ପୁଣି ଆରମ୍ଭ ହେବ ଅନୁଗୋଳ ଆଲୁମିନିୟମ ପାର୍କ ଭିତ୍ତିଭୂମି କାର୍ଯ୍ୟ

ଭୁବନେଶ୍ୱର,୨୨-୧: ଅନୁଗୋଳରେ ସ୍ଥାପନ ହେବାକୁ ଥିବା ଆଲୁମିନିୟମ ପାର୍କର ଭିତ୍ତିଭୂମି କାର୍ଯ୍ୟ ପୁଣି ଆରମ୍ଭ ହେବ। ଏଥି ଲାଗି କେନ୍ଦ୍ର ସରକାର ସମ୍ମତି ଜଣାଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରକଳ୍ପକୁ ପୁଣି ଥରେ ଆରମ୍ଭ କରିବା ଲାଗି ପ୍ରଧାନ ଡିସେମ୍ବର ୪ରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡି ଥିଲେ। ନୂଆ ନିଷ୍ପତ୍ତି ପାଇଁ ପ୍ରଧାନ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ପ୍ରକଳ୍ପ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ଏବଂ ଇଡ୍‌କୋ ସହଭାଗିତାରେ ସ୍ଥାପନ ହେବ। ୨୦୨୦ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆଲୁମିନିୟମ ପାର୍କ ପ୍ରକଳ୍ପରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ଏବଂ ଏହାକୁ ତ୍ୱରିତ ଭାବେ ଶେଷ କରିବା ଲାଗି ଧ୍ୟାନ ରଖାଯାଇଛି। ଏହି ପ୍ରକଳ୍ପରେ ମୋଟ ୯୯.୬୦ କୋଟି ଟଙ୍କା ନିବେଶ ହେବ। ଏଥି ଲାଗି କେନ୍ଦ୍ର ସରକାର ୩୩.୪୪ କୋଟି ଟଙ୍କା ପୁଞ୍ଜି ବ୍ୟବସ୍ଥା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଆଲୁମିନିୟମ ଶିଳ୍ପରେ ଅଭିବୃଦ୍ଧି ସାଧନ ହେବ ବୋଲି ଆଶାବାଦୀ ଥିବା ସେ ମତ ରଖିଛନ୍ତି। ସୂଚନା ଯୋଗ୍ୟ, ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଶିଳ୍ପ ଏବଂ ଅନ୍ତର୍ଦେଶୀୟ ଶିଳ୍ପ ବିକାଶ (ଏଆଇଆଇୟୁଏସ୍‌) ଯୋଜନା ଅନ୍ତର୍ଗତ ମଞ୍ଜୁର ହୋଇଥିଲା। ଏଥି ଲାଗି କାର୍ଯ୍ୟାନ୍ବୟନ ସଂସ୍ଥା ଭାବେ ଅନୁଗୋଳ ପାର୍କ ପ୍ରାଇଭେଟ ଲିମିଟେଡ (ଏଏପିପିଏଲ୍‌) ଗଠନ କରାଯାଇଥିଲା। ମାତ୍ର ନଭେମ୍ବର ୨୦୧୮ରେ ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ବିଳମ୍ବ ଦର୍ଶାଇ ଏହାକୁ ବନ୍ଦ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟକୁ ପୁନଃ ଚାଲୁ କରିବା ଲାଗି ପ୍ରଧାନ ହସ୍ତକ୍ଷେପ ଲୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କେଟ ଭାଲ୍ୟୁଏଶନରେ ରିଲାଏନ୍ସ କଲା ରେକର୍ଡ; ଜାଣନ୍ତୁ କେତେ ରହିଲା ମୂଲ୍ୟ

ନୂଆଦିଲ୍ଲୀ,୨୨।୬: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍‌ଆଇଏଲ୍‌) ମାର୍କେଟ ଭାଲ୍ୟୁଏଶନରେ ନୂଆ ରେକର୍ଡ କରିଛି। କୌଣସି ଭାରତୀୟ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ...

ଭି-ଗାର୍ଡ ସହାୟତାରେ ସ୍କୁଲ ଗୃହ ନିର୍ମାଣ

ଭୁବନେଶ୍ୱର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ ପକ୍ଷରୁ ନୂତନ ସ୍କୁଲ ଗୃହ ବିଲ୍‌ଡିଂ ଫୁଲନଖରାସ୍ଥିତ ଲାଲବାହାଦୁର ସରକାରୀ ହାଇସ୍କୁଲ ପରିସରରେ ଶୁଭାରମ୍ଭ ହୋଇଛି। ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ...

ରାଜ୍ୟ ପାଇବେ ୩୫ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୧୦-୨: ରାଜ୍ୟଗୁଡିକ ଶୀଘ୍ର ଆଉ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଶୀଘ୍ର ପାଇବେ। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟ ସହୁଥିବା ରାଜସ୍ବ...

ନିବେଶକ ହରାଇଲେ ୧.୮୪ ଲକ୍ଷ କୋଟି

ମୁମ୍ବାଇ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଜିଡିପି ଅଭିବୃଦ୍ଧି ପରିସଂଖ୍ୟାନ ହ୍ରାସ ପାଇବା ପ୍ରଭାବ ଦେଶର ଶେୟାର...

ମୋଦି ସରକାରଙ୍କ ୧୦୦ ଦିନ;ନିବେଶକଙ୍କୁ ୧୪ ଲକ୍ଷ କୋଟି କ୍ଷତି

ମୁମ୍ବାଇ, ୧୦-୯: କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଫେରିଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନ୍‌ଡିଏ ସରକାର ତା’ର ୧୦୦ ଦିନ ପୂରଣର ସଫଳତାକୁ ବଖାଣୁଛି। ତେବେ...

ବିଫଳ ହେଉଛି ପ୍ରମୁଖ ଆର୍ଥତ୍କ ସଂସ୍କାର;୧୯୯୧ ଭଳି ମ୍ୟାଜିକ ନୀତିର ଆବଶ୍ୟକତା

ନୂଆଦିଲ୍ଲୀ: ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବାରେ ସରକାରଙ୍କ ପ୍ରମୁଖ ଆର୍ଥତ୍କ ସଂସ୍କାର ବିଫଳ ହେଉଥିବା ଅର୍ଥ ବିଶେଷଜ୍ଞମାନେ କହିଛନ୍ତି।...

ବଦଳିଲା ଏଫ୍‌ଡିଆଇ ନିୟମ;କାରସାଦି କରିପାରିବେନି ଚାଇନା, ପାକିସ୍ତାନ

  ନୂଆଦିଲ୍ଲୀ,୧୯।୪: କରୋନା ପାଇଁ ସାରା ବିଶ୍ୱର ବଜାର ଏବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ଲଗାତର ଭାବେ ଖସୁଥିବା ଦେଖାଯାଇଛି। ଏଭଳି ସ୍ଥିତି...

ସ୍ବଦେଶୀ ଆପ୍‌ ‘ସନ୍ଦେଶ’ ପ୍ରତି ଆକର୍ଷଣ ବଢୁଛି

ନୂଆଦିଲ୍ଲୀ: ସରକାର ପ୍ରଥମେ ବିଭିନ୍ନ ଚାଇନା ଆପକୁ ବ୍ୟାନ କଲେ। ଦେଶର ସୁରକ୍ଷା ଓ ସମ୍ପ୍ରଦାୟିକ ଘଟଣାରୁ ବିରୋଧୀ ଗୋଷ୍ଟୀଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ...

Advertisement


Archives

Model This Week

Why Dharitri