ପିଡିଏସ୍‌ ଲାଇସେନ୍ସ : ଏସ୍‌ଏଚ୍‌ଜିକୁ ଅଗ୍ରାଧିକାର ମିଳିବା ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୩୦ା୯ : ପିଡିଏସ୍‌ (ସାଧାରଣ ବଣ୍ଟନ ବ୍ୟବସ୍ଥା)ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଲାଇସେନ୍ସ ଦେବା କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ଏହାପରେ ଗ୍ରାମପଞ୍ଚାୟତ ଏବଂ ପୌରାଞ୍ଚଳ ସଂସ୍ଥାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ପୂର୍ବରୁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ ୨୦୧୬ର ଧାରା-୪(୩) ଅନୁସାରେ ଗ୍ରାମପଞ୍ଚାୟତ, ପୌରାଞ୍ଚଳ ସଂସ୍ଥା ଏବଂ ଶେଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଲାଇସେନ୍ସ ପ୍ରାପ୍ତି ପାଇଁ ଅଗ୍ରାଧିକାର ଦିଆଯାଉଥିଲା। ରାଜ୍ୟ ସରକାର ବର୍ତ୍ତମାନ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି। ଯେଉଁ ମହିଳା ଗ୍ରୁପ ବ୍ୟାଙ୍କରୁ ଋଣ ନେଇ ଠିକ୍‌ ଭାବରେ କାର୍ଯ୍ୟ ଚଳାଇଥିବେ ସେମାନଙ୍କୁ ବିଶେଷ ପ୍ରାଧାନ୍ୟ ମିଳିବ। ଏହାଛଡ଼ା ଯଦି ପିଡିଏସ୍‌ ଲାଇସେନ୍ସ ପାଇଁ ଆବେଦନ କରୁଥିବା କୌଣସି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭଲ ବାଣିଜ୍ୟ ବେପାର କରୁଥିବ ସେଠାରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଏଭଳି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବର ୨୧ ତାରିଖରେ ମୋହର ମାରିଛନ୍ତି। ମହିଳାମାନଙ୍କୁ ସ୍ବାବଲମ୍ବୀ ଏବଂ ନାରୀ ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିବା ଦିନ ହିଁ ସବୁ ଜିଲାପାଳଙ୍କ ନିକଟକୁ ନିର୍ଦ୍ଦେଶ ପଠାଇ ଦିଆଯାଇଛି। କିନ୍ତୁ ପ୍ରାୟତଃ ରାଜ୍ୟର ସବୁ ସ୍ଥାନରେ ଅର୍ଥାତ୍‌ ୫ ହଜାର ସରକାରୀ କିମ୍ବା ୭ ହଜାର ଘରୋଇ ଡିଲର ରହିଛନ୍ତି। ଏଭଳି ସ୍ଥିତିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କେଉଁ ସ୍ଥାନରେ ପ୍ରାଧାନ୍ୟ ମିଳିବ ସେନେଇ କୌଣସି ବିଧିବଦ୍ଧ ବ୍ୟବସ୍ଥା କରାଯାଇନାହିଁ। ଜଣେ ସରକାରୀ ଅଧିକାରୀଙ୍କ କହିବା କଥା, ଯଦି କୌଣସି ସ୍ଥାନରେ ଡିଲର ନ ଥିବେ ସେହି ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଅନ୍ୟପଟେ ଯଦି କୌଣସି ଡିଲର ବିରୋଧରେ ଅନିୟମିତତା ଅଭିଯୋଗ ପ୍ରମାଣିତ ହୁଏ, ସେହି ସ୍ଥାନରେ ମଧ୍ୟ ଅଗ୍ରାଧିକାର ମିଳିବ। କିନ୍ତୁ ଯାହା ମନେ ହେଉଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ମିଳିବା ଭଳି ଦେଖାଯାଉନାହିଁ। କାରଣ ଦୁର୍ନୀତି ଅଭିଯୋଗ ସତ୍ତ୍ୱେ ସରକାର ଘରୋଇ ଡିଲରଙ୍କୁ ନ ହଟାଇ ସେମାନଙ୍କ କାର୍ଯ୍ୟ ଅବଧି ବଢ଼ାଇ ଚାଲିଥିବାରୁ ଉପରୋକ୍ତ ନିଷ୍ପତ୍ତି କିପରି କାର୍ଯ୍ୟକାରୀ ହେବ ତାହା ସରକାରୀ ମହଲରେ ଆଲୋଚନା ହେଉଛି।
ସୂଚନାଯୋଗ୍ୟ ପିଡିଏସ୍‌ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡିକରେ ନିମ୍ନମାନର ଚାଉଳ ପ୍ରଦାନ କରାଯାଉଥିବା ଅଭିଯୋଗ କ୍ରମେ ଘରୋଇ ଡିଲରମାନଙ୍କୁ ହଟାଇବା ପାଇଁ ଫେବୃୟାରୀ ୨୦୧୮ରେ ସବୁ ଜିଲାପାଳଙ୍କୁ ତତ୍କାଳୀନ ରାଜ୍ୟ ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ଚିଠି କରିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଖୋଦ୍‌ ସରକାର ରାଜି ହେଲେନାହିଁ। ଘରୋଇ ଡିଲରଙ୍କୁ ହଟାଇବା ଲାଗି ୨୦୧୮ ମାର୍ଚ୍ଚ ୧୫ ଶେଷ ତାରିଖ ଥିଲା। କିନ୍ତୁ ଠିକ୍‌ ଏହାର ଦିନକ ଆଗରୁ ଅର୍ଥାତ୍‌ ୧୪ ମାର୍ଚ୍ଚ ୨୦୧୮ରେ ସରକାର କ୍ୟାବିନେଟ୍‌ ବୈଠକ ଡକାଇ ଘରୋଇ ଡିଲରଙ୍କ ସମୟ ଅବଧି ଗୋଟିଏ ବର୍ଷ ବଢାଇ ଦେଇଥିଲେ। ତଦନୁଯାୟୀ ୧୫ ମାର୍ଚ୍ଚ ୨୦୧୯ ଶେଷ ତାରିଖ ହୋଇଥିବାବେଳେ ସାଧାରଣ ନିର୍ବାଚନ ନିକଟତର ଥିଲା। ତେଣୁ ଦୁଇମାସ ପୂର୍ବରୁ ଅର୍ଥାତ୍‌ ୫ ଜାନୁୟାରୀ ୨୦୧୯ରେ ସରକାରଙ୍କ ପକ୍ଷରୁ ପୁଣି କ୍ୟାବିନେଟ୍‌ ବୈଠକ ବସି ଉକ୍ତ ସମୟ ଅବଧିକୁ ୧୫ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେଣୁ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିଥିଲେ। ପ୍ରାୟତଃ ଶାସକ ଦଳର କର୍ମୀମାନେ ଘରୋଇ ଡିଲର ହୋଇଥିବାରୁ ସେମାନଙ୍କୁ କାଢ଼ି ଅସନ୍ତୁଷ୍ଟ କରିବାକୁ ସରକାର ଚାହୁଁ ନ ଥିବା କଂଗ୍ରେସ ନେତା ଶରତ ରାଉତ କହିଛନ୍ତି।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଯଦି ଘରୋଇ ଡିଲରମାନେ ଦୁର୍ନୀତି କରୁଥିବା ଖୋଦ୍‌ ଖାଦ୍ୟ କମିଶନର ଅଭିଯୋଗ କରିଛନ୍ତି, ତେବେ ରାଜ୍ୟ ସରକାର ଏହାକୁ କାହିଁକି ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ସଂସ୍ଥାଗୁଡିକ ସାଧାରଣ ଲୋକଙ୍କ ସହିତ ଜଡିତ। ତେଣୁ ଏଠାରେ କାହିଁକି ସରକାର ଦୁର୍ନୀତିଖୋର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସେମାନଙ୍କୁ ସୁଯୋଗ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?