ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଏହି ୪ ଜଣଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର। ମାତ୍ର ଏହି ପରିବାରର ଜଣେ ସ୍ତ୍ରୀ ଲୋକ ଏବଂ ତାଙ୍କ ଛୋଟ ଝିଅ କରୋନା ସଂକ୍ରମଣରୁ ବର୍ତ୍ତୀ ଯାଇଛନ୍ତି। ଅନ୍ୟଜଣକ ସେମାନଙ୍କ ସମ୍ପର୍କୀୟ। ଏହି ସୂଚନା ମିଳିବା ପରେ ସାରା ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁ ପ୍ରମୁଖ କରୋନା ସଂକ୍ରମିତମାନେ ରହୁଥିବା ଜାମୁଗାଁ ପଞ୍ଚାୟତ ଅନ୍ତର୍ଗତ କଣ୍ଟୁଣିଆହାଟ ହାଇସ୍କୁଲ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ଭାବେ ଏହି ହାଇସ୍କୁଲ ଫାଟକ ନିକଟରେ ବ୍ୟାରିକେଡ୍‌ କରାଯିବା ସହ ୪ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ କିମ୍ବା ପାରାଦୀପସ୍ଥିତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବ ସେ ଉପରେ ବିଚାରବିମର୍ଷ ଚାଲିଛି। ମାତ୍ର କେନ୍ଦ୍ରରେ ୧୩ ଜଣ ରହୁଥିବା ଏବଂ ଗୋଟିଏ ପାଇଖାନା ବ୍ୟବହାର କରୁଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଉଛି।
ସୂଚନା ମୁତାବକ ଜାମୁଗାଁ ପଞ୍ଚାୟତର ଗୋଟିଏ ପରିବାରର ୫ (୪୭, ୩୨, ୨୭, ୨୬ ଓ ୩ ବର୍ଷର) ଓ ସେମାନଙ୍କ ସମ୍ପର୍କୀୟ ତଥା ତିରୁଣା ପଞ୍ଚାୟତର ଜଣେ ବ୍ୟକ୍ତି (୩୦) ଜଣକା ୩,୫୦୦ ଟଙ୍କା ଲେଖାଏଁ ଭଡା ଦେଇ ସୁରଟରୁ ଏକ ବସ୍‌ରେ କଟକ ଆସିିଥିଲେ। ୫ ଜଣିଆ ପରିବାରରେ ସ୍ତ୍ରୀ, ସ୍ବାମୀ, ଦାଦା ଓ ସେମାନଙ୍କ ଛୋଟ ଝିଅ ଅନ୍ତର୍ଭୁକ୍ତ। ତେବେ କଟକରେ ପହଞ୍ଚତ୍ଲା ପରେ ସେମାନଙ୍କୁ ଚାଉଳିଆଗଞ୍ଜସ୍ଥିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ସେଠାରେ ଗୋଟିଏ କୋଠରୀରେ ୬ ଜଣ ରହିଥିଲେ। ୨ ତାରିଖ ଦିନ ଜିଲା ପ୍ରଶାସନ ତରଫରୁ ସେମାନଙ୍କୁ ଜଗତ୍‌ସିଂହପୁର ଅଣାଯିବା ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ସ୍ବାବ୍‌ ପରୀକ୍ଷା କରା ନ ଯାଇ ସିଧାସଳଖ ସେମାନଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ଜଗତ୍‌ସିଂହପୁର ଅଣାଯାଇ ସରଳାଦେବୀ କଲ୍ୟାଣ ମଣ୍ଡପରେ ସ୍ବାବ୍‌ ସଂଗ୍ରହ ପରେ ପୁଣି କଣ୍ଟୁଣିଆହାଟ ହାଇସ୍କୁଲ ପଠାଇ ଦିଆଯାଇଥିଲା। ବୁଧବାର ଏହି ନମୁନା ରିପୋର୍ଟ ଆସିଛି। ରିପୋର୍ଟ ଆସିଲା ପରେ ଶଙ୍କା ବଢିବାରେ ଲାଗିଛି। କାରଣ ଏହି କେନ୍ଦ୍ରରେ ମୋଟ ୧୩ ଜଣ ରହୁଛନ୍ତି। ଗୋଟିଏ କୋଠରୀରେ ୬ ଓ ଅନ୍ୟଟିରେ ୭ ଜଣ ରହୁଛନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ହାଇଦ୍ରାବାଦ୍‌ରୁ ୩ ଓ ଯାଜପୁର ଫେରନ୍ତା ହେଉଛନ୍ତି ୪। ଅନ୍ୟ ଜଣେ ମଧ୍ୟପ୍ରଦେଶରୁ ଫେରିଥିବା କୁହାଯାଉଥିଲେ ସୁଦ୍ଧା ସେ କେଉଁଠି ରହୁଛନ୍ତି ସ୍ପଷ୍ଟ ହୋଇନାହିଁ। ଏହି ୧୩ ଜଣ ଗୋଟିଏ ପାଇଖାନା ବ୍ୟବହାର କରୁଥିଲେ। ଏ ସମ୍ପର୍କରେ କଣ୍ଟୁଣିଆହାଟର କିଛି ଲୋକଙ୍କ କହିବା କଥା ହେଲା ଯେହେତୁ ବଜାରଟି ପାଖ ତେଣୁ ସେମାନେ ବଜାର ବୁଲିବାକୁ ଯାଇଥିଲେ ଆଗକୁ ବିପଦ ରହିଛି। କେତେଜଣ ପାନ ଆଦି ସେବନ କରନ୍ତି ତେଣୁ ଲୋକ ସମ୍ପର୍କରେ ଆସିଥିବା ସନ୍ଦେହ କରାଯାଉଛି। ସେହିପରି ତିରୁଣାର ବ୍ୟକ୍ତିଙ୍କ ଭାଇ ମଙ୍ଗଳବାର ତାଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର ସେମାନେ ସାମାଜିକ ଦୂରତା ଅବଲମ୍ବନ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କହିବାକୁ ଗଲେ ସେମାନଙ୍କ ସହ ଆଲୋଚନା କରାଗଲେ ଅଧିକ କିଛି ତଥ୍ୟ ମିଳିପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଜିଲାକୁ ୧୩୨ଜଣ ରାଜ୍ୟ ବାହାରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୯୮ଜଣଙ୍କ ସ୍ବାବ୍‌ ଟେଷ୍ଟ ହୋଇଛି। ସେଥିରୁ ୯୪ ଜଣଙ୍କ ସ୍ବାବ୍‌ ନେଗେଟିଭ ଆସିଛି। ଆକ୍ରାନ୍ତମାନେ ୪ ତାରିଖରେ ଫେରିଛନ୍ତି। ପ୍ରଥମର ୪ ପିଜିଟିଭ ହୋଇଥିବାରୁ ସେମାନଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଛି। ତେବେ ସେମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସିବ ରଥଯାତ୍ରା ପ୍ରସ୍ତୁତି ସମନ୍ବୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୮।୬: ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା...

ରାଜୀବଙ୍କୁ ନୂଆ ପରିଚୟ ଦେଇଛି ଛତୁଚାଷ

ଜଗତ୍‌ସିଂହପୁର ଅଫିସ୍‌, ୨୮।୨: ବିଫଳତା ହିଁ ସଫଳତାର ମାପକାଠି। ଏହା ୩୫ ବର୍ଷର ରାଜୀବ ରଥଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ତିର୍ତ୍ତୋଲ ଥାନା ଗୋପାଳପୁର ପଞ୍ଚାୟତ...

ଗୁମୁଡୁମାହା ଗୁଳିକାଣ୍ଡ ମାମଲା : ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଦେବାକୁ ସରକାର ବାଧ୍ୟ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ) : କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତକଙ୍କ ପରିବାରକୁ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)...

ଅଗଷ୍ଟ ସୁଦ୍ଧା ଶିକ୍ଷକଙ୍କ ପର୍‌ଫର୍ମାନ୍ସ ରିପୋର୍ଟ ଦିଅ

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟର ସବୁ ସ୍କୁଲର ଶିକ୍ଷକଙ୍କ ପ୍ରଦର୍ଶନ ବା ପର୍‌ଫର୍ମାନ୍ସ ରିପୋର୍ଟ ଅଗଷ୍ଟ ଶେଷ ସୁଦ୍ଧା ଦେବା ପାଇଁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା...

ଚମତ୍କାର କଲା ଭାଓଲିନ୍‌-ବଂଶୀ-ମାଣ୍ଡୋଲିନ୍‌

ଭୁବନେଶ୍ୱର ୭ା୯(ବ୍ୟୁରୋ): ଭାଓଲିନ୍‌, ବଂଶୀ ଓ ମାଣ୍ଡୋଲିନ୍‌ର ସମନ୍ବୟ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ପ୍ରଥମଥର ପାଇଁ ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତର ଧୂନ୍‌ରେ ମଜିଥିଲେ...

ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

ଭୁବନେଶ୍ୱର,୯ା୪(ବ୍ୟୁରୋ):ରାଜ୍ୟରେ ମିଶନ ଶକ୍ତିକୁ ଅଧିକ ସଶକ୍ତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲାର ଜିଲା, ବ୍ଲକ...

ଟୋକନ ବିବାଦ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ବୁଧବାର ବରଗଡ ବ୍ଲକ ଅନ୍ତର୍ଗତ...

ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ, ବୃଦ୍ଧ ଗୁରୁତର

ଲୋଇସିଂହା, ୧୪।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଗାଣ୍ଡପଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week