ପୌରାଞ୍ଚଳରେ କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌରାଞ୍ଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା)କୁ ଅବଗତ କରି ତୁରନ୍ତ ଟଙ୍କା ପ୍ରଦାନ କରିବାକୁ କୁହାଯାଇଛ। ମୋଟ ୧୧୪ ଟି ପୌର ସଂସ୍ଥାକୁ ଏହି ଅର୍ଥ ପ୍ରଦାନ କରାଯିବ। ଉନ୍ନତି ଯୋଜନାର ମାର୍ଗ ଦର୍ଶିକାରେ କୋହଳ ସହିତ ସମ୍ଭାବ୍ୟ ସ୍ଥିତିକୁ ଦେଖି ଉକ୍ତ ପାଣ୍ଠି କରୋନା ମୁକାବିଲା ଦିଗରେ ଖର୍ଚ୍ଚ କରାଯିବାକୁ ସ୍ଥିର ହୋଇଛ। ବରାଦ ଅର୍ଥ ମଧ୍ୟରୁ ବିଏମ୍‌ସିକୁ ସର୍ବାଧିକ ଏକ କୋଟି ଟଙ୍କା ମିଳିବାକୁ ଥିବା ବେଳେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମହାନଗର ନିଗମକୁ ୫୦ଲକ୍ଷ ଲେଖା ଟଙ୍କା ପ୍ରଦାନ କରାଯିବ। ସେହିପରି ଏନ୍‌ଏସି ଓ ମ୍ୟୁନିସପାଲିଟି ଗୁଡିକୁ ୧୦ ରୁ ୨୦ ହଜାର ମିଳିବ। ଅନୁମତି ବିନା କୌଣସି ପରିସ୍ଥିତିରେ ବି ଏହି ଅର୍ଥକୁ ଅନ୍ୟ କାର୍ଯ୍ୟ ଲାଗି ବିନିଯୋଗ କରାଯାଇ ପାରିବ ନାହିଁ। ପୌରସଂସ୍ଥା ଗୁଡିକ ଲାଗି ମଞ୍ଜୁର ଅର୍ଥକୁ ଭାରତର ମହା ଲେଖାକାର(ସିଏଜି) କିମ୍ବା ତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ଅଡିଟ କରିପାରିବେ। ଏଥିସହ ଅର୍ଥର ଆଭ୍ୟନ୍ତରିଣ ଅଡିଟ୍‌ ମଧ୍ୟ କରାଯିବ। ତେଣୁ ସରକାରୀ ନୀତିନିୟମ ଅନୁଯାୟୀ ପୌର ସଂସ୍ଥାଗୁଡିକ ଅର୍ଥକୁ ଠିକଣା ଭାବେ ଖର୍ଚ୍ଚ କରିବା ସହିତ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହାର ବିନିଯୋଗ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri