ନୂଆଦିଲ୍ଲୀ,୨୧-୫: ଆସନ୍ତା ୨୩ ତାରିଖ ପରେ ଦେଶରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ନୂଆ ସରକାରଙ୍କ ନିକଟରେ ଏକାଧିକ ଆହ୍ବାନ ରହିଛି। ତେବେ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ନୂଆ ସରକାରଙ୍କ ପାଇଁ କେତେକ ପରାମର୍ଶ ଦେଇଛନ୍ତି। କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍ପି) ହଟାଇବା ସହିତ କମ୍ପାନୀ ଟିକସରେ ୫% ହ୍ରାସ କରିବା ତଥା ଆୟ ସମର୍ଥନ ଯୋଜନାର ପରିଧି ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଉଦ୍ୟୋଗ ଜଗତ ଫିକି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଲ୍ଲା କହିଛନ୍ତି ଯେ, ନୂଆ ସରକାର ଆସନ୍ତା ୩ ବର୍ଷ ପାଇଁ ଏମ୍ଏସ୍ପିକୁ ପ୍ରତ୍ୟାହାର କରିନେବା ଉଚିତ୍। କୃଷି କ୍ଷେତ୍ରରେ ହସ୍ତକ୍ଷେପ ଶୂନ୍ୟ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ଦେଶରେ ପୁଞ୍ଜି ଲଗାଣ ଏବଂ କମ୍ପାନୀ ଟିକସ ବହୁ ଅଧିକ। ଗତ ୫/୬ ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁଲ୍ ବାଟରେ ଯାଉଛି। ବାସ୍ତବିକ ସୁଧ ହାର ୩.୫% ହୋଇ ପାରିବ ନାହିଁ। ଦେଶର ଜିଡିପି ବୃଦ୍ଧି ହାର ବାର୍ଷିକ ୮ରୁ ୮.୫% ରହିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ପୂର୍ବତନ ସଦସ୍ୟ ରହିଥିବା ଭଲ୍ଲା କହିଛନ୍ତି ଯେ, ମଧ୍ୟମ ଆୟ ଜାଲରେ ଭାରତ ଫଶିବାର ସମ୍ଭାବନା ନାହିଁ। ମଧ୍ୟମ ଆୟବର୍ଗ ଜାଲ ଧାରଣାକୁ ଭୁଲ ଭାବେ ଗ୍ରହଣ କରାଯାଇଛି ଏବଂ ଭାରତୀୟମାନେ ଏଦିଗରେ ଆଗେଇନାହାନ୍ତି। ସୂଚନାଥାଉ କି, ପରିଷଦର ସଦସ୍ୟ ରଥିନ ରୟ କହିଥିଲେ ଯେ, ଭାରତୀୟ ଅର୍ଥନୀତି ଢାଞ୍ଚାଗତ ନରମପଣ ଆପଣାଉଛି। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଉପରେ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଚାଇନା ଦୀର୍ଘଦିନ ହେବ ବିଶ୍ୱ ଅର୍ଥନୀତିରୁ ବହୁ ଲାଭ ଉଠାଇଛି। ବର୍ତ୍ତମାନ ଏହା ପୂର୍ବରୁ ହାସଲ କରିଥିବା ଲାଭର ମୂଲ୍ୟ ଦେଉଛି। ଗୋବଧକୁ ମୁସ୍ଲିମ ବିରୋଧୀ ଦର୍ଶାଇ ସେ କହିଛନ୍ତି ଯେ, ଦେଶର ନୀତିରେ ପରିବର୍ତ୍ତନ ଲୋଡା। କାରଣ ଏହାଦ୍ୱାରା ଭାରତର ଅର୍ଥନୀତି ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଦର୍ଶନର ଆକଳନ କରି ସେ କହିଛନ୍ତି ଯେ, ଗତ ୪/୫ ବର୍ଷ ମଧ୍ୟରେ ଯେ କୌଣସି ଦେଶ ତୁଳନାରେ ଏନଡିଏ ସରକାର ଏକୀକୃ ସମାବେଶୀ ଭାବେ କାର୍ଯ୍ୟ କରିଛି। ସେ କହିଛନ୍ତି ଯେ, ମୋଦିଙ୍କୁ ଜଣେ ଦୂରଦର୍ଶୀ ନେତା ଭାବେ ଦେଖିବାକୁ ହେବ। ସିଙ୍ଗାପୁରର ଲି କୁଆନ ୟେବ୍ଙ୍କ ଶ୍ରେଣୀରେ ତାଙ୍କୁ ରଖାଯାଇପାରେ। ତାଙ୍କ ନିକଟରେ ଦୃଷ୍ଟିକୋଣ ଏବଂ ମିଶନ ରହିଛି। ସଂଖ୍ୟାଗରିଷ୍ଠତା ହାସଲ କରିବା ଏକ ମିଶନ କୁହାଯାଇପାରେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

