ପାପଡ, ମହୁ ଖଦୀ ଆୟୋଗର ବିକ୍ରି ବଢ଼ାଇଛି ୨୫%

ନୂଆଦିଲ୍ଲୀ,୧୭ -୮: କାରବାରରେ ମାନ୍ଦାବସ୍ଥା ଦେଖାଦେଇଥିବା ନେଇ ବ୍ୟବସାୟୀ ଗୋଷ୍ଠୀ ଅଭିଯୋଗ କରିଆସୁଛନ୍ତି। କିନ୍ତୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ଏହାର ଠିକ୍‌ ଓଲଟା କହୁଛି। ଗତ ଆର୍ଥିକ ବର୍ଷରେ ଆୟୋଗର ବିକ୍ରି ୨୫% ବଢ଼ି ୭୫ ହଜାର କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଏହି ରାଷ୍ଟ୍ରାୟତ୍ତ କମ୍ପାନୀ ବିକ୍ରି ବୃଦ୍ଧିରେ ପାପଡ, ମହୁ ଓ କସ୍‌ମେଟିକ୍ସର ସବୁଠାରୁ ବଡ଼ ଯୋଗଦାନ ରହିଛି। ଆର୍ଥିକ ବର୍ଷ ୨୦୧୭-୧୮ରେ କମ୍ପାନୀର ବିକ୍ରି ୧୩% ବଢ଼ିଥିଲା। ତେବେ କମ୍ପାନୀର ଶୁଦ୍ଧ ଲାଭ ମାତ୍ର ୧୫ କୋଟି ଟଙ୍କା ହୋଇଥିଲା। ବଜାରରେ କାରବାର କରୁଥିବା ଅନ୍ୟ କମ୍ପାନୀଙ୍କ ସହ ତୁଳନା କଲେ କେଭିଆଇସିର ବିକ୍ରି ଦେଶର ସର୍ବବୃହତ କଞ୍ଜ୍ୟୁମର ଗୁଡ଼୍ସ ବିକ୍ରି କରୁଥିବା କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭରଠାରୁ ଦୁଇଗୁଣା ହୋଇଛି। ଗତବର୍ଷ ୟୁନିଲିଭର ବିକ୍ରି ୩୮ ହଜାର କୋଟି ଟଙ୍କା ଥିଲା। ତେବେ ଏହାର ଲାଭ କେଭିଆଇସି ଠାରୁ ୪୦୦ ଗୁଣ ଅଧିକ ହୋଇ ୬ ହଜାର କୋଟି ଟଙ୍କା ହୋଇଛି। ୨୦୧୮-୧୯ରେ ବାର୍ଷିକ ଆୟକୁ ହିସାବକୁ ନେଇ କେଭିଆଇସିକୁ ଦେଶର ଶୀର୍ଷ ୨୫ ତାଲିକାଭୁକ୍ତ କମ୍ପାନୀଙ୍କ ସହ ତୁଳନା କଲେ ଜଣାପଡୁଛି ଯେ, ଏହା ଭାରତୀ ଏୟାରଟେଲ(୮୧ ହଜାର କୋଟି ଟଙ୍କା) ଠାରୁ ସାମାନ୍ୟ କମ୍‌ ଏବଂ ଗ୍ରାସିମ ଇଣ୍ଡଷ୍ଟ୍ରିଜ(୭୨,୯୭୦ କୋଟି ଟଙ୍କା)ଠାରୁ ସାମାନ୍ୟ ଅଧିକ ରହିଛି। କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍ସେନାଙ୍କ କହିବାନୁଯାୟୀ, ଘରୋଇ ଓ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ସହ ପାର୍ଟନରସିପ୍‌ କରିବା ଏବଂ ମୋଦି ସରକାରଙ୍କ ନୀତିର ସହାୟତା ଯୋଗୁ କମ୍ପାନୀର ବିକ୍ରି ଗତ ୫ ବର୍ଷର ଦୁଇଗୁଣା ବଢ଼ିଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ଗ୍ରାମୀଣ ଉଦ୍ୟୋଗ କ୍ଷେତ୍ରର ବିକ୍ରି ୨୦ ବୃଦ୍ଧି କରିବାକୁ ଟାର୍ଗେଟ କରିଛି। ତାଙ୍କ ମତରେ ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ବିକ୍ରି ୮୫ ହଜାର କୋଟି ଟଙ୍କା ଟପିଯିବ ବୋଲି ଅନୁମାନ କରାଯାଉଛି। ସେହିପରି ଖଦି ବିକ୍ରି ୫୦ ପ୍ରତିଶତ ବଢ଼ି ୫ ହଜାର କୋଟି ଟଙ୍କାରେ ପହଞ୍ଚତ୍ୟିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri