ପୁରୀରେ ‘ଅମ୍ଫନ୍‌’ ପ୍ରଭାବ: ସମୁଦ୍ର ଅଶାନ୍ତ; କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା; ଭାଙ୍ଗିଲା ଗଛ, ପାନବରଜ ନଷ୍ଟ

ପୁରୀ ଅଫିସ,୨୦।୫: ପୁରୀରେ ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ ହୋଇଥିଲା। ରାତି ତମାମ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ବୁଧବାର ସକାଳେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଖବର ଲେଖାଯିବା ସୁଦ୍ଧା ଝିପିଝିପି ବର୍ଷା ସାଙ୍ଗକୁ ୩୬-୪୦ କିମି ବେଗରେ ପବନ ବହୁଛି। ତେବେ ଜିଲାର କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା ହୋଇଥିବା ବେଳେ ଅସ୍ତରଙ୍ଗ ବ୍ଲକରେ ୧୪୨ ମିମି ବର୍ଷା ରେକର୍ଡ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରି ଓ ପୁରୀ ପୌରାଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ପ୍ରଭାବରେ ଜିଲାରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଅସ୍ତରଙ୍ଗ, କାକଟପୁର ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେହିଭଳି ପୁରୀ ସମୁଦ୍ର ଅଶାନ୍ତ ରହିଥିବା ବେଳେ କୂଳରେ ଜୁଆର ମାଡ଼ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri