ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ବ୍ରାଉନସୁଗାରରୁ କିପରି ବିପୁଳ ସମ୍ପତ୍ତିର ମାଲିକ ହେଲେ ତାହାକୁ ନେଇ ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ରବିବାର ଏସ୍‌ଟିଏଫ୍‌ ଟିମ୍‌ ରାଜାଙ୍କ ବାଲେଶ୍ୱରସ୍ଥିତ ଘର ଉପରେ ଚଢାଉ କରିଥିବାବେଳେ ସୋମବାର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ତେଲେଙ୍ଗାସାହିର ସମ୍ବେଦନା ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟରେ ଚଢ଼ାଉ କରି ୧୦୬ ନମ୍ବର ଫ୍ଲାଟ୍‌କୁ ଯାଞ୍ଚ କରିଛି। ଚଢାଉ ସମୟରେ ଏସ୍‌ଟିଏଫ୍‌ ରାଜାଙ୍କ ଏହି ବିଳାସପୂର୍ଣ୍ଣ ଘରକୁ ଦେଖି ଚକିତ ହୋଇଯାଇଛି। ରାଜାଙ୍କ ନାମରେ ରହିଥିବା ଏହି ଫ୍ଲାଟ୍‌ର ଆୟତ୍ତନ ୧୯୬୧ ବର୍ଗଫୁଟ ହେବ। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହୋଇଥିବାବେଳେ ଘର ଭିତର ସାଜସଜ୍ଜା ବାବଦକୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ରାଜା ବ୍ରାଉନସୁଗାର ଟଙ୍କାରେ ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଥିବା ଏସ୍‌ଟିଏଫ୍‌ ପ୍ରମାଣ ପାଇବା ପରେ ଏସ୍‌ଡିପିଏସ୍‌ ଆକ୍ଟ ବଳରେ ତାହାକୁ ସିଲ୍‌ କରିଛି। ସେଠାରୁ ମଧ୍ୟ ଏସ୍‌ଟିଏଫ୍‌ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ରାଉନସୁଗାର ଜବତ କରିଥିବା ସୂଚନା ମିଳିଛି। ତେବେ ତଦନ୍ତ ଚାଲୁଥିବାରୁ ଏସ୍‌ଟିଏଫ୍‌ କୌଣସି ତଥ୍ୟ ଦେବାକୁ ମନା କରିଛି।
ମିଳିଥିବା ସୂଚନାନୁସାରେ, ରାଜା ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣିବା ପରେ ଏହି ଘରେ ଲୁଚାଇ ରଖୁଥିଲେ। ସେଠାରେ ବ୍ରାଉନସୁଗାରକୁ ଭେଜାଲ କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏଥିସହ ସେହିଘରେ ହିଁ ତାଙ୍କ ଟିମ୍‌ର ବୈଠକ ବସି ନୂଆ ଯୋଜନା କରାଯାଇଥାଏ। ଏଥିପାଇଁ ଉକ୍ତ ଘରକୁ ଅଧିକାଂଶ ସମୟରେ ବାହାରର ଲୋକଙ୍କ ସମେତ ପୋଲିସ ଅଧିକାରୀଙ୍କ ଯିବାଆସିବା ଲାଗୁଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ରାଜାଙ୍କୁ ପଚରାଉଚରାବେଳେ ଏହି ଘର ସମ୍ପର୍କରେ ସୂଚନା ମିଳିଥିଲା। ଏହି ଆଧାରରେ ସୋମବାର ସକାଳେ ଏସ୍‌ଟିଏଫ୍‌ ଉକ୍ତ ଘର ଉପରେ ଚଢାଉ କରି ସିଲ୍‌ କରିଛି। ଏହାସହ ରାଜାଙ୍କ ଅନ୍ୟ ୩ଜଣ ସମ୍ପର୍କୀୟଙ୍କ ଘରେ ମଧ୍ୟ ଏସ୍‌ଟିଏଫ୍‌ ଚଢାଉ କରିଛି। ଚଢାଉ ସମୟରେ ସେସବୁ ଘରର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଏସବୁ ସ୍ଥାନରୁ ମିଳିଥିବା ତଥ୍ୟ ଆଧାରରେ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ରାଜାଙ୍କ ରିମାଣ୍ଡ ମଙ୍ଗଳବାର ଶେଷ ହେଉଥିବାରୁ ତାଙ୍କୁ ପୁଣି ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଏସ୍‌ଟିଏଫ୍‌ ଯୋଜନା କରୁଛି। ତାଙ୍କୁ କୋର୍ଟରେ ହାଜର କରିବା ପରେ ପୁଣି ରିମାଣ୍ଡରେ ଆଣିବ ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜା ଆକାଉଣ୍ଟକୁ ଆସିଥିବା କୋଟି କୋଟି ଟଙ୍କା କେଉଁଥିରେ ବିନିଯୋଗ ହୋଇଛି ତାହାର ଯାଞ୍ଚ କରୁଛି ଏସ୍‌ଟିଏଫ୍‌। ଆଗାମୀ ଦିନରେ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri