Posted inରାଜ୍ୟ

ପୌରାଧ୍ୟକ୍ଷ ଓ ବିଧାୟକଙ୍କ ମଧ୍ୟରେ ଶୀଳତଯୁଦ୍ଧ : ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟନ ବନ୍ଦ

ପାରାଦୀପ,୨୦ା୬(ସ୍ବ.ପ୍ର.): ଦୀର୍ଘଦିନର ନୀରବତା ପରେ ଏବେ ପୁଣି ଥରେ ପାରାଦୀପ ବିଜେଡି ରାଜନୀତି ସରଗରମ ହୋଇଛି। ପୂର୍ବରୁ ଦୀର୍ଘ ୨ ଦଶନ୍ଧୀ ଧରି ବରିଷ୍ଠ ନେତା ଦାମୋଦର ରାଉତ ଓ ବିଷ୍ଣୁ ଚରଣ ଦାସଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ଜିଲା ତଥା ରାଜ୍ୟ ରାଜନୀତି ଉଷ୍ମ ହେଉଥିଲା। ମାତ୍ର ଏବେ ଉଭୟ ନେତା ନୀରବ ଅଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ବିଜେଡି ଦାମଙ୍କୁ ବହିଷ୍କୃତ କରିବା ଓ ସେ ଭାଜପାରେ ଯୋଗଦେଇ ପାରାଦୀପ ଛାଡ଼ି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ଫଳରେ ଜିଲା ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଛି। ଦାମଙ୍କ ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ କେତେକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଏପରି କି ପାରାଦୀପରୁ ତାଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍‌ ଦିଆଯାଇଥିଲା, ଯାହାକି ଦଳରେ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିଥିଲା। ମାତ୍ର ନିର୍ବାଚନ ପରେ ପରିସ୍ଥିତି ଶାନ୍ତ ପଡିଯାଇଥିବା ବେଳେ ଗତ ୧୪ ତାରିଖରୁ ନବ ନିର୍ବାଚିତ ବିଧାୟକ ସମ୍ବିତ ରାଉତରାୟ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଉକ୍ତ ବିବାଦ ପାଇଁ ପାରାଦୀପ ବସ୍‌ଷ୍ଟାଣ୍ଡରେ ନିର୍ମିତ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ଉଦ୍‌ଘାଟନ ଉତ୍ସବ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ହୋଇଯାଇଛି। ଏପରିକି ଉଦ୍‌ଘାଟନ ନିମନ୍ତେ ଯେଉଁ ଫଳକ ବିଶ୍ରାମାଗାର କାନ୍ଥରେ ଲଗାଯାଇଥିଲା, ବିବାଦ ପରେ ତାହା କାଢି ଦିଆଯାଇଛି। ଏ ନେଇ ବିଜେଡି କର୍ମୀଙ୍କ ପକ୍ଷରୁ ସୋସିଆଲ ମିଡିଆ ଓ କେତେକ ଖବରକାଗଜରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ, ଗତବର୍ଷ ପୌରପାଳିକା ପକ୍ଷରୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ବିଶ୍ରାମାଗାର ନିର୍ମାଣ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟ ଗତ ଜାନୁୟାରୀରେ ସରିବା ପରେ ଉଦ୍‌ଘାଟନ ହେବାର ଥିଲା। କିନ୍ତୁ ସେତେବେଳେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଉଦ୍‌ଘାଟନ ହୋଇପାରି ନ ଥିଲା। ଚଳିତମାସ ୧୪ ତାରିଖ ପ୍ରଥମ ରଜରେ ଉକ୍ତ ବିଶ୍ରାମାଗାର ଉଦ୍‌ଘାଟନ କରିବାକୁ ଧାର୍ଯ୍ୟ ହୋଇଥିଲା। ଉଦ୍‌ଘାଟକ ଭାବେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ନାମ ଫଳକରେ ଥିଲା। ଏଥିସହ ଫଳକ ତଳ ଧାଡ଼ିରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି, ସ୍ଥାନୀୟ ୧୫ନଂ ଓ୍ବାର୍ଡ କାଉନସିଲର ମାନସ ବିଶ୍ୱାଳଙ୍କ ନାମ ଥିଲା। କିନ୍ତୁ ଏଥିରେ ସମ୍ବିତଙ୍କ ନାମ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ସମ୍ବିତ ଓ ତାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିବାଦ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୌର କର୍ତ୍ତୃପକ୍ଷ ଉଦ୍‌ଘାଟନ ପର୍ବ ବାତିଲ କରିବା ସହ ଫଳକ ଖୋଲି ଦେଇଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବିଶ୍ୱାଳ କହିଛନ୍ତି ଯେ, ଉକ୍ତ ବିଶ୍ରାମାଗାର ପାଇଁ ବିଦ୍ୟୁତ୍‌, ପାନୀୟଜଳ ସଂଯୋଗ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କରିବେ। ସେଥିପାଇଁ ବନ୍ଦର ଅଧ୍ୟକ୍ଷଙ୍କୁ ମୁଖ୍ୟଅତିଥି କରିଥିଲୁ। ପୂର୍ବରୁ ମଧ୍ୟ ଅନେକ ପ୍ରକଳ୍ପ ବନ୍ଦର ଅଧ୍ୟକ୍ଷ ଉଦ୍‌ଘାଟନ କରିଛନ୍ତି। ବିଧାୟକଙ୍କ ଉଦ୍‌ଘାଟନ ପାଇଁ ଆଗକୁ ଆହୁରି ୩ କୋଟି ଟଙ୍କାର ପ୍ରକଳ୍ପ ଅଛି। ତେଣୁ ବିଧାୟକଙ୍କ ଶିବିର କାହିଁକି ବିରୋଧ କରୁଛନ୍ତି ତାହା ମୁଁ ଜାଣିନାହିଁ। ଅନ୍ୟପକ୍ଷରେ ସମ୍ବିତ କହିଛନ୍ତି ଯେ, ସେମିତି କିଛି ବିରୋଧ ସେ କରିନାହାନ୍ତି। ତାଙ୍କ ପାଇଁ କିଏ କ’ଣ କାହାକୁ କହିଛି ତା ମଧ୍ୟ ସେ ଜାଣନ୍ତି ନାହିଁ। ସେ ସପ୍ତାହେ ହେଲା ବାହାରେ ଅଛନ୍ତି। ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ ଟିକେଟ ପାଇଁ ସମ୍ବିତଙ୍କ ସହ ବସନ୍ତ ମଧ୍ୟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଥିଲା। ସେହିପରି ଦାମଙ୍କୁ ବିଜେଡି ବହିଷ୍କାର କରିବା ପରେ ତାଙ୍କ ଘନିଷ୍ଠ ସହଯୋଗୀ ବସନ୍ତ ତାଙ୍କୁ ଛାଡ଼ି ଦଳ ସହିତ ରହିଥିଲେ। ଏପରି କି ଦାମ ବିରୋଧୀ ବୈଠକରେ ବସନ୍ତ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏହା ବିବାଦର ମୂଳ କାରଣ ବୋଲି କୁହାଯାଉଛି। ତେବେ ଏହି ବିବାଦ ଆଗକୁ କି ରୂପ ନେଉଛି ତାହା ଦେଖିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri