ପୁଣି ଚର୍ଚ୍ଚାରେ ଏସପି ସାରା ଶର୍ମା:ଅଧିକାରୀ, ଜନସାଧାରଣଙ୍କୁ ଦେଲେ ବ୍ୟାୟାମ ତାଲିମ

ପାରଳାଖେମୁଣ୍ଡି,୨୦-୧୧ (ସ୍ବ.ପ୍ର.):ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା। ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ ସି-ଟିମ୍‌ ଗଠନ କରିବା ସହ ଏଥିପାଇଁ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ସେ ଫିଟ୍‌ନେସ ଶିବିର ‘ଜୁମ୍ବା ଏରୋବିକ୍ସ’ ଆୟୋଜନ କରି ଚର୍ଚ୍ଚାକୁ ଆସିଛନ୍ତି। ଅଧିକାରୀ ଓ ଜନ ସାଧାରଣଙ୍କୁ ମଙ୍ଗଳବାର ସଙ୍ଗୀତର ତାଳେତାଳେ ସାରା ଶର୍ମା ବ୍ୟାୟାମ ପ୍ରଶିକ୍ଷଣ ଦେଇଛନ୍ତି। ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଜିଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜରେ ସମସ୍ତେ ନିଜ ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କରିବା ନିତାନ୍ତ ଆବଶ୍ୟକ। ବ୍ୟାୟାମ କରିବା ଦ୍ୱାରା ମଣିଷ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ଜୀବନଯାପନ କରିପାରିବ। ପ୍ରତ୍ୟେକ ବ୍ୟକ୍ତି ବ୍ୟାୟାମ କରି ଅନ୍ୟମାନଙ୍କୁ ଶାରୀରିକ ବ୍ୟାୟାମ ପାଇଁ ସଚେତନତା କରିବାକୁ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ଏଥିରେ ବହୁ ସରକାରୀ ଅଧିକାରୀ, ପୋଲିସ ଅଧିକାରୀ, କର୍ମଚାରୀ, ବରିଷ୍ଠ ନାଗରିକ, ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଜିଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ପୂର୍ବତନ ବିଧାୟକ କେ.ସୁରିୟା ରାଓ, ଡିଏସ୍‌ପି ସୀତାରାମ ଶତପଥୀ, ରିଜର୍ଭ ଇନ୍ସପେକ୍ଟର ଡମ୍ବରୁଧର ହୋନାଗା, ଥାନା ଅଧିକାରୀ ବିବେକନନ୍ଦ ସ୍ବାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି କଫ ସିରପ ଶିଶି, ଅଞ୍ଚଳବାସୀ କହିଲେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକର ଏକ ପରିତ୍ୟକ୍ତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟକ କଫ ସିରପର ଖାଲି ଶିଶି ପଡ଼ିଥିବା…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri