ପୋଲାଭରମ୍‌ କାର୍ଯ୍ୟ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୨।୭(ବ୍ୟୁରୋ)
ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ପୋଲାଭରମ୍‌ ନିର୍ମାଣ ର୍ପୂ୍‌ବରୁ ଏହାକୁ ନେଇ ଚାଲିଥିବା ବିବାଦ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଯଦି ପ୍ରକଳ୍ପକୁ ନେଇ ରହିଥିବା ସମସ୍ୟାର ସମାଧାନ ନ ହୁଏ, ତେବେ ଏହା ଓଡ଼ିଶା ଏବଂ ଓଡିଆ ଲୋକଙ୍କ ସ୍ଥାୟୀ କ୍ଷତିର କାରଣ ପାଲଟିବ। ଏହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଏ, ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜମି ଜଳମଗ୍ନ ହେବ। ସର୍ବୋପରି ପ୍ରକଳ୍ପ ହେଲେ ବହୁ ଗ୍ରାମବାସୀ ବିସ୍ଥାପିତ ହେବାକୁ ବାଧ୍ୟ ହେବେ। ଏହି ପ୍ରକଳ୍ପ ଦ୍ୱାରା ଦକ୍ଷିଣ ଓଡିଶାର ମାଲକାନଗିରି ଜିଲା ବିଶେଷକରି ଆଦିମ ଅଧିବାସୀମାନେ ବହୁଳ ଭାବେ ପ୍ରଭାବିତ ହେବେ। ତେଣୁ ସୁପ୍ରିମକୋର୍ଟରେ ପଡି ରହିଥିବା ମାମଲା ଗୁଡିକର ସମାଧାନ ନ ହେବା ଯାଏ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହୁ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେହିପରି ଏ ସଂକ୍ରାନ୍ତୀୟ ବିଧିବଦ୍ଧ ସଂକଳ୍ପ ନ ଆସିବା ପୂର୍ବରୁ ଯଦି ପ୍ରକଳ୍ପକୁ ଅନୁମତି ଦିଆଯାଏ ତା’ହେଲେ ଏହା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ଉପରେ ସ୍ଥାୟୀ ଆଘାତ ପହଞ୍ଚାଇବ ବୋଲି ନବୀନ ଚିଠିରେ ଜଣାଇଛନ୍ତି। ଓଡିଶା, ତେଲେଙ୍ଗାନା ଏବଂ ଛତିଶଗଡର ଜମି, ଜଙ୍ଗଲ ଏବଂ ଅଧିବାସୀଙ୍କ କ୍ଷତି ନ ହେବାଭଳି ପ୍ରକଳ୍ପର ମଡେଲ ବଦଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।
ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରକୁ ପୂର୍ବରୁ ଦେଇଥିବା ଚିଠି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଓଡିଶା ବାରମ୍ବାର ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର କେବେହେଲେ ଏ ଦିଗରେ କର୍ଣ୍ଣପାତ କରିନାହିଁ। ନବୀନ ଆହୁରି କହିଛନ୍ତି ଯେ, ପ୍ରଭାବିତ ଥିବା ଅଞ୍ଚଳରେ ଜନଶୁଣାଣି କରିବା ପରିବର୍ତ୍ତେ ଆନ୍ଧ୍ର ପ୍ରଦେଶ ସରକାର ଦ୍ରୁତଗତିରେ କାର୍ଯ୍ୟ କରିଚାଲିଛନ୍ତି। ଅନ୍ୟପଟେ ମାଲକାନଗିରିରେ ବିନା ଜନଶୁଣାଣିରେ ପୋଲାଭରମ୍‌ ପ୍ରକଳ୍ପକୁ ୨୫ ଅକ୍ଟୋବର ୨୦୦୫ରେ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ବୋଲି ନବୀନ କହିଛନ୍ତି। ଯଦି ଥରେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଏ ତେବେ ପରବର୍ତ୍ତୀ ସମୟରେ ଏହାର ରୂପରେଖ ପରିବର୍ତ୍ତନ କରାଯାଇପାରିବ ନାହିଁ। ଅନ୍ୟପଟେ ଏଯାବତ୍‌ ଓଡିଶାରେ ଜନଶୁଣାଣି ହୋଇ ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବତନ ପରିବେଶ ଓ ଜଙ୍ଗଲ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ସେ ହର୍ଷ ବର୍ଦ୍ଧନଙ୍କୁ ଅନୁରୋଧ କରିଥିଲେ। ଏହାପରେ ଓଡିଶାର ସ୍ବାର୍ଥ ଦୃଷ୍ଟିରୁ କୌଣସି ଅଗ୍ରଗତି ଘଟି ନ ଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ପରିବେଶ ମନ୍ତ୍ରଣାଳୟ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ ଆଉ ଦୁଇବର୍ଷ ବୃଦ୍ଧି କରିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri