ପିଇବା ଉପଯୋଗୀ ନୁହେଁ ଟ୍ୟାଙ୍କର ପାଣି: ଚୁଆ ଜଳରେ ଚଳୁଛି ଘର

ତାଳଚେର,୧୭ା୫(ନି.ପ୍ର.)- ଶିଳ୍ପ ନଗରୀ ତାଳଚେରରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ବର୍ଷ ସାରା ଜଳାଭାବ ରହୁଥିଲେ ବି ଖରାଦିନେ ତାହା ଢେରଗୁଣ ବଢ଼ିଯାଉଛି। ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯାଉ ନ ଥିବାରୁ ଲୋକେ ପିଇବା ପାଣି ପାଇଁ ବଡ଼ ଦହଗଞ୍ଜ ହେଉଛନ୍ତି। ପ୍ରଶାସନ ଓ ଶିଳ୍ପସଂସ୍ଥା ଯୋଗାଉଥିବା ଜଳ ପିଇବା ଉପଯୋଗୀ ହେଉ ନ ଥିବାରୁ କିଏ ଦୀର୍ଘ ପଥ ଚାଲି ପାଣି ସଂଗ୍ରହ କରୁଛନ୍ତି ତ ଆଉ କିଏ ଚୁଆ ଜଳରେ ଘରର ଆବଶ୍ୟକତା ମେଣ୍ଟାଇବାକୁ ବାଧ୍ୟ ହେଉଛନ୍ତି।
ଖରା ଆରମ୍ଭରୁ ତାଳଚେରର ତାପମାତ୍ରା ସବୁବେଳେ ୪୦ ଡିଗ୍ରୀ ଉପରେ ରହୁଛି। ଚଳିତବର୍ଷ ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ଖଣି ଅଞ୍ଚଳରେ ପାଖାପାଖି ୫୦ ହୋଇଯାଉଛି। ଏପରି ତାତି ଯୋଗୁ ପାନୀୟ ଜଳର ଆବଶ୍ୟକତା ମଧ୍ୟ ବଢ଼ିଯାଉଛି। ବିଶେଷକରି ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମସ୍ୟା ସଙ୍ଗିନ ହୋଇପଡ଼ୁଛି। କିନ୍ତୁ ପ୍ରଶାସନ ଓ ଶିଳ୍ପ ସଂସ୍ଥା ପକ୍ଷରୁ ହେଉଥିବା ଜଳ ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ଲୋକେ ଅନ୍ୟ ବିକଳ୍ପ ଭାବେ ଦୂର ଦୂରାନ୍ତକୁ ଯାଇ ପାଣି ସଂଗ୍ରହ କରୁଛନ୍ତି। କୁମୁଣ୍ଡା, ଗୋପାଳପ୍ରସାଦ, ବନବାସପୁର, ରଞ୍ଜାଗୋଳ, ବାଘବାସପୁର ଗ୍ରାମବାସୀ ଏବେ ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ପ୍ରଶାସନ ପକ୍ଷରୁ ଏସବୁ ଗଁାକୁ ଟ୍ୟାଙ୍କର ପଠାଯାଉଛି। କିନ୍ତୁ ତାହା ଦିନେ ଯୋଗାଣ ହେଲେ ୩ ଦିନ ବନ୍ଦ ରହୁଛି। ଏହାଛଡ଼ା ଉକ୍ତ ପାଣି ପିଇବା ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ତେଣୁ ସେମାନେ ଟ୍ୟାଙ୍କର ପାଣିରେ ଗାଧୋଇବା, ଗୋରୁ ଧୋଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ବେଳେ ପାନୀୟ ଜଳ ସଂଗ୍ରହ ପାଇଁ ୨/୩ କିମି ଦୂର ସିଙ୍ଗଡା ନାଳ କୂଳକୁ ଯାଇ ଚୁଆ ଖୋଳୁଛନ୍ତି। ସେହି ଚୁଆରେ ଝରୁଥିବା ଜଳକୁ ସେମାନେ ମାଠିଆରେ ଆଣି ପାନୀୟ ଭାବେ ବ୍ୟବହାର କରୁଛନ୍ତି। ସକାଳୁ ଗଁାର ବହୁ ସଂଖ୍ୟକ ମହିଳା ପୁରୁଷ ଉକ୍ତ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। କେହି କେହି ମୁଣ୍ଡରେ ମୁଣ୍ଡାଇ ପାଣି ଘରକୁ ନେଉଥିବା ବେଳେ କେହି ସାଇକେଲରେ ବୋହି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri