ପୋଲିସ ମୁଖ୍ୟାଳୟରେ ଛୁରାମାଡ଼:୪ ଅଧିକାରୀ ମୃତ, ହତ୍ୟାକାରୀ ନିହତ

ପ୍ୟାରିସ୍‌,୪-୧୦(ଏଏଫ୍‌ପି):ପ୍ୟାରିସ୍‌ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି।
ରାଜଧାନୀ ପ୍ୟାରିସ୍‌ର କେନ୍ଦ୍ରସ୍ଥଳରେ ରହିଛି ପୋଲିସ ମୁଖ୍ୟାଳୟ। ବିଲ୍ଡିଂ ପରିସରରେ ସ୍ଥାନୀୟ ସମୟ ୧ଟାରେ ଜଣେ ବ୍ୟକ୍ତି ପୋଲିସ ଉପରେ ଛୁରାମାଡ଼ କରିବାରେ ଲାଗିଥିଲେ। ଡାକବାଜି ଯନ୍ତ୍ରରେ ଘୋଷଣା କରାଗଲା, ଏହା ଏକ ଆକ୍ରମଣ ବୋଲି। ପୋଲିସ ଅଧିକାରୀମାନେ ସଜାଗ ହୋଇ ଚାରିଆଡ଼େ ଘେରିଗଲେ। କିଛି ସମୟ ପରେ ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ ହେଲେ। ତେବେ ସେତେବେଳ ଯାଏ ଛୁରାମାଡ଼ରେ ୪ ପୋଲିସ ଅଧିକାରୀଙ୍କ ଜୀବନ ଯାଇସାରିଥିଲା। ୪୫ ବର୍ଷୀୟ ଆକ୍ରମଣକାରୀ ପୋଲିସ ମୁଖ୍ୟାଳୟରେ ୨୦ ବର୍ଷ ଧରି କାର୍ଯ୍ୟ କରିଥିଲେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଇମାନ୍ବେଲ୍‌ ମାକ୍‌ରଁ, ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍‌ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଖ୍ରୀଷ୍ଟୋଫେ କାଷ୍ଟାନେର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଫ୍ରାନ୍ସରେ ପୋଲିସ ଅଧିକାରୀମାନଙ୍କ ଉପରେ କ୍ରମାଗତ ଆକ୍ରମଣକୁ ନେଇ ପୋଲିସ ପକ୍ଷରୁ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବାର ଦିନକ ପରେ ଏହି ଟାର୍ଗେଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri