Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍‌ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକେ ଏହାକୁ ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର ବୋଲି ବି କହିଥାନ୍ତି। ଖାସ୍‌ କରି ଏଠାକାର ଅବନ୍ତୀଶ୍ୱର ଓ ଅବନ୍ତିସ୍ବାମୀ ମନ୍ଦିର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ…

ଅବନ୍ତିପୁର ଜମ୍ମୁ ଓ କଶ୍ମୀରର ପୁଲଓ୍ବାମା ଜିଲା ଅନ୍ତର୍ଗତ ଏମିତି ଏକ ପର୍ଯ୍ୟଟନସ୍ଥଳୀ, ଯେଉଁଠାରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅବନ୍ତୀଶ୍ୱର ଓ ଅବନ୍ତିସ୍ବାମୀ ମନ୍ଦିର ହେଉଛି ସ୍ଥାନୀୟ ଦୁଇଟି ପ୍ରମୁଖ ପ୍ରାଚୀନ ମନ୍ଦିର। ଏହି ଦୁଇଟି ମନ୍ଦିରର ନିର୍ମାଣ ରାଜା ଅବନ୍ତି ବର୍ମନଙ୍କ ଦ୍ୱାରା ନବମ ଶତାବ୍ଦୀ ସମୟରେ କରାଯାଇଥିଲା। ଅବନ୍ତୀଶ୍ୱର ମନ୍ଦିରରେ ଦେବ ଦେବ ମହାଦେବ ପୂଜା ପାଉଥିବାବେଳେ ଅବନ୍ତିସ୍ବାମୀ ମନ୍ଦିରରେ ପ୍ରଭୁ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

କେବେ ଓ କେମିତି ଯିବେ
ଅବନ୍ତିପୁର ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ବେଶ୍‌ ଭଲ ସୁବିଧା ରହିଛି। ଶ୍ରୀନଗର ଏୟାର୍‌ପୋର୍ଟ ଏଠାକାର ନିକଟତମ ବିମାନବନ୍ଦର ହୋଇଥିବାବେଳେ ଜମ୍ମୁ ତଓ୍ବି ରେଲଓ୍ବେ ଷ୍ଟେଶନ ହେଉଛି ସ୍ଥାନୀୟ ଏକ ପ୍ରମୁଖ ରେଳଷ୍ଟେଶନ, ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଯା’ଆସ କରିଥାଏ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଏଠାକୁ ସଡ଼କ ମାର୍ଗରେ ମଧ୍ୟ ଯାଇପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ପ୍ରଥମେ ବସ୍‌ରେ ଶ୍ରୀନଗର ଯାଇ ସେଠାରୁ ଅନ୍ୟ ଏକ ବସ୍‌ ଧରି ଅବନ୍ତିପୁର ଯିବାକୁ ହେବ। ସେହିପରି ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ଏପ୍ରିଲ୍‌ରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। କାରଣ ନଭେମ୍ବର ମାସ ପରେ ଏଠାରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ଏପରିକି ଅନେକ ସମୟରେ ଏଠାରେ ତୁଷାରପାତ ହେଉଥିବାର ବି ଦେଖିବାକୁ ମିଳେ।

କ’ଣ ଦେଖିବେ
ଅବନ୍ତିପୁରରେ ଥିବା ଦୁଇ ପ୍ରମୁଖ ମନ୍ଦିର ଅବନ୍ତୀଶ୍ୱର ଓ ଅବନ୍ତିସ୍ବାମୀ ମନ୍ଦିରର ନିର୍ମାଣଶୈଳୀ ଦେଖିଲେ ପ୍ରାୟତଃ ଏକାଭଳି ଦେଖାଯାଇଥାଏ। ଖାସ୍‌ କରି ଉଭୟ ମନ୍ଦିରର ପ୍ରବେଶ ଦ୍ୱାର ନିକଟସ୍ଥ କାନ୍ଥକୁ ପଥରରେ ଖୋଦେଇ କରି ସେଥିରେ ଏକାପରି ଆକର୍ଷଣୀୟ କଳାକୃତି କରାଯାଇଥିଲା। ବହୁତ ବର୍ଷର ପୁରୁଣା ମନ୍ଦିର ହୋଇଥିବାରୁ ଏବେ ଏହାର ଅନେକ ଅଂଶ ଭାଙ୍ଗିଯାଇଛି। ହେଲେ ଯେଉଁ କଳାକୃତିର ଛାପ ଆଜି ବି ରହିଛି ତାହା ମନେପକାଇ ଦେଉଛି ଅତୀତର ସେହି ସ୍ମୃତିସବୁକୁ। ତା’ଛଡ଼ା ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ଶିବ ଓ ବିଷ୍ଣୁ ଖୁବ୍‌ ପ୍ରତ୍ୟକ୍ଷ ହୋଇଥିବାରୁ ଏଠାରେ ସବୁବେଳେ ଭକ୍ତଗଣଙ୍କର ଭିଡ଼ ଲାଗି ରହିଥାଏ। ସେହିପରି ଇତିହାସ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନଟି ବି ବହୁତ ଖାସ୍‌ ହୋଇଥାଏ। ତା’ଛଡ଼ା ଏଠାରେ ଥିବା ଅନ୍ୟ ଛୋଟ ବଡ଼ ପ୍ରାଚୀନ ମନ୍ଦିରଗୁଡ଼ିକୁ ବି ପର୍ଯ୍ୟଟକ ବୁଲି ଯାଇ ନିଆରା ଅନୁଭୂତି ସାଉଁଟି ପାରିବେ।

ନିକଟସ୍ଥ ପର୍ଯ୍ୟଟନସ୍ଥଳୀ
ପ୍ରାକୃତିକ ପରିବେଶପୂର୍ଣ୍ଣ ଅବନ୍ତିପୁରରେ ପ୍ରାଚୀନ ମନ୍ଦିରଗୁଡ଼ିକୁ ବୁଲି ଦେଖିବା ସହ ପର୍ଯ୍ୟଟକ ଚାହିଁଲେ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଅନନ୍ତନାଗ, ମାର୍ତ୍ତଣ୍ଡ ସୂର୍ଯ୍ୟ ମନ୍ଦିର, ପଦଗାମ୍‌ପୋରା, ଚାର୍‌ସୋ ଅବନ୍ତିପୋରା ଇତ୍ୟାଦି ଲୋକପ୍ରିୟ ଦର୍ଶନୀୟ ସ୍ଥାନଗୁଡ଼ିକୁ ବି ଦେଖିବାକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri