Posted inରାଜ୍ୟ

ପାଟକୁରା ବିଧାନସଭା ନିର୍ବାଚନ: ପ୍ରଚାର ସରଗରମ, ନେତାଙ୍କ ସ୍ବର ନରମ

କେନ୍ଦ୍ରାପଡ଼ା ଅଫିସ, ୧୬ା୭- ପାଟକୁରା ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ରହିଛି ା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୧୮ ତାରିଖ ଅପରାହ୍ନ ୫ଟାରେ ପ୍ରଚାର ଶେଷହେବ। ଏନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରଚାର କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି ା ତେବେ ନିର୍ବାଚନରେ ନେତାଙ୍କ ଠାରୁ ପ୍ରତିପକ୍ଷଙ୍କ ପ୍ରତି ଆରୋପ ପ୍ରତ୍ୟାରୋପ ବହୁତ କମ୍‌ ଦେଖିବାକୁ ମିଳୁଛି। ପ୍ରାର୍ଥୀ ଓ ଦଳୀୟ ନେତାଙ୍କ ଏଭିଳି ଆଭିମୁଖ୍ୟ ନିର୍ବାଚନ ସମୟରେ ଭୋଟରଙ୍କୁ ଅଡ଼ୁଆରେ ପକାଇବ ବୋଲି ଆଲୋଚନା ହେଉଛି।
ଅପରପକ୍ଷେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଜିଲାକୁ ଗସ୍ତକୁ ଅନେକ ଅପେକ୍ଷା କରିଛନ୍ତି । ଏହି ବିଧାନସଭା ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ମୋଟ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବହୁ ପଛରେ କଂଗ୍ରେସର ରାଜ୍ୟସ୍ତରୀୟ ନେତା ଏହି କ୍ଷେତ୍ରକୁ ଗସ୍ତ କରି ଲୋକଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଏହି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ମହା ମୁକାବିଲା ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଇତିମଧ୍ୟରେ ସାଧାରଣ ନିର୍ବାଚନ ସରିଯାଇଥିବାରୁ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନେ ଏବେ ପାଟକୁରାରେ ଡେରା ପକାଇଛନ୍ତି। ବିଜେଡିର ଏହି ନେତାଙ୍କ ଭିଡ଼ ବିଜୟଙ୍କ ଜିତିବା ପାଇଁ ବୋଲି ଭାଜପାର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ା ସେହିପରି ଭାଜପାର ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ମଧ୍ୟ ପ୍ରତିପକ୍ଷ ବିଜେଡି ପ୍ରତି କୌଣସି କଟୁ ସମାଲୋଚନା ଅଦ୍ୟାବଧି କରି ନାହାନ୍ତି। ମାତ୍ର ଭାଜପାର ପ୍ରଚାରକମାନେ ବିଜୟ ନିର୍ବାଚନରେ ବିଜୟୀ ହେଲେ ପାଟକୁରାବାସୀଙ୍କ ଉନ୍ନତି ହୋଇପାରିବ ବୋଲି ମତ ଦେଇଛନ୍ତି।
କେବଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ଦାମ ରାଉତ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ ଦଳୀୟ ଅନ୍ତର୍କନ୍ଦଳକୁ ରୋକିବା ଏକ ପ୍ରମୁଖ ସମସ୍ୟା ହୋଇଛି । ପ୍ରତି ପଞ୍ଚାୟତ ପାଇଁ ବିଧାୟକ ଓ ମନ୍ତ୍ରୀମାନେ ଦାୟିତ୍ୱରେ ଥିଲେ ମଧ୍ୟ ପ୍ରଚାର ସମୟରେ ବିଜୟଙ୍କୁ ଟାର୍ଗେଟ କରିବା ଦେଖାଯାଉନାହିଁ । କିନ୍ତୁ ଉଭୟ ଦଳ ନିଜର ଶକ୍ତି ବୃଦ୍ଧି ପାଇଁ ମିଶ୍ରଣ ପର୍ବ, ବୁଥ ଲେବୁଲ ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଛନ୍ତି। ସେପଟେ ବିଜେଡି ଓ ଭାଜପା କୋଳାକୋଳି ବୋଲି ମନ୍ତବ୍ୟ ଦେଇ କଂଗ୍ରେସ ଜନତାଙ୍କ ନିକଟତର ହେବାକୁ ଚେଷ୍ଠା ଚଳାଇଛି।
ଏସମ୍ପର୍କରେ ସମୀକ୍ଷକମାନେ କହିଛନ୍ତି, ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବାରେ ବିଜେଡି ସମର୍ଥନ ଦେବାପରେ ଉଭୟ ଦଳ ପରସ୍ପରକୁ ଦୋଷ ଦେବା ବନ୍ଦ କରିଦେଇଛନ୍ତି ।ତେବେ ଏହି ନିର୍ବାଚନ ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ନିଜସ୍ବ ରଣକୌଶଳକୁ ଗୁରୁତ୍ୱ ଦେଉଛନ୍ତି । ଶେଷ ଦୁଇ ଦିନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତଥିବାରୁ ନିର୍ବାଚନ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଏବେଠାରୁ କୁହାଯାଇପାରିବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri