ପୂର୍ବତଟ ରେଳପଥର ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ

ଭୁବନେଶ୍ୱର, ୧୫-୮: ୭୩ତମ ସ୍ବାଧିନତା ଦିବସ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥ ପରିବାରର ସମସ୍ତ ସଦସ୍ୟ ତଥା ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ଲୋକମାନଙ୍କର ବିକାଶ,ସୁଖ ଓ ସମୃଦ୍ଧି ଉଦ୍ଦେଶ୍ୟରେ ରାଷ୍ଟ୍ରକୁ ଏକ ନମ୍ବର ଭାବେ ଗଢି ତୋଳିବା ଲାଗି କଠିନ ପରିଶ୍ରମ, ନିଷ୍ଠା, ମାନବବାଦ, ମହତ୍ୱ ଆଂକାକ୍ଷା ରଖିବା ନେଇ ସେ ଆହ୍ବାନ ଜଣାଇଛନ୍ତି। ଦେଶର ରାଜନୈତିକ, ଆର୍ଥତ୍କ ଏବଂ ସାମାଜିକ ସ୍ବତନ୍ତ୍ରତାକୁ ବଜାୟ ରଖିବା ଲାଗି ଆମକୁ ପୁନଃ ସମର୍ପିତ କରିବାର ସମୟ ଆସିଛି। ଏହି ପ୍ରସଙ୍ଗଗୁଡିକୁ ମାର୍ଗଦର୍ଶକ ଭାବେ ବିଚାର କରି ପୂର୍ବତଟ ରେଳପଥ ଅଗ୍ରସର ହେଉଛି। ୨୦୧୮-୧୯ରେ ପୂର୍ବତଟ ରେଳପଥ ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ କରିବା ସହ ବିଭିନ୍ନ ରେଳ ଜୋନଗୁଡିକଠାରୁ ଆଗରେ ରହିଛି। ସେହିଭଳି ସମୟାନୁବର୍ତ୍ତିତାରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ପରିଚାଳନା ଅନୁପାତ ୫୩% ରହିଥିବା ବିଦ୍ୟାଭୂଷଣ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଫନୀ ଦ୍ୱାରା ରେଲଓ୍ବେକୁ ଅନେକ କ୍ଷତି ହୋଇଥିବା ବେଳେ ମାତ୍ର ୯ ଦିନରେ ଟ୍ରେନ ସେବା ସ୍ବାଭାବିକ କରିବାକୁ ସକ୍ଷମ ହୋଇଥିଲୁ। ପୂର୍ବତଟ ରେଳପଥର ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ଲାଗି ରେଳବୋର୍ଡ ପକ୍ଷରୁ ପ୍ରଶଂସା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଲାଗି ପୂର୍ବତଟ ରେଳପଥ ‘ଜାତୀୟ ରେଳପଥ ପୁରସ୍କାର’ ଲାଭ କରିଛି। ୨୦୦ ମିଲିୟନ ଟନ୍‌ ମାଲ ପରିବହନ କ୍ଲବର ଉଦ୍‌ଘାଟନ କରିବାକୁ ସଂକଳ୍ପ ନିଆଯାଇଛି। ସେହିଭଳି ୮୦%ରୁ ଅଧିକ ସମୟାନୁବର୍ତ୍ତିତା, ୫୦%ରୁ କମ୍‌ ପରିଚାଳନା ଅନୁପାତ ନେଇ ଯୋଜନା ରହିଛି। ଯାତ୍ରୀ ସୁବିଧାର ଉନ୍ନତିକରଣ, ଦିବ୍ୟାଙ୍ଗଙ୍କ ପାଇଁ ୩୩ ଶୌଚାଳୟ, ୩ ପ୍ଲାଟଫର୍ମ ସେଡ୍‌, ୭ ଷ୍ଟେଶନ ଅଞ୍ଚଳର ବିକାଶ, ଟିଟିଆଇଙ୍କ ଲାଗି ହସ୍ତଚାଳିତ ଟିକେଟିଂ ମେଶିନ, ମୋବାଇଲରେ ଅଣ ସଂରକ୍ଷିତ ଟିକେଟିଂ ବ୍ୟବସ୍ଥା, ଦୁର୍ଗନ୍ଧମୁକ୍ତ ଟ୍ରେନ ଶୌଚାଳୟ, ଲିଫ୍ଟ, ଏସ୍କାଲେଟର ଏବଂ ଷ୍ଟେଶନ ବିଲଡିଂର ଆଲୋକୀକରଣ ବ୍ୟବସ୍ଥା ଭଳି ଅନ୍ୟ କ୍ଷେତ୍ରରେ ମଧ୍ୟ ବିଭିନ୍ନ କାର୍ଯ୍ୟ ହୋଇଛି।
ଏହାବାଦ, ନିରାପତ୍ତା ବୃଦ୍ଧି ନେଇ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଏହି ସମୟରେ ପୂର୍ବତଟ ରେଳପଥ ୨୧୨ ଟ୍ରାକ କିଲୋମିଟର, ୫୧ ବ୍ରିଜ, ୭ ରୋଡ ଓଭର ବ୍ରିଜ, ସମ୍ବଲପୁର ରେଳମଣ୍ଡଳର ସମ୍ପୂର୍ଣ୍ଣ ଟ୍ରାକ ବିଦ୍ୟୁତୀକରଣ କରିଥିବା ସେ ପ୍ରକାଶ କରିଛନ୍ତି। ପୂର୍ବତଟ ରେଳପଥ ଏହାର ଉପଭୋକ୍ତା, ଯାତ୍ରୀ, କର୍ମଚାରୀ ଏବଂ ଅଂଶୀଦାରଙ୍କ ଅଭିଳାଷ ପୂରଣ ଦିଗରେ କାର୍ଯ୍ୟରତ। ସେହିଭଳି ଉତ୍କର୍ଷତାର ଅଗ୍ରଗତି ଲାଗି ପୂର୍ବତଟ ରେଳପଥ ଏହାର ପ୍ରୟାସ ଜାରି ରଖିବ ବୋଲି ବିଦ୍ୟା ଭୂଷଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଆର୍‌ଇଡିଏ ସହ ପିଏନ୍‌ବିର ବୁଝାମଣା

