Posted inଫୁରସତ

ପବିତ୍ର ପୀଠ ସାଗର ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ହିଁ ସର୍ବତ୍ର ବିଦ୍ୟମାନ। ନୀଳକନ୍ଦରର ଅନତି ଦୂରରେ ମହାପ୍ରଭୁଙ୍କର ଚରଣାରବିନ୍ଦକୁ ଧୋଇ ନାଚି ଉଠୁଥିବା ମହୋଦଧି(ବଙ୍ଗୋପସାଗର) ତା’ର ବେଳାଭୂମିରେ ଅଙ୍କିତ କରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏତିହ୍ୟ। ତେବେ ସାଗର ପରି ନୀଳାମ୍ବୁ ଚିଲିକା ବି ବାଦ ପଡ଼ିନାହିଁ ମହାପ୍ରଭୁଙ୍କ ସେବାରୁ । ତା’ର ନୀଳ ଜଳରାଶିରେ ମହାପ୍ରଭୁଙ୍କ ଗୋପନ ଆଶ୍ରୟସ୍ଥଳୀ ରହିଥିବାରୁ ଚିଲିକାର ନୀଳ ଜଳରାଶି ହୋଇପାରିଛି ଶୁଚିମନ୍ତ। ଅତୀତରେ ବିଭିନ୍ନ ସମୟରେ ବିଦେଶୀ ଶତ୍ରୁ ଓ ବିଧର୍ମୀଙ୍କ ଆକ୍ରମଣ ଆଶଙ୍କାରେ ମହାପ୍ରଭୁଙ୍କ ଦାରୁବ୍ରହ୍ମର ଅନିଷ୍ଟ ଚିନ୍ତା କରି ସେବକ, ଭକ୍ତମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଚିଲିକାର ଏକାଧିକ ସ୍ଥାନରେ ଲୁଚାଇ ରଖାଯାଇଥିଲା। ସେହି ପବିତ୍ର ସ୍ଥାନମାନଙ୍କ ମଧ୍ୟରେ ମହିଷା-ବରହମପୁର ନାସି ଅନ୍ୟତମ। ଏହା ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମଧ୍ୟରେ ଅବସ୍ଥିତ। ବରହମପୁର ଗ୍ରାମର ଅନତି ଦୂରରେ ରହିଛି ଏହି ପବିତ୍ର ପୀଠ। ଯାହା ସାଗର ଶ୍ରୀକ୍ଷେତ୍ର ଭାବେ ପରିଚିତ।ଏହି ସ୍ଥାନ ସମ୍ପର୍କରେ ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି ଦାରୁଦିଅଁ ଆଠଥର ଚିଲିକାକୁ ଏବଂ ଚିଲିକା ମଧ୍ୟଦେଇ ଅନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ପାଞ୍ଚଥର ଚିଲିକା ମଧ୍ୟରେ ଲୀଳା କରିଥିବାବେଳେ ତିନିଥର ଚିଲିକା ବକ୍ଷଦେଇ ଅନ୍ୟସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ଇତିହାସରୁ ଜଣାପଡ଼େ-ଅତୀତରେ ବିଧର୍ମୀ କଲ୍ୟାଣମଲ୍ଲର ପ୍ରଥମ ଆକ୍ରମଣ କାଳରେ ଗଜପତି ଶ୍ରୀ ପୁରୁଷୋତ୍ତମ ଦେବଙ୍କ ନିର୍ଦ୍ଦେଶରେ ସେବାୟତ ଓ ରାଜ କର୍ମଚାରୀମାନେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ଚିଲିକାକୁ ଗୋପନ ବିଜେ କରାଇଥିବା ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। କଲ୍ୟାଣମଲ୍ଲର ଦ୍ୱିତୀୟ ଆକ୍ରମଣ ସମୟରେ ଦାରୁଦିଅଁ ଚିଲିକା ମହିଷାରେ ସିପନାସିକୁ ଯାଇଥିଲେ। ସେଠାରେ ନବଦିନାତ୍ମକ ଗୁଣ୍ଡିଚାଯାତ୍ରା ସମ୍ପନ୍ନ ହୋଇଥିବାର ଜଣାପଡ଼େ। ଏଠାରେଥିବା ସର୍ବେଶ୍ୱର ମନ୍ଦିର ହିଁ ସେତେବେଳେ ଶ୍ରୀଗୁଣ୍ଡିଚା ଘରଭାବେ ବ୍ୟବହୃତ ହୋଇଥିଲା। ଚିଲିକାର ଏହି ମହିଷା ନାସିରେ ତିନିଚକକୁ ରଖାଯାଇ ଦାରୁ ବିଗ୍ରହଙ୍କୁ ରଖାଯାଇଥିଲା। ଏହାକୁ ଚକାନାସି ବୋଲି କୁହାଯାଉଥିବା ବେଳେ ସେହି ପୁରରେ ବ୍ରହ୍ମ ରଖା ଯାଇଥିବାରୁ ଏହି ଗ୍ରାମର ନାମ ବରହମପୁର ନାମିତ ହୋଇଥିବା ଜନଶ୍ରୁତି ରହିଛି। ୧୬୧୧ରୁ ୧୬୧୨ମସିହା ପର୍ଯ୍ୟନ୍ତ ଏହି ସ୍ଥାନରେ ଦାରୁବିଗ୍ରହଙ୍କୁ ସ୍ଥାନିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶିବପ୍ରସାଦ ପାତ୍ର କୁହନ୍ତି ସମୟ କ୍ରମେ ଏଠାରେ ମନ୍ଦିରଭାବେ ଏକ ଚାଳଛପର ଓ ଆଜବେଷ୍ଟ ଛପରଗୃହ ନିର୍ମାଣ କରାଯାଇଛିି। ପ୍ରତ୍ୟହ ସକାଳୁ ସନ୍ଧ୍ୟା ଓ ରାତିରେ ପହଡ଼ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ ସ୍ବତନ୍ତ୍ର ଭାବେ ପାଳିତ ହୋଇଥାଏ। ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । କୃଷ୍ଣଚନ୍ଦ୍ର ଜେନା କୁହନ୍ତି ଏହି ପବିତ୍ର ପୀଠକୁ ଆସିବାକୁ ହେଲେ ସାତପଡ଼ା ଓ ଜହ୍ନିକୁଦରୁ ଡଙ୍ଗାରେ ଚିଲିକା ମଧ୍ୟରେ ଆସିବାକୁ ପଡ଼ିଥାଏ। ଏହି ଅଞ୍ଚଳରେ ମାଟି ଖନନ କଲେ ବାଲିତଳୁ ବିଭିନ୍ନ ଭଙ୍ଗା ମାଟିପାତ୍ର ବାହାରୁ ଥିବାର ନଜିର ରହିଛି । ପୂର୍ବକାଳରେ ଏହି ଅଞ୍ଚଳରେ କମା ବ୍ରାହ୍ମଣମାନଙ୍କ ଏକ ଜନବସତି ଥିଲା। କେତେକ ପୂଜକ ମଧ୍ୟ ଥିଲେ। ଗଜପତି ଅମୃତ ମଣୋହୀ ଜମି ଖଞ୍ଜା ଦେଇଥିଲେ। ଚଳିତ ୨୦୧୯ମସିହା ଫନୀ ବାତ୍ୟାରେ ପବିତ୍ର ସାଗରକ୍ଷେତ୍ରରେ ଥିବା ବହୁସଂଖ୍ୟକ ଗଛ ଭାଙ୍ଗି ଯାଇଛି। ଅନ୍ୟପକ୍ଷେ ଗୁରୁବାଇ ନାସିରେ ଥିବା ଲୋଟଣୀବର ମଧ୍ୟ ଭାଙ୍ଗି ଯାଇଛି। ଦିନଥିଲା ଏଠାରେ ମହାପ୍ରଭୁଙ୍କ ଦାରୁବ୍ରହ୍ମଙ୍କୁ ଗୋପନ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପବିତ୍ର ଲୋଟଣୀବର ପୀଠସମ୍ପର୍କରେ ଅନେକ ପୁରାଣ, ସାହିତ୍ୟରେ ଅଲୌକିକ କଥା ସ୍ଥାନ ପାଇଛି।
-ବନବିହାରୀ ବେହେରା,କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri