ପିଆଜ ବଜାରରେ ନିଆଁ:ନଭେମ୍ବର ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଆଜ୍ଞା ଆମେ ତ ଦିନ ମଜୁରିଆ। ଖଟିଲେ ଖାଉଛୁ। ପଖାଳ ସାଙ୍ଗକୁ ପିଆଜ ଲଙ୍କା ଲୁଣ ଟିକେ ହେଲେ ଆମର ଚଳି ଯାଉଛି। ଘରେ ୫ ପ୍ରାଣୀ କୁଟୁମ୍ବ। ପିଆଜ କିଲୋରୁ କମ୍‌ ଆଣିଲେ ହେଉନି। ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ପିଆଜରେ କାମ ଚଳୁଥିଲା । ହେଲେ ମାସେ ହେବ ଦର ହୁ ହୁ ହୋଇ ବଢୁଛି। ହାଟରେ ପିଆଜ ଦର ମଧ୍ୟ ୫୦ଟପି ଗଲାଣି। କ’ଣ କରିବୁ କିଛି ବୁଦ୍ଧି ବାଟ ଦିଶୁନି। ସତ୍‌ସଙ୍ଗ ବିହାର ନିକଟରେ ଦିନ ମଜୁରି ପାଇଁ ଅପେକ୍ଷା କରିଥିବା ସନିଆ ବେହେରା ପିଆଜ ଦରକୁ ନେଇ ମଙ୍ଗଳବାର ଏମିତି ପ୍ରତିକ୍ରିୟା ଦେଇଛନ୍ତି।
କେବଳ ସନିଆ କାହିଁକି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ପିଆଜ ଦର ବୁଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛନ୍ତି। ଖୁଚୁରା ବଜାରରେ ପିଆଜ ସତେ ଯେମିତି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇ ଦେଇଛି। ପିଆଜ ଦରକୁ ନେଇ ସାଧାରଣ ଲୋକେ ଘାଣ୍ଟି ଚକଟି ହେଉଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। କେବଳ ପିଆଜ ଦର ବୁଝିବା ଛଡ଼ା ବିଭାଗ ନିକଟରେ ଆଉ କିଛି ସତେଯେମିତି ବିକଳ୍ପ ନାହିଁ। ଦର କିଲୋ ପିଛା ୫୦ ଟପିବା ପରେ ମଙ୍ଗଳବାର ବିଭାଗୀୟ ସଚିବ ଓଡ଼ିଶା ବ୍ୟବସାୟୀ ମହାସଂଘ କୁବେରପୁରୀ ବ୍ୟବସାୟୀ ସଂଘ ଏବଂ କଟକର କେତେଜଣ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଛନ୍ତି। ବୈଠକ କେବଳ ପିଆଜର ଆମଦାନୀ ଏବଂ ହୋଲସେଲ ଦର ମଧ୍ୟରେ ସୀମିତ ରହିଗଲା। ଆସନ୍ତା ନଭେମ୍ବର ଶେଷ ଯାଏ ପିଆଜ ଦର କମିବାର ପ୍ରଶ୍ନ ଉଠୁନି ବୋଲି ସଂଘର ପ୍ରତିନିଧି ସରକାରଙ୍କୁ ଜଣାଇଲେ। ଓଡ଼ିଶାକୁ ଆମଦାନୀ ହେଉଥିବା ମହାରାଷ୍ଟ୍ରର ନାସିକରେ ହୋଲ୍‌ସେଲ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟବସାୟୀମାନଙ୍କୁ ସରକାର ରିହାତି ଦେବାର ବ୍ୟବସ୍ଥା କଲେ ଦରକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କର୍ମକର୍ତ୍ତା ମତ ଦେଇଛନ୍ତି। ଅନ୍ୟପକ୍ଷରେ ନାଫେଡ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛି। ରାଜ୍ୟ ସରକାର ନାଫେଡ ଠାରୁ ଆଣି ରିହାତି ଦରରେ ଲୋକଙ୍କୁ ପିଆଜ ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। ମାତ୍ର ସରକାର ପିଆଜ ଦର ଉପରେ ଅଙ୍କୁଶ ଲଗାଇବାକୁ କୌଣସି ପଦକ୍ଷେପ ନେବା ମୁଡ୍‌ରେ ନାହାନ୍ତି। ନୂଆ ପିଆଜ ଉତ୍ପାଦନ ପର୍ଯ୍ୟନ୍ତ ଅପେକ୍ଷା କରାଯିବ କି ନାଫେଡ ଠାରୁ କିଣି ଲୋକଙ୍କୁ ଯୋଗାଇବେ ତାହା ଆସନ୍ତା ୭ ଦିନ ପରେ ହେବାକୁ ଥିବା ବୈଠକରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି। ଯୋଗାଣ ବିଭାଗର ଡେପୁଟି ଡାଇରେକ୍ଟର କେ. ପ୍ରତାପ ପାତ୍ର କହିଛନ୍ତି ଯେ, ପିଆଜ ଦରବୃଦ୍ଧି ଏକ ଜାତୀୟ ସମସ୍ୟା। ଉତ୍ପାଦନ କମ୍‌ ହେବା ସହ ବର୍ଷା ଯୋଗୁ ଦରବୃଦ୍ଧି ହୋଇଛି। ନୂଆ ପିଆଜ ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମୋଟା ମୋଟି କହିବାକୁ ଗଲେ ଦରବୃଦ୍ଧି ନିୟନ୍ତ୍ରଣ କରିବା ନେଇ ସରକାର ଏକପ୍ରକାରେ ଅସହାୟ ହୋଇ ପଡ଼ିଛନ୍ତି। ପିଆଜ ଦରବୃଦ୍ଧି କେବଳ ଆଜିର ସମସ୍ୟା ନୁହେଁ। ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଦରବୃଦ୍ଧି ଏକ ପରମ୍ପରାରେ ପରିଣତ ହେଲାଣି। ଦରବୃଦ୍ଧିକୁ ନିୟନ୍ତ୍ରିତ କରିବାକୁ କେନ୍ଦ୍ର ସରକାର ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ରଖିବେ। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ବର୍ଷ ଆରମ୍ଭରୁ ରାଜ୍ୟ ସରକାର ଆଳୁ, ପିଆଜ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ କ୍ରୟ କରି ରଖିବେ। ଦରବୃଦ୍ଧି ସମୟରେ ଏହାକୁ ବଜାର ଚାହିଦା ମେଣ୍ଟାଇବା ପାଇଁ ଛଡ଼ାଯିବ। ରାଜ୍ୟରେ ୨୦୧୫ରୁ ପିଏସ୍‌ଏଫ୍‌ ପାଣ୍ଠି ଗଠନ କରାଯାଇଥିଲେ ମଧ୍ୟ ତାହାର ଉପଯୋଗ କରାଯାଉନାହିଁ। ରାଜ୍ୟ ସରକାର ନିଜ ଅଂଶ ବାବଦରେ ୫୦ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସରକାର ୨୫କୋଟି ଦେଇଛନ୍ତି। ଏହି ଅର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା କଥା, ୭୫ କୋଟି ଟଙ୍କା ପିଏସ୍‌ଏଫ୍‌ରେ ଗଚ୍ଛିତ ଥିଲେ ମଧ୍ୟ ଯୋଗାଣ ବିଭାଗ ଏହାର ସଦୁପଯୋଗ କରିବାକୁ ଆଗ୍ରହ ଦେଖାଉ ନାହିଁ। ଫଳରେ ପିଆଜ ଜ୍ୱାଳାରେ ସାଧାରଣ ଗରିବ ଲୋକମାନେ ଛଟପଟ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ କହିବା କଥା ହେଲା ୨୦୧୬ରେ ଶୀତଳ ଭଣ୍ଡାରରେ ଆଳୁ କ୍ରୟ କରି ରଖାଯାଇଥିଲା। ବଜାର ନ ବଢିବାରୁ ଗଚ୍ଛିତ ଆଳୁକୁ ୨/୩ ଟଙ୍କାରେ ମଧ୍ୟ ବିକ୍ରି କରାଯାଇପାରିଲା ନାହିଁ। ଏଥିଯୋଗୁ ଶୀତଳ ଭଣ୍ଡାର ଭଡ଼ା ଏବଂ ଆଳୁ କ୍ରୟ ବାବଦରେ ରାଜକୋଷରୁ ୫୦ ଲକ୍ଷ ବରବାଦ ହୋଇଯାଇଥିଲା। ପିଆଜ ଏକ ଶୀଘ୍ର ନଷ୍ଟକାରୀ ଫସଲ ହୋଇଥିବାରୁ ଏହାକୁ ଗଚ୍ଛିତ ରଖିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ନାଫେଡ କମ୍‌ ଦରରେ ପିଆଜ ଯୋଗାଉଥିବା ବେଳେ ରାଜ୍ୟ ସରକାର ସେହି ପିଆଜକୁ ଖାଉଟିଙ୍କୁ ନୋ ପ୍ରଫିଟ୍‌ ନୋ ଲସ୍‌ରେ ଯୋଗାଇବା ବ୍ୟବସ୍ଥା କାହିଁକି କରୁନାହାନ୍ତି। ସରକାରୀ ଉଦାସୀନତାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପିଆଜ ସାଙ୍ଗକୁ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ରୋଷେଇ ଶାଳା ଭାରାକ୍ରାନ୍ତ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ କୋର୍ଟରେ ଦାଖଲ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣାର ୧୨ ଦିନ ପରେ ବି ପୋଲିସ କେବଳ ଫୋରେନ୍‌ସିକ୍‌ ରିପୋର୍ଟକୁ ଚାହିଁ ବସିଛି। ରିପୋର୍ଟ...

ବିଧାନସଭାରେ ୩ ବିଧେୟକ ଗୃହୀତ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ ହୋଇଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଶନିବାର ଗୃହୀତ ହୋଇଛି। ଏଥି ମଧ୍ୟରେ ଦୁଇଟି ସଂଶୋଧନ ଏବଂ...

ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌...

୨୦୨୩ରେ ଜିଏସ୍‌ଟି ସଂଗ୍ରହ ୧୫.୧୪% ବଢ଼ିଛି

ଭୁବନେଶ୍ୱର, ୩ା୪(ବ୍ୟୁରୋ): ୨୦୨୩ ମାର୍ଚ୍ଚରେ ଓଡ଼ିଶା ମୋଟ ଜିଏସ୍‌ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୪୧୨୪.୬୬...

ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ: ପ୍ଲାଷ୍ଟିକ୍‌ ପରିବର୍ତ୍ତେ ଏଥର କଦଳୀ ବାସୁଙ୍ଗା ଡଙ୍ଗା

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ/ ଡି.ଏନ୍‌.ଏ.):କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତା ୧୨ରେ ଦୟାନଦୀ ଲିଙ୍ଗିପୁର ଘାଟରେ ‘୮ମ ଦୟାନଦୀ ବୋଇତ ବନ୍ଦାଣ ଉସତ୍ବ’ ଅନୁଷ୍ଠିତ ହେବ। ଏଥିପାଇଁ...

ଆଜି ଯୁକ୍ତ୨ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର, ୧୯ା୭(ବ୍ୟୁରୋ)- ଯୁକ୍ତ୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଯାଇଛି। ଶନିବାର ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ।...

ଶରତରେ ଅଗ୍ନିବର୍ଷା

ଭୁବନେଶ୍ୱର,୨ା୯(ବ୍ୟୁରୋ):ଶରତରେ ଗ୍ରୀଷ୍ମର ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି। ଦିନରେ ବାହାରକୁ ଯିବା ମୁସ୍କିଲ ହୋଇପଡୁଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ରହିଥିବାରୁ...

ଦିନକ ପରେ ବଦଳିଲା ନିର୍ଦ୍ଦେଶ: ହେବନାହିଁ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ; ଆର୍‌ଟିଓ୍‌କୁ ନ ଯିବାକୁ ପରାମର୍ଶ

କଟକ ଅଫିସ,୧୧।୬- କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ୧୮ ତାରିଖ ପରଠାରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟିଂ ବନ୍ଦ ରହିଛି। ଏହାକୁ ପୁନଃ ଚାଲୁ କରିବା...

Advertisement
Archives

Model This Week