ଭୁବନେଶ୍ୱର,୨୬।୨: ଦେଶର ପ୍ରମୁଖ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ସଂସ୍ଥା ତଥା ଇଣ୍ଡିଆନ୍‌ ରିନୁଏବୁଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆର୍‌ଇଡିଏ) ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)...

ଇଫ୍‌କୋକୁ ଏକ ନମ୍ବର ସମବାୟ ସମିତିର ମାନ୍ୟତା

ଭୁବନେଶ୍ୱର,୨୬।୨: ଭାରତୀୟ କୃଷକ ସାର ସମବାୟ (ଇଫ୍‌କୋ) ଲିମିଟେଡକୁ ଏକ ନମ୍ବର ସମବାୟ ସମିତିର ମାନ୍ୟତା ଦିଆଯାଇଛି। ଏପରିକି ଗତ ବର୍ଷ ପରି ଚଳିତ ବର୍ଷ...

ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨୬।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲର ସାମାଜିକ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ (ଟିଏସ୍‌ଏଫ୍‌) ପକ୍ଷରୁ...

ଲୁଇ ଫିଲିପର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୨: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡର ପ୍ରିମିୟମ ପୁରୁଷ ପୋଷାକ ବ୍ରାଣ୍ଡ୍‌ ଲୁଇ ଫିଲିପର ବହୁ ପ୍ରତୀକ୍ଷିତ ତଥା କାରୁକାର୍ଯ୍ୟଭରା ବିବାହ ପୋଷାକର...

ଓଡ଼ିଶାର ୫୭ ରେଳ ଷ୍ଟେଶନର ହେବ ପୁନଃବିକାଶ, ଆଜି ଭିସି ଜରିଆରେ ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ରାଷ୍ଟ୍ରର ଜୀବନରେଖା କୁହାଯାଉଥିବା ଭାରତୀୟ ରେଳପଥର ପ୍ରାୟ ୫୫୪ ରେଳ ଷ୍ଟେଶନର ପୁନଃବିକାଶ ସାଙ୍ଗକୁ ୧୫୦୦ ରେଳ ରୋଡ ଓଭର ବ୍ରିଜ...

ଏକ ହେଲା ରିଲାଏନ୍ସ-ଡିଜନି, ଏଣ୍ଟରଟେନମେଣ୍ଟ ସେକ୍ଟରରେ ହେବ ହଇଚଇ

ମୁମ୍ବାଇ,୨୫।୨: ମୁକେଶ ଅମ୍ବାନୀଙ୍କ ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ୱାଲ୍ଟ ଡିଜନି ବର୍ତ୍ତମାନ ଭାରତରେ ଏକାଠି କାମ କରିବେ। ମିଡିଆ ଅପରେସନ ମିଶ୍ରଣ ପାଇଁ ଦୁଇ...

୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ(ଏମ୍‌ଇ ଓ ଏମ୍‌ସି) ଅନୁଷ୍ଠିତ ହୋଇଯାଇଛି। ୮୭ଟି ଖଣିକୁ ଏକତ୍ରିତକରି ଆଞ୍ଚଳିକ ଭୁବନେଶ୍ୱର...

ଡୁରିଆନ୍‌ ଫର୍ନିଚରର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ଘରକୁ ସୁନ୍ଦର ଲୁକ୍‌ ଦେବା ସହ ଆରାମଦାୟକ ଆସବାବପତ୍ର କ୍ରୟ ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri