ପୌରପାଳିକା ଜାଗାରୁ ଚୋରା ଚାଲାଣ ହେଉଛି ମାଟି: ରାତିରେ ତାଡ଼ି ନିଆଯାଇଛି ଶହ ଶହ ଟ୍ରିପ୍‌

ଅନୁଗୋଳ ଅଫିସ, ୧୯।୧୨- ଅନୁଗୋଳ ପୌରପାଳିକାକୁ ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ହେଉଛି ମାଟି ଚୋରା ଚାଲାଣ। ଜେସିବି ଓ ଟିପ୍ପର ଲଗାଇ ମାଫିଆମାନେ ଶହ ଶହ ଟ୍ରିପ୍‌ ମାଟି ତାଡ଼ି ନେଇ ଆଣ୍ଠୁଏ ଖାଲ କରିଦେଇଥିଲେ ବି ଏ ନେଇ ପୌରପାଳିକା କି ତହସିଲ ପ୍ରଶାସନ ନିକଟରେ କିଛି ଖବର ନାହିଁ। ରାତିରେ ପାଟ୍ରୋଲିଂ କରୁଥିବା ଅନୁଗୋଳ ପୋଲିସ ମଧ୍ୟ ଏପରି ମାଟି ଚୋରା ଚାଲାଣକାରୀଙ୍କୁ ଧରିପାରି ନ ଥିବା ବେଳେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ କହିଛନ୍ତି।
ପ୍ରକାଶ ଯେ, ୪ ବର୍ଷ ପୂର୍ବରୁ ବଅଁରପାଳ ତହସିଲ ପକ୍ଷରୁ କୁଶାସିଂହାରେ ୫ ଏକର ଜାଗା ଅନୁଗୋଳ ପୌରପାଳିକାକୁ ପ୍ରଦାନ କରାଯାଇଥିଲା। ଏଠାରେ ଡମ୍ପିଂୟାର୍ଡ୍‌ ନିର୍ମାଣ ଯୋଜନା ଥିବାରୁ ପୌରପାଳିକା ନାମରେ ଉକ୍ତ ଜମିର ପଟ୍ଟା କରାଯାଇଥିଲା। ଡମ୍ପିଂୟାର୍ଡ ନିର୍ମାଣ ପାଇଁ ସେଠାରେ ବାଲି, ଗୋଡ଼ି ଆଦି ପକାଇ ପୌର ପରିଷଦ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ପାଚେରି ବୁଲାଇବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ଡମ୍ପିଂୟାର୍ଡ୍‌ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ଏବେ ଉକ୍ତ ସ୍ଥାନରୁ ମାଟି ଖୋଳି ନିଆଯିବା ସହ ପଡ଼ି ରହିଥିବା ବାଲି ଓ ଗୋଡ଼ିକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଜେସିବି ଓ ଟିପ୍ପର ଲଗାଇ ରାତିରେ ଶହ ଶହ ଟ୍ରିପ୍‌ ମାଟି ଉଠାଇ ନିଆଯାଇଥିବାରୁ ଉକ୍ତ ସ୍ଥାନ ଆଣ୍ଠୁଏ ଲେଖାଏ ଖାଲ ହୋଇଯାଇଛି। ଗତ ୧୫ ଦିନ ହେବ ଏପରି ଖୋଲାଖୋଲି ଚୋରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ପୌରପାଳିକା, ତହସିଲ କିମ୍ବା ପୋଲିସ ନିକଟରେ କିଛି ବି ସୂଚନା ନାହିଁ। ପୌରପାଳିକାର ଡମ୍ପିଂୟାର୍ଡ୍‌ ସ୍ଥାନ ସହ ନିକଟରେ ଥିବା ପଡ଼ିଆ ଅଞ୍ଚଳରୁ ମାଟି ଚୋରାରେ ଆଣି ମାଫିଆମାନେ ଅନୁଗୋଳ ସହରର ଏକ ସ୍ଥାନରେ ପକାଇଛନ୍ତି। ଏ ସମ୍ପର୍କରେ ପୌର ପରିଷଦ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଡମ୍ପିଂୟାର୍ଡ୍‌ ପାଇଁ ପ୍ରଶାସନ ପକ୍ଷରୁ ଜାଗା ମିଳିଥିଲା। ସ୍ଥାନୀୟ ଲୋକେ ବିରୋଧ କରିବାରୁ ପାଚେରି ନିର୍ମାଣ ହୋଇପାରିନାହିଁ। ତେବେ ମାଟି ଚୋରା ଚାଲାଣ ହେଉଥିବା ନେଇ ଆମ ନିକଟରେ କୌଣସି ସୂଚନା ନାହିଁ। ଘଟଣାସ୍ଥଳ ପରିଦର୍ଶନ ପରେ ପ୍ରଶାସନକୁ ଅବଗତ କରିବା ସହ ଆବଶ୍ୟକ ପଡ଼ିଲେ ଥାନାରେ ଅଭିଯୋଗ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ସେହିପରି ବଅଁରପାଳ ତହସିଲଦାର ସାହୁ କହିଛନ୍ତି, ମାଟି ଚୋରା ଚାଲାଣ ନେଇ ସୂଚନା ମିଳିଥିଲା। ଘଟଣାର ଅନୁଧ୍ୟାନ କରିବାକୁ ଆଡିସିନାଲ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲି। ସେ ଅଦ୍ୟାବଧି ରିପୋର୍ଟ ପ୍ରଦାନ କରିନାହାନ୍ତି। ନିଜେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣା ସମ୍ପର୍କରେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri