Posted inରାଜ୍ୟ

ପରିଚାଳନା କମିଟି ହାତକୁ ଫେରିଲା ମାଛଧରା ବନ୍ଦର ଦାୟିତ୍ୱ

ପାରାଦୀପ,୫।୭(ସ୍ବ.ପ୍ର.): ରାଜ୍ୟରେ ଥିବା ୨୮ଟି ମାଛଧରା ବନ୍ଦର ମଧ୍ୟରୁ ୨ ବୃହତ ମାଛଧରା ବନ୍ଦର ପାରାଦୀପ ଓ ଧାମରାର ପରିଚାଳନା ଦାୟିତ୍ୱ ଗୁରୁବାର ପୁଣି ପରିଚାଳନା କମିଟି ପାଖକୁ ଫେରିଛି। ତେବେ ଅନ୍ୟ ୨୬ଟି ମାଛଧରା ବନ୍ଦର ଫିସ୍‌ଫେଡ୍‌ ଅଧୀନରେ ରହିବ। ପାରାଦୀପ ଓ ଧାମରା ମାଛଧରା ବନ୍ଦରକୁ ପୂର୍ବରୁ ଯେଉଁ କମିଟି ପରିଚାଳନା କରୁଥିଲା, ଏବେ ସେହି କମିଟି ପୂର୍ବବତ୍‌ ପରିଚାଳନା କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବୁଧବାର ନିର୍ଦ୍ଦେଶ ଆସିଛି। ଉକ୍ତ ନିର୍ଦ୍ଦେଶ ପରେ ମତ୍ସ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଚଠି ମିଳିଛି ବୋଲି ପାରାଦୀପ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁ କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଦୁଇ ମାଛଧରା ବନ୍ଦରକୁ ମତ୍ସ୍ୟ ବିଭାଗ ଓ ଟ୍ରଲର ମାଲିକ ସଂଘ ପକ୍ଷରୁ ପରିଚାଳନା କମିଟି ଗଠନ କରାଯାଇ ପରିଚାଳନା କରାଯାଉଥିଲା। ବିଶେଷ କରି ପାରାଦୀପ ମାଛଧରା ବନ୍ଦର ୨୦୧୧ରେ ରାଜ୍ୟ ସରକାର ହାତକୁ ନେବା ପରେ ଏହି କମିଟି ଗଠନ କରିଥିଲେ। ଗତ ମାସ ୨୪ ତାରିଖରେ ସରକାର ରାଜ୍ୟର ସମସ୍ତ ମାଛଧରା ବନ୍ଦର ପରିଚାଳଚନା ଦାୟିତ୍ୱ ଫିସ୍‌ଫେଡ୍‌ (ଓଡ଼ିଶା ଫିସେରି କୋଅପରେଟିଭ୍‌ କର୍ପୋରେଶନ)କୁ ହସ୍ତାନ୍ତର କରିଥିଲେ। ଏ ସମ୍ପର୍କରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ହୋଇ ନ ଥିବାରୁ ଓମ୍ଫା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଗତ ବୁଧବାର ଫିସଫେଡ୍‌ର ରାଜ୍ୟ ଅଧ୍ୟକ୍ଷ ପି.ପ୍ରସାଦ ରାଓ ଡୋରା ପାରାଦୀପ ଓ ଧାମରା ମାଛଧରା ବନ୍ଦର ପାଇଁ କମିଟି ଗଠନ ଆବଶ୍ୟକ ବୋଲି ସରକାରଙ୍କ ପାଖରେ ଯୁକ୍ତି ରଖିଥିଲେ। ଏହା ପରେ ସରକାର ନୂଆ କମିଟି ଗଠନ ନ କରି ପୁରୁଣା କମିଟିକୁ ଦାୟିତ୍ୱ ପ୍ରଦାନ କରିବାକୁ କହିଥିଲେ ବୋଲି ଡୋରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ୧୦ଦିନ ମଧ୍ୟରେ ପରିଚାଳନା କମିଟିର ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ସବୁକିଛି ପରିବର୍ତ୍ତନ ହୋଇସାରିଥିଲା। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଣି ସେସବୁ ପରିବର୍ତ୍ତନ କରାଯାଇଛି ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା

କେନ୍ଦ୍ରାପଡା ଅଫିସ, ୨୮ା୩: କେନ୍ଦ୍ରାପଡା ଜିଲାର ବହୁ ପାଣି ପାଇପ୍‌ ମିସ୍ତ୍ରି ଦେଶବିଦେଶରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦେଶରୁ ୫୦୮ ଓ...

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା...

ୟୁନାଇଟେଡ୍‌ ବ୍ୟାଙ୍କରୁ ଚୋରି ଉଦ୍ୟମ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ଶିଳ୍ପାଞ୍ଚଳରେ ଥିବା ୟୁନାଇଟେଡ ବ୍ୟାଙ୍କରୁ ରବିବାର ରାତିରେ ଏକ ବଡ ଧରଣର ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମୁହଁରେ କଳା...

‘ପ୍ରୋତ୍ସାହନ ନ ମିଳିଲେ ବୁଡ଼ିଯିବ ଛଉନୃତ୍ୟ’

କଟକ ଅଫିସ,୧୪।୩: ଓଡ଼ିଶା ମାଟିର ନିଜସ୍ବ ଲୋକନୃତ୍ୟ ହେଉଛି ଛଉ। ମୟୂରଭଞ୍ଜରେ ଏହି କଳାର ଉତ୍ପତ୍ତି। ଭାରତର ସମସ୍ତ ଲୋକନୃତ୍ୟଗୁଡ଼ିକ ଭିତରେ ଛଉନୃତ୍ୟର ସ୍ଥାନ ମଧ୍ୟ...

ବୋତଲ ମାଡ଼ରେ କର୍ମଚାରୀଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅଧୀନ ଡେଲ୍‌ଟା ଛକସ୍ଥିତ ବିଅର୍‌ ପାର୍ଲରରେ ମଙ୍ଗଳବାର ଜଣେ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି। ଗ୍ରାହକଙ୍କ ବୋତଲ ମାଡ଼ରେ ବାର୍‌ କର୍ମଚାରୀ ଅଶୋକ...

ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି...

ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ: ସମୟ ପୂର୍ବରୁ ଅଣ୍ଡାଦାନ

ଗଞ୍ଜାମ,୪୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଣା ବନ୍ଧ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ବେଳାଭୂମିରେ ନଭେମ୍ବରରୁ ଅଲିଭ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଜାନୁୟାରୀ ୧୫ ପର୍ଯ୍ୟନ୍ତ...

ସିପିଆଇ ପାଳିଲା ମହଙ୍ଗା ମାଡ଼ ଦିବସ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ପ୍ରଥମ ମହିଳା ଶିକ୍ଷାବିତ୍‌ ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମଦିବସକୁ ଶୁକ୍ରବାର ସିପିଆଇ ନାରୀ ସୁରକ୍ଷା ଦିବସ ଭାବେ ପାଳନ କରିଛି। ଏହା ବ୍ୟତୀତ...

Advertisement
Archives

Model This Week