ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

ବ୍ରହ୍ମପୁର ଅଫିସ, ୮।୭-ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ ତିନୋଟି, ସଦର ଥାନା ଇଲାକାରେ ଦୁଇଟି, ବଡ଼ବଜାର ଥାନା ଅଞ୍ଚଳରେ ଦୁଇଟି ଓ ଟାଉନ ଥାନା ଅଧୀନରେ ଗୋଟିଏ ଚୋରି ଘଟଣାର ପୋଲିସ ବାପ-ପୁଅ ଗ୍ୟାଙ୍ଗକୁ ଧରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି ।
ଏନେଇ ବୈଦ୍ୟନାଥପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମାୟାଧର ସେଠୀ ସୂଚନା ଦେଇଛନ୍ତି । ଗ୍ୟାଙ୍ଗ ଲିଡର କୁହାଯାଉଥିବା ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ ଲେନରେ ରହୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅମାନେ ଏହି ଚୋରି ଘଟଣାଗୁଡ଼ିକରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୧୩୫ ଗ୍ରାମ ସୁନା, ୨୫ ହଜାର ଟଙ୍କା, ରୁପା ସାମଗ୍ରୀ, କ୍ୟାମେରା, ମୋବାଇଲ ଫୋନ, ଏଲଇଡି ଟିଭି, ରେଡିଓ ଏବଂ ଆଇରନ ଚେଷ୍ଟ ପ୍ରଭୃତି ଜବତ କରାଯାଇଥିବା ଅତିରିକ୍ତ ଏସ୍‌ପି ସେଠୀ କହିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ବୈଦ୍ୟନାଥପୁର ପୋଲିସ ରବିବାର କୋର୍ଟଚାଲାଣ କରିଥିବା ବେଳେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)କୁ ପଠାଇ ଦିଆଯାଇଛି । ଗତ ମେ ମାସରେ ନାବାଳକମାନେ ବାଳ ସୁଧାର ଗୃହରୁ ମୁକ୍ତି ପାଇବା ପରେ ପୁଣିଥରେ ଏହି ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଛି। ଗତ କିଛିଦିନ ତଳେ ଉପରୋକ୍ତ ସିରିଜ୍‌ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକଙ୍କୁ ବଡ଼ବଜାର ପୋଲିସ ଜେଜେବିକୁ ପଠାଇଥିଲା। ସେହିପରି ଅନ୍ୟ ଜଣେ ନାବାଳକଙ୍କୁ ପୋଲିସ ଧରିପାରି ନ ଥିବା କହିଛି। ଏହି ଗ୍ୟାଙ୍ଗ ସହର ଓ ସହର ତଳି ଅଞ୍ଚଳ ଘୂରି ବୁଲିବା ସହ ବିଶେଷକରି ତାଲା ବନ୍ଦ ଘରକୁ ଟାର୍ଗେଟ କରୁଥିଲେ ବୋଲି ସେମାନଙ୍କୁ ଜେରା ବେଳେ ଜଣାପଡ଼ିଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି ।
ଯେ, ଗତ ମେ ମାସରୁ ସହରର ବିଭିନ୍ନ ଥାନା ଇଲାକାରେ ନିୟମିତ ବ୍ୟବଧାନରେ ତାଲା ବନ୍ଦ ଘରୁ ସୁନା ଅଳଙ୍କାର, ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା । ଯାହାକି ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ସଦର ଏସଡିପିଓ ଜୟନ୍ତ ମହାପାତ୍ର, ବଡ଼ବଜାର ଆଇଆଇସି ପ୍ରଶାନ୍ତ ଭୂପତି, ଟାଉନ ଥାନାଧିକାରୀ ସନ୍ତୋଷିନୀ ଓରାମ, ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସାଦ ଦାଶ, ସଦର ଥାନାଧିକାରୀ ଭାବନାନନ୍ଦ ପ୍ରଧାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ଗ୍ୟାଙ୍ଗର ଗତିିବିଧି ଉପରେ ନଜର ରଖିଥିଲେ। ଜଣେ ନାବାଳକଙ୍କୁ ଧରି ପୋଲିସ ପଚରାଉଚରା ବେଳେ ଏହି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତି ଜଣକ ତାଙ୍କ ନାବାଳକ ପୁଅମାନଙ୍କୁ ଚୋରି କାର୍ଯ୍ୟରେ ଲିପ୍ତ କରାଉଥିଲେ। ସେମାନଙ୍କଠାରୁ ଚୋରି ସାମଗ୍ରୀ ପାଇବା ପରେ ସେ ଅଳ୍ପ କିଛି ଟଙ୍କା ତାଙ୍କୁ ଦେଉଥିଲେ ବୋଲି ଜେରା ବେଳେ ଜଣାପଡ଼ିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ନାବାଳକଙ୍କୁ ପୋଲିସ ଖୁବଶୀଘ୍ର ଧରିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri