ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ଲାଗିବ ରେଟ୍‌ ଚାର୍ଟ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ନୂଆ ମୋଟର ଯାନ ଆଇନ ଅନୁଯାୟୀ ଲୋକଙ୍କୁ କିଭଳି ସେମାନଙ୍କ ଗାଡ଼ି ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ସୁବିଧା ଯୋଗାଇ ଦିଆଯାଇପାରିବ ସେନେଇ ମଙ୍ଗଳବାର ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସ ଏବଂ ପରିବହନ କମିଶନର ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ବୈଠକ ପରେ ଜି. ଶ୍ରୀନିବାସ କହିଛନ୍ତି ଯେ, ଅଧିକ ପଲ୍ୟୁଶନ ଟେଷ୍ଟିଂ ସେଣ୍ଟର ଖୋଲାଯିବ। ସେହିପରି ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ରେଟ୍‌ ଚାର୍ଟ ଲଗାଯିବ। ଅନ୍ୟପକ୍ଷରେ ପରିବହନ କାର୍ଯ୍ୟାଳୟରେ ଅଧିକ କ୍ୟାମ୍ପ ଖୋଲାଯିବ। ବହୁସଂଖ୍ୟାରେ ଆବେଦନକୁ ଦୃଷ୍ଟିରେ ରଖି ଦୈନିକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ସଂଖ୍ୟା ବୃଦ୍ଧି କରାଯାଇଛି। ଯେଉଁମାନେ ଲାଇସେନ୍ସ କରାଇବା ଲାଗି ଦଲାଲି କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ। ଏହାସହ ଆର୍‌ଟିଓ କାର୍ଯ୍ୟାଳୟରେ ଇନସ୍ୟୁରାନ୍ସ ଅଧିକାରୀଙ୍କୁ ରଖାଯିବ ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ପରିବହନ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ୱର ଆରଟିଓରେ ଦୈନିକ ୧୫୦ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଉଥିଲା। ଏବେ ସେହି ସଂଖ୍ୟା ୩ଶହକୁ ବୃଦ୍ଧି କରାଯାଇଛି। ଆଜିଠାରୁ ଦୁଇଜଣ ଲେଖା ଇନସ୍ୟୁରାନ୍ସ କର୍ମଚାରୀଙ୍କୁ ଆରଟିଓରେ ବସାଇବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଲୋକ ରହିଥିବାରୁ ଏଠାରେ ଅଧିକ ଭିଡ଼ ରହୁଛି। ସେହିଭଳି ବ୍ରହ୍ମପୁର, ବାଲେଶ୍ୱର, କଟକ ଆଦି କେତୋଟି ସ୍ଥାନରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ପରିବହନ ସଚିବ ଜି. ଶ୍ରୀନିବାସ ପୋଲିସ ଡିଜି ବିଜୟ କୁମାର ଶର୍ମା ଏବଂ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଚିଠି ଲେଖି ପୋଲିସ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି। ପରିବହନ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଗାଡ଼ି ଚାଳକମାନଙ୍କୁ ଅଯଥାରେ ହଇରାଣ ନ କରିବା ପାଇଁ ଏସ୍‌ପି ଏବଂ ଡିସିପିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଉ। ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ କରିବାବେଳେ ଲୋକଙ୍କୁ ପୋଲିସ ହଇରାଣ କରିବାର ବହୁ ଘଟଣା ସାମ୍ନାକୁ ଆସିଛି। ଟ୍ରାଫିକ ନିୟମର ପ୍ରାବଧାନ ଅନୁଯାୟୀ ଦାୟିତ୍ୱରେ ଥିବା କୌଣସି ପୋଲିସ ଅଧିକାରୀ ଯଦି ଭୁଲ୍‌ କରନ୍ତି ତେବେ ସେମାନଙ୍କଠାରୁ ଦୁଇଗୁଣା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ସମସ୍ତ ଏସ୍‌ପି ଏବଂ ଡିସିପିଙ୍କୁ ଜଣାଇବା ପାଇଁ ଡିଜିଙ୍କୁ ପରିବହନ ସଚିବ ଅନୁରୋଧ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହକୁ ୨ ଦିନ ଗଡ଼ିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଗଡ଼ିବ। କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ହେଉ ନ ଥିବାରୁ ରେଳ ବିଭାଗ ଏପରି...

ଅଭିନେତ୍ରୀ ଆତ୍ମହତ୍ୟା କରିଥିବା କହିଲେ ଡିସିପି, ହତ୍ୟା ଅଭିଯୋଗ ଆଣିଲା ପରିବାର

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି। ଏହା ସ୍ପଷ୍ଟ ଭାବେ ଜଣାପଡୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି...

ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର,୨୫ା୧- ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ସୋମବାର ଅପରାହ୍ନ ୨ଟା...

ରାଜ୍ୟରୁ ଆଉ ୯ ଜୀବନ ନେଲା କରୋନା, ୭୧୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୯ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନ ବୈଠକ: ଯୋଗଦେଲେ ୯୩ ବାର୍‌ ଆସୋସିଏଶନ କର୍ମକର୍ତ୍ତା

କଟକ ଅଫିସ, ୧୯ା୧୦: ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ହାଇକୋର୍ଟ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାକୁ ନେଇ ଶୁକ୍ରବାର...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର,୨୨।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଁଚିଛି। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ...

ଏଣିକି ଅନ୍‌ଲାଇନରେ ହେବ ପରିବହନ ବିଭାଗର ସମସ୍ତ କାମ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ) : ଜାନୁୟାରୀ ୧ରୁ ପରିବହନ ବିଭାଗର ନୂଆ ନିୟମ ଲାଗୁ ହେବ। ଏଥର ସମସ୍ତ କାମ ଅଫ୍‌ଲାଇନ ନୁହେଁ ଅନ୍‌ଲାଇନରେ ହେବ । ଡ଼ିଏଲଠୁ...

ଖୋଲା ରହିବ ପଶୁ ଖାଦ୍ୟ ଦୋକାନ, ଚିକିତ୍ସାକାରୀ କ୍ଲିନିକ୍‌

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପଶୁ ଚିକିତ୍ସାକାରୀ କ୍ଲିନିକ, ପଶୁ ଖାଦ୍ୟ ବିତରଣକାରୀ ଦେକାନ ଖୋଲା ରହିବ। ଏଗୁଡ଼ିକ ଅତ୍ୟାବଶ୍ୟକ ସେବା ଏବଂ ବସ୍ତୁ ଅନ୍ତର୍ଗତ ଥିବାରୁ...

Advertisement
Archives

Model This Week