ନୂଆଦିଲ୍ଲୀ,୨୧-୫: ଆସନ୍ତା ୨୩ ତାରିଖ ପରେ ଦେଶରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ନୂଆ ସରକାରଙ୍କ ନିକଟରେ ଏକାଧିକ ଆହ୍ବାନ ରହିଛି। ତେବେ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ନୂଆ ସରକାରଙ୍କ ପାଇଁ କେତେକ ପରାମର୍ଶ ଦେଇଛନ୍ତି। କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମ୍ଏସ୍ପି) ହଟାଇବା ସହିତ କମ୍ପାନୀ ଟିକସରେ ୫% ହ୍ରାସ କରିବା ତଥା ଆୟ ସମର୍ଥନ ଯୋଜନାର ପରିଧି ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଉଦ୍ୟୋଗ ଜଗତ ଫିକି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଲ୍ଲା କହିଛନ୍ତି ଯେ, ନୂଆ ସରକାର ଆସନ୍ତା ୩ ବର୍ଷ ପାଇଁ ଏମ୍ଏସ୍ପିକୁ ପ୍ରତ୍ୟାହାର କରିନେବା ଉଚିତ୍। କୃଷି କ୍ଷେତ୍ରରେ ହସ୍ତକ୍ଷେପ ଶୂନ୍ୟ ହେବା ଆବଶ୍ୟକ। ସେ କହିଛନ୍ତି ଯେ, ଦେଶରେ ପୁଞ୍ଜି ଲଗାଣ ଏବଂ କମ୍ପାନୀ ଟିକସ ବହୁ ଅଧିକ। ଗତ ୫/୬ ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁଲ୍ ବାଟରେ ଯାଉଛି। ବାସ୍ତବିକ ସୁଧ ହାର ୩.୫% ହୋଇ ପାରିବ ନାହିଁ। ଦେଶର ଜିଡିପି ବୃଦ୍ଧି ହାର ବାର୍ଷିକ ୮ରୁ ୮.୫% ରହିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ପୂର୍ବତନ ସଦସ୍ୟ ରହିଥିବା ଭଲ୍ଲା କହିଛନ୍ତି ଯେ, ମଧ୍ୟମ ଆୟ ଜାଲରେ ଭାରତ ଫଶିବାର ସମ୍ଭାବନା ନାହିଁ। ମଧ୍ୟମ ଆୟବର୍ଗ ଜାଲ ଧାରଣାକୁ ଭୁଲ ଭାବେ ଗ୍ରହଣ କରାଯାଇଛି ଏବଂ ଭାରତୀୟମାନେ ଏଦିଗରେ ଆଗେଇନାହାନ୍ତି। ସୂଚନାଥାଉ କି, ପରିଷଦର ସଦସ୍ୟ ରଥିନ ରୟ କହିଥିଲେ ଯେ, ଭାରତୀୟ ଅର୍ଥନୀତି ଢାଞ୍ଚାଗତ ନରମପଣ ଆପଣାଉଛି। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଉପରେ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଚାଇନା ଦୀର୍ଘଦିନ ହେବ ବିଶ୍ୱ ଅର୍ଥନୀତିରୁ ବହୁ ଲାଭ ଉଠାଇଛି। ବର୍ତ୍ତମାନ ଏହା ପୂର୍ବରୁ ହାସଲ କରିଥିବା ଲାଭର ମୂଲ୍ୟ ଦେଉଛି। ଗୋବଧକୁ ମୁସ୍ଲିମ ବିରୋଧୀ ଦର୍ଶାଇ ସେ କହିଛନ୍ତି ଯେ, ଦେଶର ନୀତିରେ ପରିବର୍ତ୍ତନ ଲୋଡା। କାରଣ ଏହାଦ୍ୱାରା ଭାରତର ଅର୍ଥନୀତି ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଦର୍ଶନର ଆକଳନ କରି ସେ କହିଛନ୍ତି ଯେ, ଗତ ୪/୫ ବର୍ଷ ମଧ୍ୟରେ ଯେ କୌଣସି ଦେଶ ତୁଳନାରେ ଏନଡିଏ ସରକାର ଏକୀକୃ ସମାବେଶୀ ଭାବେ କାର୍ଯ୍ୟ କରିଛି। ସେ କହିଛନ୍ତି ଯେ, ମୋଦିଙ୍କୁ ଜଣେ ଦୂରଦର୍ଶୀ ନେତା ଭାବେ ଦେଖିବାକୁ ହେବ। ସିଙ୍ଗାପୁରର ଲି କୁଆନ ୟେବ୍ଙ୍କ ଶ୍ରେଣୀରେ ତାଙ୍କୁ ରଖାଯାଇପାରେ। ତାଙ୍କ ନିକଟରେ ଦୃଷ୍ଟିକୋଣ ଏବଂ ମିଶନ ରହିଛି। ସଂଖ୍ୟାଗରିଷ୍ଠତା ହାସଲ କରିବା ଏକ ମିଶନ କୁହାଯାଇପାରେ।

କମିପାରେ ପେଟ୍ରୋଲ ଡିଜେଲ ଦର
ନୂଆଦିଲ୍ଲୀ,୨୯-୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଘଟିଛି। ଏହା ଫଳରେ ଆଗାମୀ ଦିନରେ ଭାରତୀୟ ଉପଭୋକ୍ତାଙ୍କ ଲାଗି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ...

ରିୟଲ ଇଷ୍ଟେଟରେ ବଢୁ ଟିକସ ରିହାତି
ନୂଆଦିଲ୍ଲୀ,୨୪-୧: ଦେଶର ରିୟଲ ଇଷ୍ଟେଟ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ସହ ଜୁଝୁ ଥିବା ବେଳେ ଏହି କ୍ଷେତ୍ରରେ ଚାହିଦା ବଢାଇବା ଲାଗି ଶିଳ୍ପ ସଂଘ...

ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେବାକୁ ଗଡକରୀଙ୍କ ଏମ୍ଏସ୍ଏମ୍ଇଙ୍କୁ ଆହ୍ବାନ
ନୂଆଦିଲ୍ଲୀ,୧-୧୦: ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ଗୁଡିକ ନିଜକୁ ପୁଞ୍ଜି ବଜାରରେ ସୂଚୀଭୁକ୍ତ କରାଇବା ଲାଗି କେନ୍ଦ୍ର ଏମ୍ଏସ୍ଏମ୍ଇମନ୍ତ୍ରୀ ନୀତିନ ଗଡକରୀ ସୋମବାର ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ
ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ...

ଭାରତ ମସଲାର କର୍ପୋରେଟ ଷ୍ଟଲ
ଭୁବନେଶ୍ୱର,୧୪-୧୧(ବ୍ୟୁରୋ): ଭାରତ ମସଲା ପକ୍ଷରୁ ବାଲିଯାତ୍ରାରେ ଏକ କର୍ପୋରେଟ ଷ୍ଟଲ ସ୍ଥାପନ କରାଯାଇଛି। ପ୍ରଥମ ଥର ଲାଗି ଏଭଳି ଏକ ଆକର୍ଷଣୀୟ ଷ୍ଟଲ କମ୍ପାନୀ ପକ୍ଷରୁ...

ସିଇଓ ରବି ଝୁନ୍ଝୁନ୍ଓ୍ବାଲାଙ୍କୁ ୧୨୧କୋଟି ଦରମା
ନୂଆଦିଲ୍ଲୀ,୨୭-୭: ଏଚ୍ଇଜି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ରବି ଝୁନ୍ଝୁନ୍ଓ୍ବାଲା ଆର୍ଥିକ ବର୍ଷ ୨୦୧୮-୧୯ରେ ସର୍ବାଧିକ ୧୨୧.୨୭ କୋଟି ଟଙ୍କା ଦରମା ନେଇଛନ୍ତି, ଯାହାକି ଗତ...

ନକଲି ସୁନା ଇଟା ବନ୍ଧକ ରଖି ୨୧ ହଜାର କୋଟିରୁ ଅଧିକ ଠକେଇ
ବେଜିଂ, ୨।୭: ନକଲି ସାମଗ୍ରୀ ତିଆରି କରିବାରେ ଚାଇନା ବେଶ୍ ଜଣାଶୁଣା। କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନ ଏବେ ପୁଣି ଚର୍ଚ୍ଚାରେ...

ଓଡ଼ିଶାରେ ଜିଏସ୍ଟି ଆଦାୟ ୨୧% ବଢ଼ିଲା
ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ଗତ ବର୍ଷ ଅକ୍ଟୋବର ତୁଳନାରେ ୨୧% ବଢି ୨୪୧୯ କୋଟି...