ଧାମନଗର,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରରେ ପାଣି ଟାଙ୍କି ପାଚେରି ଭଙ୍ଗାକୁ ନେଇ ଶନିବାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ଧାମନଗର ଥାନା ପରିସରରେ ଏକ ଜରୁରିକାଳୀନ ଶାନ୍ତି କମିଟି ବୈଠକ ବସି ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର କୌଣସି ସମାଧାନ ହୋଇପାରି ନାହିଁ। ଠିକାଦାର ବସନ୍ତ କୁମାର ଦାସଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୩୨/୨୦) ରୁଜୁ କରିଛି।
ସୂଚନା ଅନୁଯାୟୀ, ଧାମନଗର ଥାନା ପଛପଟ ନହଜାରୀ କିଲ୍ଲାରେ ଏକ ବୃହତ୍ ପାଇପ୍ ଜଳ ଯୋଗାଣ ଟାଙ୍କି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଶନିବାର ଗୋଟିଏ ଗୋଷ୍ଠୀର କେତେକ ଲୋକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଏଥିସହ ନିର୍ମାଣାଧୀନ ପାଚେରିକୁ ଭାଙ୍ଗି ଦେଇଥିଲେ। ପ୍ରତିବର୍ଷ ଏହି ରାସ୍ତା ଦେଇ ପ୍ରସିଦ୍ଧ କାଳିସୀ ଶୋଭାଯାତ୍ରା ଏବଂ ଜୁଲୁସ ଯାଉଥିବାରୁ ରାସ୍ତା ଚଉଡ଼ାର ଆବଶ୍ୟକ ଥିବାବେଳେ ରାସ୍ତାକୁ ମଡ଼ାଇ ପାଚେରି କଲେ ବହୁ ବଡ଼ ଗଛ ନଷ୍ଟ ହେବାର ଆଶଙ୍କା ରହିଛି। ରାସ୍ତାକୁ ଛାଡ଼ି ପାଚେରି ନିର୍ମାଣ କରିବାକୁ ଠିକାଦାରଙ୍କୁ ଗ୍ରାମବାସୀ କହିଥିଲେ। ତଦନୁଯାୟୀ ଠିକାଦାର ମଧ୍ୟ ଆବଶ୍ୟକ ରାସ୍ତା ଛାଡ଼ି ପାଚେରି ନିର୍ମାଣ କରୁଥିଲେ। ମାତ୍ର ଏହାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଗଣ୍ଡଗୋଳ ଆରମ୍ଭ କରି ପାଚେରିର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ପହଞ୍ଚି ତଦନ୍ତ କରିଥିଲା। ପରେ ପୋଲିସ ପକ୍ଷରୁ ଜରୁରିକାଳୀନ ଶାନ୍ତି କମିଟି ବୈଠକ ଡକାଯାଇଥିଲା। ଧାମନଗର ଏସ୍ଡିପିଓ ମନୋରଞ୍ଜନ ସାମଲ, ଅତିରିକ୍ତ ତହସିଲଦାର ଲଗନଜିତ ବେହେରା, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଯତିନ୍ଦ୍ର ମୋହନ ମିଶ୍ର, ଏସ୍ଆଇ ମୋତିଲାଲ ମାରାଣ୍ଡିଙ୍କ ସମେତ ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ଆଲୋଚନା ହୋଇଥିଲା।
ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର
ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ...
ହାଇମାଷ୍ଟ ଲାଇଟ୍ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ
ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍...
ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ
ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...
ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…
ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍
ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...
ବିଜେଡିକୁ ଶକ୍ତ ଝଟ୍କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ
ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...
ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ
ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...
Archives


