Posted inଜାତୀୟ

ପରୀକ୍ଷାରେ ଭଲ ନମ୍ବର ଆଣିବା ନୁହେଁ ଗୁରୁତ୍ୱପୂର୍ଣ୍ଣ; ବିଫଳତା ପରେ ନ ଅଟକି ଆଗେଇବା ଉଚିତ: ମୋଦି

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ବିଫଳତା ପରେ ନ ଅଟକି ଆଗେଇବା ଲାଗି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଜୀବନରେ ସଫଳତା ସହିତ କେତେକ ସମୟରେ ବିଫଳତା ମଧ୍ୟ ମିଳିଥାଏ। ତେବେ ବିଫଳତା ସମୟରେ ଧର୍ଯ୍ୟ ଧରି ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବା ହିଁ ଆବଶ୍ୟକ। ଚନ୍ଦ୍ରୟାନର ବିଫଳତାରେ ସେ ଶାନ୍ତିରେ ଶୋଇ ପାରି ନ ଥିଲେ। ତେବେ ପରବର୍ତ୍ତି ସମୟରେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଚିନ୍ତା କରିବା ଆରମ୍ଭ କରିଥିଲେ। ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଅବସାଦଠାରୁ ଦୂରେଇ ରହି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୋଦି ଉପସ୍ଥିତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପରୀକ୍ଷାରେ ଭଲ ନମ୍ବର ଆଣିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜୀବନସାରା ପ୍ରତିଟି ସମୟରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଦୃଢ଼ ମନୋବଳ ନେଇ ଏହାର ସାମନା କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ତାଲକଟୋରା ଷ୍ଟାଡ଼ିୟମ୍‌ରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବା ପରେ ରିଲାକ୍ସ ମୁଡ୍‌ରେ ରାହୁଲ: ଦେଖିଲେ ଫିଲ୍ମ ‘ଆର୍ଟିକଲ-୧୫’

ନୂଆଦିଲ୍ଲୀ,୫।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଇସ୍ତଫାକୁ ନେଇ ଲାଗିରହିଥିବା ବିବାଦରୁ ନିଜକୁ ଦୂରେଇ ରଖିବା...

କଂଗ୍ରେସରେ ଯୋଗ ଦେଲେ ଭାଜପା ନେତା

ବେଙ୍ଗାଲୁରୁ,୧୪।୧୧: କଂଗ୍ରେସ ଦେଶରେ ତା’ର ସ୍ଥିତି ହରାଇବାକୁ ଯାଉଥିବା ବେଳେ ଏବେ କିନ୍ତୁ କିଛି ସ୍ଥାନରେ ଲୋକେ ତଥା ରାଜନେତାମାନେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ...

ସେନାଧ୍ୟକ୍ଷ ବିପିନ ରାଓ୍ବତଙ୍କ ସହ କଥା ହେଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ରବିବାର ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତୀୟ ସେନା ଏହାର କଡା ଜବାବ ଦେଇଛନ୍ତି। ଏହାପରେ ସୀମାର ସ୍ଥିତିକୁ ନେଇ...

ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି...

ମୋହାଲି ବ୍ଲାଷ୍ଟରେ ପୋଲିସକୁ ବଡ଼ ସଫଳତା: ଫରିଦକୋଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ମୋହାଲି,୧୧।୫: ପଞ୍ଜାବ ମୋହାଲି ସ୍ଥିତ ଇଣ୍ଟଲିଜେନ୍ସ ଓ୍ବିଙ୍ଗ୍‌ ହେଡକ୍ୱାର୍ଟରରେ ରକେଟ ଲଞ୍ଚରରୁ ଆକ୍ରମଣ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ...

ଆଜିଠୁ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନୂଆ...

ସରକାରଙ୍କ ଉଦାସୀନତା ଦାୟୀ

ନୂଆଦିଲ୍ଲୀ,୧୦।୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ଜୋନ୍‌ରେ ଥିବା ନେଇ ଉତ୍ତରାଖଣ୍ଡ ସରକାରଙ୍କୁ ୨୦୦୧ରେ ରିପୋର୍ଟ ଦିଆଯାଇଥିଲା ବୋଲି ପରିବେଶ ବିଜ୍ଞାନୀ ଚଣ୍ଡି...

ଭାଜପା ଏମସିଡି ବିରୋଧରେ ସାଢ଼େ ୩ ହଜାର ଆବର୍ଜନା ରାବଣ ଜଳାଇ ଏଏପି କଲା ପ୍ରଦର୍ଶନ…

ନୂଆଦିଲ୍ଲୀ,୪।୧୦ : ଦଶହରା ଅବସରରେ ଆମ ଆଦମୀ ପାର୍ଟି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ସାଢ଼େ ୩ ହଜାର ସ୍ଥାନରେ ରାବଣକୁ ଅଳିଆ ଆବର୍ଜନା ଜାଳି ଭାଜପା...

Advertisement
Archives

Model This Week