ନୂଆ ମୋଟର ଯାନ ଆଇନ: ଆଜିଠୁ କଡ଼ାକଡ଼ି ଯାଞ୍ଚ, ଖସିପାରିବେନି ଉଲ୍ଲଂଘନକାରୀ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁହେବ ନୂଆ ମୋଟର ଯାନ ଆଇନ। କେବଳ ଗାଡ଼ି କାଗଜପତ୍ର ଯାଞ୍ଚକୁ ୩ ମାସ କୋହଳ କରାଯାଇଥିବାବେଳେ ଅନ୍ୟ ୧୦ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ ହେବ। ଏ ନେଇ ପରିବହନ ବିଭାଗ ପକ୍ଷରୁ ସମସ୍ତ ଏସ୍‌ପି ଓ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜରିମାନାବେଳେ ଉପୁଜୁଥିବା ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ଭୁବନେଶ୍ୱର ସମେତ ସମ୍ପୂର୍ଣ୍ଣ କମିଶନରେଟ ପୋଲିସ ଇଲାକାରେ ନୂଆ ବ୍ୟବସ୍ଥା ଆପଣାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ସହ ପୋଲିସ ରାସ୍ତା ଉପରେ ଯୁକ୍ତିତର୍କ ନ କରିବାକୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ଯେଉଁ ଉଲ୍ଲଂଘନକାରୀ ଘଟଣାସ୍ଥଳରେ ଜରିମାନା କାଟିବାକୁ ମନା କରିବେ, ସେମାନଙ୍କୁ ଜବରଦସ୍ତ ନ କରି ତାଙ୍କ ଗାଡ଼ି ନମ୍ବରରେ ଘରକୁ ଡାକରେ ଚାଲାଣ ପଠାଯିବ ବୋଲି କମିଶନର କହିଛନ୍ତି।

କମିଶନରେଟ ପୋଲିସ ମୁଖ୍ୟାଳୟଠାରେ କମିଶନର ଷଡ଼ଙ୍ଗୀ ଏ ସମ୍ପର୍କରେ ସୂଚନା ଦେଇ କହିଲେ, ଏଣିକି ନିୟମ ଉଲ୍ଲଂଘନକାରୀ ଆଉ ଖସି ପାରିବେ ନାହିଁ। ତେଣୁ ରାଜ୍ୟରେ ପ୍ରଥମଥର ଭୁବନେଶ୍ୱରର ରୁପାଲି ଛକରେ ଟିଭିଡିଏସ୍‌ ମେଶିନ (ଟ୍ରାଫିକ ଭାଓଲେଟ୍‌ର ଡିଟେକ୍ସନ ସିଷ୍ଟମ ବା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିପାରୁଥିବା ସ୍ବୟଂଚାଳିତ ମେଶିନ) ଲଗାଯାଇଛି। ପୋଲିସ ଉଲ୍ଲଂଘନକାରୀଙ୍କୁ ନ ଧରି ପାରିଲେ ଏହି ମେଶିନ ସିସିଟିଭି କ୍ୟାମେରା ମାଧ୍ୟମରେ ଚିହ୍ନଟ କରିବା ପରେ ଉକ୍ତ ଗାଡ଼ି ନମ୍ବର ଅନୁଯାୟୀ ଘରେ ଚାଲାଣ ପହଞ୍ଚତ୍ୟିବ। ସେହିଭଳି ଅନ୍ୟ କୌଣସି ସ୍ଥାନରେ ଯଦି ଉଲ୍ଲଂଘନକାରୀ ଜରିମାନା ନ ଦେଇ ଖସି ଯିବାକୁ ଚେଷ୍ଟା କରିବେ, ଟ୍ରାଫିକ ପୋଲିସ ପୋଷାକରେ ଲାଗୁଥିବା ବଡ଼ି କ୍ୟାମେରା ସେମାନଙ୍କୁ ଧରିବ। ପୋଲିସ କଣ୍ଟ୍ରୋଲ ରୁମ୍‌ରୁ ସିସିଟିଭି ମାଧ୍ୟମରେ ମଧ୍ୟ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯିବ। ଇ-ମେଶିନ ସାହାଯ୍ୟରେ ସମସ୍ତ ଚାଲାଣ କଟାଯିବ। ଘରେ ଚାଲାଣ ପହଞ୍ଚତ୍ବା ପରେ ଗାଡ଼ି ମାଲିକ କମିଶନରେଟ ପୋଲିସ ମୁଖ୍ୟାଳୟରେ ଜରିମାନା ପୈଠ କରିବେ। ଏଥିଲାଗି ସେଠାରେ ଏକ କାଉଣ୍ଟର ଖୋଲାଯିବ। ଯଦି ବି ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ରାଶି ପୈଠ ନ କଲେ, ତେବେ ଚାଲାଣ ଯାଇଥିବା ଗାଡି ନମ୍ବରରେ ତାହା ଯୋଡ଼ି ହୋଇଯିବ। ଯେତେ ବିଳମ୍ବ କରିବେ ଓ ପରବର୍ତ୍ତୀ ସମୟରେ ବି ଯେତେଥର ଜରିମାନା ନ ଦେବାକୁ ଚେଷ୍ଟା କରିବେ ତାହା ବଢି ବଢି ଯିବ। ଯେତେବେଳେ ଗାଡ଼ି କାଗଜପତ୍ର କରିବାକୁ ଆର୍‌ଟିଓ ଅଫିସ୍‌କୁ ଯିବେ, ସେତେବେଳେ ଜରିମାନା ସୁଧମୂଳ ସହ ଦେବାକୁ ପଡିବ। ନଚେତ ଗାଡ଼ି କାଗଜପତ୍ର ହୋଇପାରିବ ନାହିଁ ବୋଲି କମିଶନର ଷଡ଼ଙ୍ଗୀ ସତର୍କ କରାଇଦେଇଛନ୍ତି।

୩ ବର୍ଷରେ ଟ୍ରାଫିକ ପୋଷ୍ଟରୁ ପୋଲିସ ପ୍ରତ୍ୟାହାର ଲକ୍ଷ୍ୟ
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ରବିବାରଠାରୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ରୁପାଲି ଛକରେ ଟିଭିଡିଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପରେ ଏହା ରାଜଧାନୀର ଆଉ ୮ ପ୍ରମୁଖ ଛକରେ ଲଗାଯିବ। ଏହାସହ ଆଗାମୀ ୩ବର୍ଷ ମଧ୍ୟରେ ଟ୍ରାଫିକ ପୋଷ୍ଟରୁ ପୋଲିସ ପ୍ରତ୍ୟାହାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଲୋକଙ୍କୁ ଭୟଭୀତ ହେବାର ନାହିଁ। ଟ୍ରାଫିକ ନିୟମ ମାନି ଗାଡି ଚଳାନ୍ତୁ। ପୋଲିସ ପକ୍ଷରୁ ଧୀରେ ଧୀରେ କାର୍ଯ୍ୟାନୁଷ୍ଠାନ ବଢିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri