Posted inଜାତୀୟ

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ ଜେଟଲୀଙ୍କ ପୁଅ ରୋହନ ମୁଖାଗ୍ନୀ ଦେଇ ପିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

ଏହି ସମୟରେ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡୁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ବରିଷ୍ଠ ନେତା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଯୋଗଗୁରୁ ବାବା ରାମଦେବ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଜେଟଲୀ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପରେ ତାଙ୍କ ମର ଶରୀରକୁ କୈଳାସ କଲୋନୀ ସ୍ଥିତ ତାଙ୍କ ବାସ ଭବନକୁ ଅଣା ଯାଇଥିଲା। ରବିବାର ସକାଳେ ସାଧାରଣ ଜନତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଭାଜପା କାର୍ଯ୍ୟାଳୟକୁ ନିଆଯାଇଥିଲା। ଏହାପରେ ନିଗମ ବୋଧ ଘାଟରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

ଲୋକ ସଭା ଭୋଟିଂ ପୂର୍ବରୁ ନାରୀଙ୍କୁ ନେଇ ସ୍ବତନ୍ତ୍ର ପୋଷ୍ଟ ଶେୟାର କଲେ ମୋଦି, ଜାଣନ୍ତୁ କ’ଣ ଲେଖିଲେ

ନୂଆଦିଲ୍ଲୀ,୧୭।୪: ଆଜି (୧୭ ଏପ୍ରିଲ) ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଏହି ସ୍ବତନ୍ତ୍ର ଅଧିବେଶନ ସମୟରେ, କେନ୍ଦ୍ର ସରକାର ମୋଟ ତିନୋଟି ବିଲ ଆଗତ କରିବାକୁ…

ଯୁଦ୍ଧକୁ ନେଇ ଅଲ୍ଟିମେଟମ୍‌ ଦେଲା ଭାରତ: ବରଦାସ୍ତ କରିବୁ ନାହିଁ…

ନୂଆଦିଲ୍ଲୀ,୧୭।୪: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ଇରାନ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଭାରତର ସ୍ପଷ୍ଟ ମତ ରଖିଛନ୍ତି। ସେ ଉଲ୍ଲେଖ…

ମଧ୍ୟରାତ୍ରିରେ ଲାଗୁହେଲା ମହିଳା ସଂରକ୍ଷଣ ଆଇନ ୨୦୨୩

ନୂଆଦିଲ୍ଲୀ,୧୭।୪(ପି.ଟି.)ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩ର ୧୦୬ତମ ସମ୍ବିଧାନ ସଂଶୋଧନ ଆଇନ ସେକ୍ସନ-୧ର ସବ୍‌ସେକ୍ସନ-୨ ଦ୍ୱାରା ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି…

ଏଆଇ ଦୁରୁପଯୋଗ ରୋକିବା ପାଇଁ ପିଆଇଏଲ୍‌; ମେଟା, X, ଗୁଗଲକୁ ହାଇକୋର୍ଟ ନୋଟିସ

ଅହମଦାବାଦ,୧୭।୪: ସୋସିଆଲ ମିଡିଆରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ପାଇଁ ଗୁଜରାଟ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ମୁଖ୍ୟ ବିଚାରପତି ସୁନୀତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri