ନୂଆଦିଲ୍ଲୀ,୧୫-୬: ପାଇକାରୀ ମୁଦ୍ରାସ୍ଫୀତି ହାର ମେ’ରେ ୨.୪୫% ରେକର୍ଡ କରାଯାଇଛି। ଏହା ୨୨ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ଏହା ୧.୮୮% ରହିଥିଲା। ଖାଦ୍ୟପଦାର୍ଥ ଏବଂ ଇନ୍ଧନ, ବିଜୁଳି ମୂଲ୍ୟ କମିବା କାରଣରୁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ପରିସଂଖ୍ୟାନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟରେ କୁହାଯାଇଛି ଯେ, ପାଇକାରୀ ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ଏପ୍ରିଲରେ ୩.୦୭% ରହିଥିଲା ଏବଂ ଗତବର୍ଷ ମେ’ରେ ଏହା ୪.୭୮% ଥିଲା। ଫୁଡ୍ ବାସ୍କେଟରେ ମେ’ରେ ପାଇକାରୀ ମୁଦ୍ରାସ୍ଫୀତି ୬.୯୯%, ପନିପରିବା ୩୩.୧୫%, ପିଆଜ (-)୩.୪୩%, ଆଳୁ(-)୨୩.୩୬%, ଇନ୍ଧନ ଏବଂ ଶକ୍ତି ୦.୯୮% ଓ ମାନୁଫାକ୍ଚରିଂ ପ୍ରଡକ୍ଟ ୧.୨୮% ରହିଛି। ସୂଚନାଯୋଗ୍ୟ ଯେ, ପରିସଂଖ୍ୟାନ ବିଭାଗ ପକ୍ଷରୁ ବୁଧବାର ଜାରି ଖୁଚୁରା ମୁଦ୍ରାସ୍ଫୀତି ହାର ଜାରି କରାଯାଇଥିଲା। ମେ’ରେ ଏହା ୩.୦୫%କୁ ବୃଦ୍ଧି ପାଇଛି, ଯାହା କି, ଗତ ୭ ମାସରେ ସର୍ବାଧିକ।

ପାସେଞ୍ଜର ଯାନର ରିଟେଲ ବିକ୍ରି ୧୧% ବୃଦ୍ଧି
ନୂଆଦିଲ୍ଲୀ,୨୦-୧୧: ଚଳିତ ବର୍ଷ ଅକ୍ଟୋବରରେ ପାସେଞ୍ଜର ଯାନର ରିଟେଲ ବିକ୍ରିରେ ୧୧% ବୃଦ୍ଧି ଘଟି ୨.୪୮ ଲକ୍ଷ ୟୁନିଟ ରହିଛି। ଗତ ବର୍ଷ ସମାନ ସମୟ...

ପାଣ୍ଟାଲୁନ୍ସ ଆଣିଲା ନୂଆ ଫେଷ୍ଟିଭ କଲେକ୍ସନ
ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡର ପ୍ରମୁଖ ଫାଷ୍ଟ ଫ୍ୟାଶନ ବ୍ରାଣ୍ଡ ପାଣ୍ଟାଲୁନ୍ସ ପକ୍ଷରୁ ନୂଆ ଫେଷ୍ଟିଭ କଲେକ୍ସନ ଶୁଭାରମ୍ଭ ସମ୍ପର୍କରେ...

ଟାଟା ମୋଟର୍ସର ୨ଏସ୍ ଫ୍ୟାସିଲିଟି ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର,୨୫ା୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ଆଉ ଏକ ୨ଏସ୍ ଫ୍ୟାସିଲିଟି ସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ପ୍ରାଧିକୃତ ଡିଲର ଅଷ୍ଟଭିନାୟକ...

ଟିକ୍ଟକ୍କୁ ଟକ୍କର ଦେବ ୟୁଟ୍ୟୁବ୍
ନୂଆଦିଲ୍ଲୀ,୨୬।୬: ଟିକ୍ଟକ୍ର ଲୋକପ୍ରିୟତାକୁ ଦେଖି ଅନ୍ୟ ବଡ କମ୍ପାନୀଗୁଡିକ ସମାନ ଧରଣର ଆପ୍ ଆଣିବାକୁ ଚେଷ୍ଟା କରୁଛନ୍ତି। ଉଭୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କ୍ରମାଗତ ଭାବରେ...

ମାଇକ୍ରୋଭେଷ୍ଟଠାରୁ ଭର୍ଥାନାର ନିବେଶ ପ୍ରାପ୍ତି
ନୂଆଦିଲ୍ଲୀ,୫।୧: ସୁଲଭ ଶିକ୍ଷା ଋଣ ନିମନ୍ତେ ବାଙ୍ଗାଲୋରର ଏକ ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ (ଏନ୍ବିଏଫ୍ସି) ଆମେରିକାରା ଏକ ବିଶ୍ୱସ୍ତରୀୟ ବିନିଯୋଗ ସଂସ୍ଥା ମାଇକ୍ରୋଭେଷ୍ଟଠାରୁ ୭...

ସିଏଜି ମେହର୍ଷି ଡବ୍ଲ୍ୟୁଏଚ୍ଓର ଅଡିଟର ନିର୍ବାଚିତ; ୨୦୨୩ ଯାଏ ଦାୟିତ୍ୱରେ ରହିବେ
ନୂଆଦିଲ୍ଲୀ,୪-୬: ଦେଶର ମହାଲେଖା ନିୟନ୍ତ୍ରକ ଏବଂ ପରୀକ୍ଷକ(ସିଏଜି) ରାଜୀବ ମେହର୍ଷି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ବାହ୍ୟ ଲେଖା ପରୀକ୍ଷକ ବା ଅଡିଟର ଭାବେ ନିଯୁକ୍ତ ହୋଇଛନ୍ତି।...

ହୋଟେଲ ଶିଳ୍ପର କ୍ଷତି ୧.୩୦ ଲକ୍ଷ କୋଟି
ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ହୋଟେଲ ଶିଳ୍ପ ୧.୩୦ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛି। ଏହି ଶିଳ୍ପ ବର୍ତ୍ତମାନ...

ମାନୁଫାକ୍ଚରିଂକୁ ଉତ୍ସାହିତ କରିବେ ସରକାର;ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ପ୍ରୟାସ
ନୂଆଦିଲ୍ଲୀ,୨୬।୬ : କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ...