ପୃଥକ ବିଦ୍ୟୁତ୍‌ ଦୁର୍ଘଟଣା: ଲାଇନ୍‌ମ୍ୟାନ୍‌ ମୃତ, ଶ୍ରମିକ ଗୁରୁତର

ନୟାଗଡ଼ ଅଫିସ,୧୬ା୭-ନୟାଗଡରେ ସୋମବାର ପୃଥକ ସ୍ଥାନରେ ବିଦ୍ୟୁତ୍‌ ଦୁର୍ଘଟଣାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ନୟାଗଡ଼ ପୁରୁଣା ସହରର ଜଣେ ଲାଇନ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଥିବାବେଳେ ଶରଣକୁଳ ଥାନା ଗୋଡ଼ିପଡ଼ା ଧୁସୁମା ଗ୍ରାମର ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତ ଲାଇନ୍‌ମ୍ୟାନ ହେଲେ ପ୍ରଭାତ କୁମାର ଦାସ(୪୦)। ଗୁରୁତର ଶ୍ରମିକ ହେଲେ ଶରତ ଜେନା।
ପ୍ରକାଶ ଯେ, ପ୍ରଭାତ ସେସୁ ଅନ୍ତର୍ଗତ ମହିପୁର ବିଦ୍ୟୁତ ସେକ୍ସନରେ ଲାଇନ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ସୋମବାର ଅପରାହ୍ନରେ ପ୍ରଭାତ ନୂଆଗାଁ ବ୍ଳକ ଗାତେରୀ ଗ୍ରାମ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଟାଣୁଥିଲେ। ଏହି ସମୟରେ ବିଦ୍ୟୁତ୍‌ ସଂଯୋଗ ହେବାରୁ ସେ ତଳେ ପଡ଼ି ଯାଇ ଗୁରୁତର ହୋଇଥିଲେ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲେ। ରାତି ହୋଇ ଯାଇଥିବାରୁ ଡାକ୍ତରଖାନା ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ମନା କରାଯାଇଥିବାବେଳେ ବ୍ୟବଚ୍ଛେଦ ପାଇଁ ଲୋକେ ଜିଦ୍‌ ଧରିଥିଲେ। ଏ ନେଇ ରାତି ୧୦ଟା ସୁଦ୍ଧା ରିପୋର୍ଟ ଲେଖା ହେବା ଯାଏଁ ଛକାପଞ୍ଝା ଲାଗି ରହିଛି।
ଶରଣକୁଳ ଥାନା ଗୋଡ଼ିପଡ଼ା ଧୁସୁମା ଗ୍ରାମର ଶରତ ଜେନା ଜଣେ ବିଦ୍ୟୁତ ଠିକାଦାରଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି। ସୋମବାର ତାଙ୍କ ଗ୍ରାମରେ ପଞ୍ଚାୟତ ତରଫରୁ ସମସ୍ତ ବିଦ୍ୟତ ଖୁଣ୍ଟିରେ ଏଲଇଡ଼ି ବଲବ୍‌ ଲଗାଇବା କାର୍ଯ୍ୟ ହେଉଥିଲା। ସେ ଏକ ଖୁଣ୍ଟିରେ ଚଢ଼ି ବଲବ୍‌ ଲଗାଉଥିଲେ,ଏହି ସମୟରେ କେହି ଜଣେ ବିଦ୍ୟୁତ୍‌ ସଂଯୋଗ କରି ଦେଇଥିଲା। ଫଳରେ ଶରତ ବିଦ୍ୟୁତ୍‌ ଆଘାତ ପାଇ ତଳେ ପଡ଼ି ଯାଇଥିଲେ। ସେଠାରୁ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶରତଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri