ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କ ପଗଡ଼ି ଖୋଲି ଆକ୍ରମଣ:ପିସିଆର ଭ୍ୟାନ୍‌ ଇନ୍‌ଚାର୍ଜ ନିଲମ୍ବିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ)/ କଟକରୋଡ(ଡି.ଏନ୍‌.ଏ.):ଗାଡ଼ି ପାର୍କିଂକୁ ନେଇ ଭଗବାନ ଟାଓ୍ବାର ଟ୍ରେଜରର ପରବିନ୍ଦର ପାଲ୍‌ ସିଂଙ୍କୁ ଆକ୍ରମଣ ହୋଇଛି। ଖବର ପାଇ ସେଠାରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚତ୍ଥିଲା। ହେଲେ ପୋଲିସ ଉପସ୍ଥିତିରେ ବି ଆକ୍ରମଣକାରୀମାନେ ତାଙ୍କୁ ଛାଡ଼ି ନ ଥିଲେ। ପରବିନ୍ଦରଙ୍କ ପଗଡ଼ି ଖୋଲି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ। ଲକ୍ଷ୍ମୀସାଗର ଥାନାଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ପୋଲିସ ଦୁଇ ପକ୍ଷର ଅଭିଯୋଗ ଆଧାରରେ ଦୁଇ ପୃଥକ ମାମଲା ରୁଜୁ କରିଛି। ତଦନ୍ତ ପରେ ଦୁଇଜଣ ଆକ୍ରମଣକାରୀ ଶଙ୍କର ରାଉତ ଓ ଦୀପକ ମହାନ୍ତିଙ୍କୁ ଗିରଫ କରିଥିବାବେଳେ ୬ଜଣ ଫେରାର ଥିବା ପୋଲିସ କହିଛି। ଅନ୍ୟପକ୍ଷରେ ପୋଲିସ ସମ୍ମୁଖରେ ଆକ୍ରମଣ ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଉକ୍ତ ପିସିଆର୍‌ ଭ୍ୟାନ୍‌ର ଇନ୍‌ଚାର୍ଜଙ୍କୁ ନିଲମ୍ବିତ କରିଛନ୍ତି।
ପୋଲିସ ସୂଚନାନୁଯାୟୀ, ପରବିନ୍ଦର ଭଗବାନ ଟାଓ୍ବାର ଆପାର୍ଟମେଣ୍ଟରେ ରହିବା ସହ ଉକ୍ତ ଆପାର୍ଟମେଣ୍ଟ ଆସୋସିଏଶନର ଟ୍ରେଜରର ଅଛନ୍ତି। ଆପାର୍ଟମେଣ୍ଟ ଆଗରେ ଅଭିଯୁକ୍ତ ଦୀପକ, ଶଙ୍କର ଓ ଅନ୍ୟ ୬ଜଣ ଯୁବକ କାର୍‌ ପାର୍କିଂ କରି ଖଟି କରୁଥିଲେ। ପରବିନ୍ଦର ତାଙ୍କ ଝିଅକୁ ସ୍କୁଲରୁ ଆଣି କାରରେ ଘରକୁ ଫେରିଥିଲେ। ହେଲେ ଦୀପକଙ୍କ କାର୍‌ ବାଟରେ ଥିବାରୁ ପରବିନ୍ଦର ଆପାର୍ଟମେଣ୍ଟ ଭିତରକୁ ପଶିପାରି ନ ଥିଲେ। ଦୀପକଙ୍କୁ କାର୍‌ ହଟାଇବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଦୀପକ ଓ ସହଯୋଗୀମାନେ ଉତ୍ତ୍ୟକ୍ତ ହୋଇ ପରବିନ୍ଦରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରବିନ୍ଦର ଲହୁଲୁହାଣ ହୋଇ ଆପାର୍ଟମେଣ୍ଟ ଭିତରେ ଲୁଚି ରହି ଥାନାକୁ ଫୋନ୍‌ କରିଥିଲେ। ଏହାପରେ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପରବିନ୍ଦରଙ୍କୁ ଆପାର୍ଟମେଣ୍ଟରୁ ବାହାରକୁ ଡାକି ଆଣିଥିଲେ। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଭିଯୁକ୍ତ ଦୀପକ, ଶଙ୍କର ଓ ଅନ୍ୟମାନେ ପୋଲିସ ଉପସ୍ଥିତିରେ ପରବିନ୍ଦରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ଏନେଇ ଜୋନ୍‌ ଏସିପି ରବି ଶତପଥୀ କହିଛନ୍ତି, ସିସିଟିଭି ଯାଞ୍ଚ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପୁଞ୍ଜିନିବେଶକାରୀଙ୍କ ପାଇଁ ପସନ୍ଦ ସ୍ଥାନ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୬ା୯(ବ୍ୟୁରୋ):ପୁଞ୍ଜିନିବେଶ, ଶିଳ୍ପ ପାଇଁ ଓଡ଼ିଶା ହେଉଛି ଏକ ପସନ୍ଦ ସ୍ଥାନ। ଉତ୍ସାହର ସହ ଯୁବ ଗୋଷ୍ଠୀ ଉଦ୍ୟୋଗୀ ହେବାକୁ ଆଗେଇ ଆସିବାକୁ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ...

