ପ୍ରଶାସନ। ଏହିପାଇଁ ରେଶମ ସହର ବ୍ରହ୍ମପୁର ଓ...

କୋର୍ଟରେ ହାଜର ହେଲେ ଶର୍ମିଷ୍ଠା: ୨୨କୁ ପୁଣି ଡାକରା

ଭଦ୍ରକ ଅଫିସ,୧୧।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସୋମବାର ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଛନ୍ତି।...

ଆନ୍ତଃରାଜ୍ୟ ହକି ଟୁର୍ନାମେଣ୍ଟ ଜିତିଲା ସୁନ୍ଦରଗଡ

ଉଲୁଣ୍ଡା, ୮ା୧(ଡି.ଏନ.ଏ.) – ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ପଞ୍ଚାୟତର ଗିନ୍ଦିଲ୍ଲାମାଲଠାରେ ଉଲୁଣ୍ଡା ଯୁବ ମହାସଂଘ ଏବଂ ଆଦିବାସୀ ବିକାଶ କ୍ଲବ ମିଳିତ ଆନୁକୂଲ୍ୟରେ...

କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍‌ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ...

ଚିଲିକାରେ ୧୦୬ ପ୍ରଜାତିର ୪୮,୭୨୮ ପକ୍ଷୀ

ବାଲୁଗଁା,୨ା୬(ଡି.ଏନ୍‌.ଏ.):ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ଏବେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ...

ପ୍ରାକ୍ଟିକାଲରେ କମ୍‌ ମାର୍କ ପାଇଁ କଲେଜ ଘେରିଲେ ଛାତ୍ରୀ

ଜୟପୁର,୨୬ା୬(ନି.ପ୍ର./ଡି.ଏନ୍‌.ଏ.): ଥିଓରିରେ ୮୦ ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀଙ୍କୁ ଗୃହ ବିଜ୍ଞାନର ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ମିଳିଛି। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ...

ହୋଟେଲକୁ ସିଲ୍‌ କରିଦେଲା ପ୍ରଶାସନ

ବରଗଡ଼ ଅଫିସ୍‌,୨୬।୪: ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସହରର ଏକ ହୋଟେଲକୁ ସିଲ୍‌ କରି ଦିଆଯାଇଛି । ଲକ୍‌ ଡାଉନ୍‌ କଟକଣା କୋହଳ ହୋଇଥିଲେ ହେଁ...

Advertisement
Archives

Model This Week