ପିପିଟି-ପିଏଚ୍‌ଓ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ପାରାଦୀପ, ୨୧।୨ (ସ୍ବ.ପ୍ର.): ପାରାଦୀପ ବନ୍ଦରରେ ବିଦେଶୀ ନାବିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ପ୍ରଥମକରି ପୋର୍ଟ ହେଲ୍‌ଥ ୟୁନିଟ୍‌ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର ପିଏଚ୍‌ଓ (ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ୍‌) ଓ ପିପିଟି (ପାରାଦୀପ ପୋର୍ଟ ଟ୍ରଷ୍ଟ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଶାନ୍ତ କୁମାର କର ଓ ବନ୍ଦର ସମ୍ପାଦକ ଅଧିକାରୀ ବିଶ୍ୱଜିତ୍‌ ମିଶ୍ର ଏଥିରେ ଦସ୍ତଖତ କରିଥିଲେ। ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ପୋର୍ଟ ମେଡିକାଲ ସିଏମ୍‌ଓ ଡା. ପ୍ରହ୍ଲାଦ ପଣ୍ଡାଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ମଧୁବନ ଭୂୟଁା ଛକଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନବୀକରଣ କରାଯାଇ ସେହିଠାରେ ପରିଚାଳନା କରାଯିବ। ଏଥିରେ ୪ କକ୍ଷ ରହିଛି। ପୋର୍ଟ ହେଲ୍‌ଥ ଅଫିସର ଏବେ ପ୍ରତ୍ୟେକ ଜାହାଜ ଲାଗିବା ପରେ ତା’ ମଧ୍ୟକୁ ଯାଇ ସେଥିରେ ଥିବା ନାବିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବେ। ଏଥିସହ ସେମାନଙ୍କ ଖାଦ୍ୟ, ଆବର୍ଜନା ସ୍ଥଳ ଦେଖିବେ। ପଣ୍ୟରେ ବେଳେବେଳେ କିଛି ମୃତ ପଶୁପକ୍ଷୀ ଆସିଥାନ୍ତି, ତାକୁ ମଧ୍ୟ ଯାଞ୍ଚ କରିବେ। ଏଥିସହ ବନ୍ଦରାଞ୍ଚଳରେ ଥିବା ହୋଟେଲଗୁଡ଼ିକର ଖାଦ୍ୟ ଯାଞ୍ଚ କରିବେ। କାରଣ ବିଦେଶୀ ନାବିକମାନେ ବେଳେବେଳେ ସ୍ଥଳଭାଗକୁ ଆସିବାବେଳେ ହୋଟେଲରେ ଖାଇଥାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଏସବୁ ଯାଞ୍ଚ କରାଯିବ। ଯଦି କୌଣସି ବିଦେଶୀ ନାଗରିକଙ୍କ ସ୍ବାସ୍ଥ୍ୟ ଖରାପ ଥାଏ, ତା’ ହେଲେ ତାଙ୍କୁ ଏହି ନୂତନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବ ବୋଲି ଡା. କର ସୂଚନା ଦେଇଛନ୍ତି। ଇଣ୍ଟରନ୍ୟାଶନାଲ ହେଲ୍‌ଥ ରେଗୁଲେଶନ ୨୦୦୫ ଅନୁସାରେ ଏହା କରାଯିବା ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି। ଏହି ଅବସରରେ ଅଧ୍ୟକ୍ଷ ରାୟ ଅନ୍ୟ ଏକ ବଡ଼ ଘୋଷଣା କରିଥିଲେ। ଚଳିତ ଆର୍ଥିକ ବର୍ଷର ଗୁରୁବାର ସୁଦ୍ଧା ପାରାଦୀପ ବନ୍ଦର ତୃତୀୟ ବର୍ଷ ପାଇଁ ୯୯ ମିଲିୟନ୍‌ ମେଟ୍ରିକ ଟନ୍‌ ପଣ୍ୟ କାରବାର କରିଛି। ଆଉ ୩ ଦିନ ଭିତରେ ୧୦୦ ଏମ୍‌ଏମ୍‌ଟି ଅତିକ୍ରମ କରିବ। ବର୍ଷ ଶେଷ (ମାର୍ଚ୍ଚ ୩୧) ସୁଦ୍ଧା ୧୨୦ ଏମ୍‌ଏମ୍‌ଟି କାରବାର ହେବ ବୋଲି ଆଶା କରାଯାଉଛି ବୋଲି ଅଧ୍ୟକ୍ଷ ରାୟ କହିଥିଲେ। ଦେଶର ୧୨ଟି ବୃହତ୍‌ ବନ୍ଦର କ୍ଷେତ୍ରରେ ପାରାଦୀପ ବନ୍ଦର ଲଗାତାର ୩ ବର୍ଷ ହେଲା ଏହି ସଫଳତା ପାଇଛି। ଅନ୍ୟ କେତେକ ବନ୍ଦରରେ ପଣ୍ୟ କାରବାର ସ୍ଥିତି ନକାରାତ୍ମକ ଥିବାବେଳେ ପାରାଦୀପ ବନ୍ଦର କିନ୍ତୁ ୧୦୦ ଏମ୍‌ଏମ୍‌ଟି ଅତିକ୍ରମ କରିବା ଐତିହାସିକ ସଫଳତା ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri