ଆନନ୍ଦପୁର,୧୬। ୧୦(ସ୍ବ.ପ୍ର.)-ପାରିବାରିକ କଳହବେଳେ ୫ମାସର ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏହି ଶିଶୁକନ୍ୟାକୁ କୋଳରେ ଧରି ତାଙ୍କ ମା’, ଝଗଡ଼ା କରୁଥିବା ତାଙ୍କ ସ୍ବାମୀଙ୍କୁ ବୁଝାଶୁଝା ଉଦ୍ୟମ କରିଥିଲେ। ଏଥିରେ ସ୍ବାମୀ ଉତ୍ତେଜିତ ହୋଇ ସ୍ତ୍ରୀଙ୍କୁ ଏକ କାଠଫାଳିଆରେ ପିଟିବାବେଳେ ଏହା ଶିଶୁକନ୍ୟା ମୁଣ୍ଡରେ ବାଜିଥିଲା। ଗୁରୁତର ଆହତ ହୋଇଥିବା ଏହି ଶିଶୁ କନ୍ୟାଙ୍କର ପରେ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଆନନ୍ଦପୁର ପୌରପରିଷଦର ୧୩ ନଂ ଓ୍ବାର୍ଡରେ ମଙ୍ଗଳବାର ଘଟିଛି। ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍ କୁମାର ପଣ୍ଡା କୌଣସି ସୂତ୍ରରୁ ଏ ସମ୍ପର୍କରେ ସୂଚନା ପାଇ ସାଉଁଟିସାହିରେ ପହଞ୍ଚି ପଚାରି ବୁଝିବା ପରେ ଏନେଇ ଘସିପୁରା ଥାନାକୁ ସୂଚନା ଦେଇଥିଲେ। ଘସିପୁରା ପୋଲିସ ପହଞ୍ଚି ଶିଶୁକନ୍ୟା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଚଳାଇଛି। ସାଉଁଟିସାହିରେ ଏକ ପରିବାରର ଭାଇ ଭାଇ ମଧ୍ୟରେ ଝଗଡା ହେବାବେଳେ ଶିଶୁକନ୍ୟା ମୁଣ୍ଡରେ କାଠଫାଳିଆ ମାଡ଼ ବାଜିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ନିଆଯାଉଥିଲା। ବାଟରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଶିଶୁକନ୍ୟାଙ୍କ ମୃତଦେହ ଘରକୁ ଫେରାଇ ଆଣିଥିବାବେଳେ ଆନନ୍ଦପୁର ଏସଡିପିଓ ପଣ୍ଡା ପହଞ୍ଚି ଘଟଣା ସମ୍ପର୍କରେ ତନାଘନା କରିଥିଲେ। ମୃତ ଶିଶୁ କନ୍ୟାଙ୍କ ବାପା ଫେରାର ଥିବା ପୋଲିସ ସୂଚନା ଦେଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ହାତୀର ଟ୍ରାଙ୍କୁଲାଇଜ୍ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…
ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...
ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ
ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...
ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ
ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...
ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...
ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ
ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...
ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍ଫି ନେଇ…
ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...
ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି
ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ): ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...
ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ
ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...
Archives