ଫେସ୍‌ବୁକ୍‌ ଲାଇଭ୍‌ରେ ସମଲେଇଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର,୨୩।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ  ନୂଆ ଖାଇବା ପରେ ବିଭନ୍ନ ଦେବୀଦେବଙ୍କୁ ଲୋକେ ଦର୍ଶନ କରିଥାନ୍ତି। ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ...

ପରିଚୟ ଖୋଜାରେ ଅଟକିଛି ତଦନ୍ତ

ଭୁବନେଶ୍ୱର,୭ା୨(ବ୍ୟୁରୋ):ରାଜଧାନୀରେ ଏକାଧିକ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିପାରୁନାହିଁ। ଘଟଣାକୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ...

‘ମୁଁ ଯେବେ ମୁହଁ ଖୋଲିବି, ରାଜ୍ୟ ବଦଳିବ‘

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣା ନୂଆ ମୋଡ ନେଉଛି। ମଙ୍ଗଳବାର ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଛନ୍ତି।...

ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି, ୨ ଛୁଆ ଜନ୍ମଦେଲା ବାଘୁଣୀ ସ୍ନେହା

ବାରଙ୍ଗ,୯।୧(ଡି.ଏନ୍‌.ଏ.): ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘୁଣୀ ସ୍ନେହା ୨ଟି ଛୁଆ ଜନ୍ମ ଦେଇଛି। ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲି ମହାବଳବାଘ ସେଫ୍‌ ସହ ତା’ର ମିଳନ...

ରାଜଧାନୀରୁ ଆଉ ୯୩ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୨୫୪

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୧ ଜଣ ରହିଥିବା ବେଳେ ୭୨ଜଣ ହେଉଛନ୍ତି...

ଦୁର୍ଗମ ଅଞ୍ଚଳ ସମସ୍ୟା ବୁଝିଲେ ଜିଲାପାଳ

କାମାକ୍ଷାନଗର, ୯ା୭(ଡି.ଏନ୍‌.ଏ.) କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର ଦୁର୍ଗମ ମହୁଲଡ଼ଗର ଗ୍ରାମକୁ ଶୁକ୍ରବାର ପରିଦର୍ଶନରେ ଯାଇ ସମସ୍ୟା ବୁଝିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଏହି...

ବିଏମ୍‌ସିର ମଲ୍‌ ପ୍ରେମ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୭।୭(ବ୍ୟୁରୋ): ସର୍ବସାଧାରଣ ଜମିକୁ ଏକ ଘରୋଇ ମଲ୍‌ ହାତକୁ ବିଏମ୍‌ସି ଟେକିଦେଇଛି। ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ...

Advertisement
Archives

Model This Week