ପିଇବା ପାଣି ଯୋଗାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ମଙ୍ଗଳବାର ପଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି ପଞ୍ଜାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ରାଜ୍ୟରେ କେତୋଟି ଗ୍ରାମକୁ ପାଇପ୍‌ ପାଣି ଯୋଗାଇ ଦିଆଯାଇଛି। କୋରାପୁଟ ଜିଲାରେ କେତେ ଗ୍ରାମରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଉଛି। ଏହି ଜିଲାର ବହୁ ପ୍ରକଳ୍ପ ଅଚଳ ହୋଇପଡିଛି କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୪୭ ହଜାର ୩୬୬ଗ୍ରାମରୁ ୧୯ ହଜାର ୫୦୪ଟି ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇଦିଆଯାଉଛି। କୋରାପୁଟ ଜିଲାର ୧ ହଜାର ୯୩୨ ଗ୍ରାମରୁ ୫୪୮ ଗ୍ରାମକୁ ପାନୀୟ ଜଳ ଯୋଗାଇଦିଆଯାଉଛି। ଏହି ଜିଲାର ୯୧ଟି ଗ୍ରାମକୁ ଏକକ ପାନୀୟ ଜଳ ଯୋଗାଣ ମାଧ୍ୟମରେ ଏବଂ ୨୫୭ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ ବ୍ୟବସ୍ଥା ହେଉଛି। କୋରାପୁଟରେ ୪୯୧ଟି ପ୍ରକଳ୍ପ ମଧ୍ୟରେ ୭ଟି ସାମୟିକ ଭାବେ ଅଚଳ ରହିଛି। ଏହାକୁ ମରାମିତି କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଅତିରିକ୍ତ ପ୍ରଶ୍ନରେ ତାରା କହିଥିଲେ ଯେ, ରାଜ୍ୟରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପାଇପ୍‌ ଯୋଗେ ପାନୀୟ ଜଳ ପ୍ରଳ୍ପ ଅଚଳ ରହିଛି। ଯେଉଁ ତଥ୍ୟ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଅସତ୍ୟ। ବିଭାଗ ପକ୍ଷରୁ ଏକ ଟିମ୍‌ ପଠାଇ ପରିସ୍ଥିତି ଦେଖିବେ କି। ଖରାପ ହୋଇଥିବା ନଳକୂପ ସଜାଡିବା ପାଇଁ ବ୍ୟବସ୍ଥା କରିବେ କି ବୋଲି ପ୍ରଶ୍ନ କରିଥିଲେ। ସେହିପରି କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ବିଜେଡି ସଭ୍ୟ ପ୍ରଦୀପ ମହାରଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, କୁସୁମ ଟେଟେ ପ୍ରମୁଖ ରାଜ୍ୟର ପାନୀୟ ଜଳ ଯୋଗାଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଯେତେବେଳେ ପ୍ରଶ୍ନ କରାଯାଉଛି ମନ୍ତ୍ରୀ ଚିରାଚରିତ ଢଙ୍ଗରେ ତୁରନ୍ତ ମରାମତି କରାଯିବ ବୋଲି କହୁଛନ୍ତି। ୪୭ ହଜାର ଗାଁରୁ ମାତ୍ର ୧୯ ହଜାର ଗାଁକୁ ପାନୀୟ cଜଳ ଯୋଗାଇ ଦିଆଯାଇଛି। ଅବଶିଷ୍ଟ ଗାଁକୁ କେବେ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ। ପ୍ରତାବ ବାବୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି। ନବୀନ ବାବୁଙ୍କ ନାଁ ନେଇ ଖସିଯିବାକୁ ଚେଷ୍ଟା ନକରନ୍ତୁ। ୨୦୨୦ ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ମନ୍ତ୍ରୀ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଟଙ୍କା ଯୋଗାଇ ଦେଉଛନ୍ତି। ସୌରଶକ୍ତିଚାଳିତ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି। ସେଗୁଡିକୁ କେବେ ସୁଦ୍ଧା ମରାମତି କରାଯିବ। ନଳକୂପ ମରାମତି କରୁଥିବା କର୍ମଚାରୀମାନେ ସେମାନଙ୍କ ପାଉଣା ପାଉନାହାନ୍ତି। କେବେ ସୁଦ୍ଧା ସେମାନଙ୍କୁ ପାଉଣା ମିଳିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ପାନୀୟ ଜଳ ଯୋଗାଣକୁ ନେଇ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବାଚସ୍ପତି କହିଥିଲେ ଯେ, ସଦସ୍ୟମାନେ ନିଜ ଅଞ୍ଚଳର ସମସ୍ୟା ଲିଖିତ ଭାବେ ମନ୍ତ୍ରୀଙ୍କୁ ଦେଇଦିଅନ୍ତୁ। ମନ୍ତ୍ରୀ ଉତ୍ତରରେ କହିଥିଲେ ଯେ, ୨୦୨୦ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ନୁହେଁ, ସହରକୁ ପାଣି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ଅନୁଯାୟୀ କାର୍ଯ୍ୟ ଚାଲିଛି। ପାନୀୟ ଜଳ ଯୋଗାଣ ପାଇଁ ଯେତିକି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ରାଜ୍ୟର ୬୫ ପ୍ରତିଶତ ଲୋକଙ୍କୁ ପାଇପ୍‌ ଯୋଗେ ପିଇବା ପାଣି ମିଳିପାରିବ। କେନ୍ଦ୍ର ସରକାରଙ୍କ ଅନୁଦାନ ଅତ୍ୟନ୍ତ ନୈରାଶଜନକ ରହିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ନିଜ ଅଂଶଧନ ବାବଦରେ ୭ ହଜାର ୨୨୧ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସରକାର ମାତ୍ର ୫୪୯ କୋଟି ଟଙ୍କା ଦେଇଛନ୍ତି। ୨୦୧୫-୧୬ ରାଜ୍ୟ ସରକାର ୬୬୮କୋଟି ଟଙ୍କା ପାନୀୟ ଜଳ ପ୍ରକଳ୍ପ ପାଇଁ ଦେଇଥିବାବେଳେ କେନ୍ଦ୍ର ସରକାର ୯୩ କୋଟି, ୨୦୧୬-୧୭ ରାଜ୍ୟ ସରକାର ୭୫୨ ଓ କେନ୍ଦ୍ର ସରକାର ୧୨୨, ୨୦୧୭-୧୮ ରାଜ୍ୟ ସରକାର ୮୭୭ ଓ କେନ୍ଦ୍ର ସରକାର କେବଳ ୭୮ ଏବଂ ୨୦୧୮-୧୯ରେ ରାଜ୍ୟ ସରକାର ୧୬୫୬ କେନ୍ଦ୍ର ସରକାର ୧୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri