ପାଇକାରୀ ମୁଦ୍ରାସ୍ଫୀତି ୦.୩୩%

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ପାଇକାରି ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି(ଡବ୍ଲ୍ୟୁପିଆଇ) ୦.୩୩% ସ୍ତରରେ ରହିଛି। ଏହା ଅଗଷ୍ଟରେ ୧.୦୮% ରହିଥିବା ସୋମବାର ସରକାରୀ ଡାଟାରୁ ଜଣାପଡିଛି। ଗତ ବର୍ଷ ସମାନ ସମୟରେ ଏହା ୫.୨୨% ରହିଥିଲା। ୩ ବର୍ଷରେ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ ସ୍ଥିତିକୁ ଯାଉଥିବା ଦେଖାଯାଇଛି। ସାଧାରଣତଃ ଦରଦାମ କମିବା ଯୋଗୁ ଉପଭୋକ୍ତା ଖୁସି ହୁଅନ୍ତି। ଯଦି କୌଣସି ସ୍ଥିତିରେ ମୁଦ୍ରାସ୍ଫୀତି ଶୂନର ନିକଟବର୍ତ୍ତୀ ହୁଏ କିମ୍ବା ନକାରାତ୍ମକ ରହେ ତେବେ ଏହା ଚିନ୍ତାଜନକ ହୋଇଥାଏ। ମୁଦ୍ରାସ୍ଫୀତି ଅଧିକ ଖସିବାର ଅର୍ଥ ହେଲା ଅର୍ଥ ବ୍ୟବସ୍ଥାରେ କିଛି ସମସ୍ୟା ରହିଛି। ଯୋଗାଣ ତୁଳନାରେ ଚାହିଦା କମ୍‌ ହେଲେ ଏଭଳି ସ୍ଥିତି ଉପୁଜିଥାଏ। ଏହି ସମୟରେ କମ୍ପାନୀଗୁଡିକର ପ୍ରାଇସିଂ କ୍ଷମତା କମ୍‌ ହୋଇଯାଇଥାଏ। ଖାଦ୍ୟ ସାମଗ୍ରୀ ଉପରେ ମୂଲ୍ୟ ବୃଦ୍ଧି ୭.୪୭% ରହିଛି। ଅଣ ଖାଦ୍ୟସାମଗ୍ରୀ ଏହା ୨.୧୮% ରହିଥିବା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟତମ ଡାଟାରେ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷର ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ୧.୧୭% ରହିଛି। ପୂର୍ବ ଆର୍ଥତ୍କ ବର୍ଷ ସମାନ ସମୟ ତୁଳନାରେ ଏହା ୩.୯୬% ରହିଥିଲା। ମାନୁଫାକଚରିଂ ପ୍ରଡକ୍ଟ ଇଣ୍ଡେକ୍ସ ୦.୧% ବୃଦ୍ଧି ଘଟି ୧୧୭.୯% ରହିଛି। ଏହା ଚଳିତ ବର୍ଷ ଅଗଷ୍ଟରେ ୧୧୭.୮% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଭୂଷଣ ସିଏମ୍‌ଡିଙ୍କ ୨୦୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୯-୧: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡର ପୂର୍ବତନ ସିଏମ୍‌ଡି ସଞ୍ଜୟ ସିଂଘଲଙ୍କ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜବତ କରାଯାଇଛି। ବେଆଇନ ଅର୍ଥ...

ଖସିଲା ଶେୟାର ବଜାରର କାରବାର

ନୂଆଦିଲ୍ଲୀ,୧୯।୧୧: କ୍ରମାଗତ ୨ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଥିବା ଜଣାପଡ଼ିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର କାରବାର ଆଶ ଓ ଆଶଙ୍କା...

ପୂର୍ବତଟ ରେଳପଥର ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ

ଭୁବନେଶ୍ୱର, ୧୫-୮: ୭୩ତମ ସ୍ବାଧିନତା ଦିବସ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥ ପରିବାରର ସମସ୍ତ ସଦସ୍ୟ ତଥା ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର...

ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ

ନୂଆଦିଲ୍ଲୀ: ରିଲାଏନ୍ସ ବୋର୍ଡରେ ସାଉଦି ଆରାମକୋର ଅଧ୍ୟକ୍ଷ ସାମିଲ ହୋଇପାରନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସାଉଦି ଆରାମକୋ ମଧ୍ୟରେ ୧୫ ବିଲିୟନ ଡଲାରର ମେଗାଡିଲକୁ ନେଇ...

ପାଇକାରୀ ମୁଦ୍ରାସ୍ଫୀତି ୧.୪୮%

ନୂଆଦିଲ୍ଲୀ: ଲଗାତର ତୃତୀୟ ମାସ ଲାଗି ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଅକ୍ଟୋବରରେ ଏହା ୧.୪୮% ସ୍ତରରେ ରହିଛି। ଏହା ସେପ୍ଟେମ୍ବରରେ ୧.୩୨% ରହିଥିଲା ।...

ଦୀପ୍ତିଙ୍କୁ ୨ କୋଟିର ପ୍ୟାକେଜ

ହାଇଦ୍ରାବାଦ: ହାଇଦ୍ରାବାଦର ମେଧାବୀ ଛାତ୍ରୀ ଦୀପ୍ତି ନାରକୁଟୀ ଆମେରିକାର ଅଗ୍ରଣୀ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଗ୍ରେଡ୍‌-୨ ପୋଷ୍ଟ ପାଇଁ ମନୋନୀତ ହୋଇଛନ୍ତି। ସେ ବାର୍ଷିକ...

ପିସିଏରୁ ବାହାରିବ ୟୁକୋ ବ୍ୟାଙ୍କ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଗତବର୍ଷ ମାର୍ଚ୍ଚ ତ୍ରୈମାସଠାରୁ ଏହାର ପରିଚାଳନାଗତ ଲାଭରେ ଅଭିବୃଦ୍ଧି ହାସଲ କରୁଛି। ପରିଚଳନାରେ ଉନ୍ନତି ଆଣିବା ଲାଗି ଅନାଦାୟ...

କୋଇଲାରୁ ଉତ୍ପାଦନ ହେବ ଗ୍ୟାସ୍‌

ନୂଆଦିଲ୍ଲୀ,୧୯।୭: କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ...

Advertisement
Archives

Model This Week