Posted inଖେଳ

ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ: ହରମନପ୍ରୀତ

ବେଙ୍ଗାଲୁରୁ, ୧।୮- ୨୦୨୦ ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ଜାପାନରେ ଅନୁଷ୍ଠିତ ହେବ। ଏଥିପାଇଁ ନିୟମିତ ଅଧିନାୟକ ମନପ୍ରୀତ ସିଂଙ୍କ ସମେତ କେତେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ଯୁବ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂଙ୍କୁ ନେତୃତ୍ୱଭାର ପ୍ରଦାନ କରାଯାଇଛି। ୨୦୧୫ ମେରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାପାନ ବିପକ୍ଷ ଟେଷ୍ଟ ସିରିଜରେ ସିନିୟର ସ୍ତରରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହରମନପ୍ରୀତ ଏବେ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ଡିଫେଣ୍ଡର/ଡ୍ରାଗ୍‌ଫ୍ଲିକର। ଏବେ ତାଙ୍କୁ ଯେଉଁ ନୂଆ ଦାୟିତ୍ୱ ମିଳିଛି ସେଥିପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି ହରମନପ୍ରୀତ।
ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ମାଲେସିଆ, ନ୍ୟୁଜିଲାଣ୍ଡ ଓ ଆୟୋଜକ ଜାପାନ। ”ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଛି ବୋଲି ଯେତେବେଳେ କୁହାଗଲା ସେତେବେଳେ ମୁଁ ବିସ୍ମିତ ହୋଇ ଯାଇଥିଲି। ଏହା ମୋ ପାଇଁ ଏକ ବଡ଼ ସମ୍ମାନ ଏବଂ ଦାୟିତ୍ୱ ମଧ୍ୟ। ମୁଁ ଅତ୍ୟନ୍ତ ଖୁସି ଅଛି ଏବଂ ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ“ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି। ୨୦୧୬ ଜୁନିୟର ହକି ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ହରମନପ୍ରୀତ। ଏହା ବ୍ୟତୀତ ୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳର ସେ ଅନ୍ୟତମ ଯୁବ ଖେଳାଳି ଥିଲେ। ଏହାପରେ ଲଣ୍ଡନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ସେ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିଲେ। ଏଫଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଐତିହାସିକ ରୌପ୍ୟ ପଦକ ହାସଲ କରିଥିଲା ଏବଂ ହରମନପ୍ରୀତ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ଏହା ପରଠାରୁ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ତାଙ୍କ ପ୍ରଦର୍ଶନ ଭାରତକୁ ଫାଇଦାରେ ରଖି ଆସିଛି। ”ଅତୀତକୁ ଦେଖିଲେ ମୁଁ ନିଜକୁ ଭାଗ୍ୟବାନ ମନେକରେ, କାରଣ ସେତେବେଳେ ଭାରତୀୟ ଦଳରେ ସର୍ଦ୍ଦାର ସିଂ ଓ ଭି.ଆର. ରଘୁନାଥଙ୍କ ପରି ଅଭିଜ୍ଞ ଖେଳାଳି ଥିଲେ। ସେମାନଙ୍କଠାରୁ ମୁଁ ଅନେକ କିଛି ଶିଖିଛି। ବିଶେଷ କରି ଚାପ ପରିସ୍ଥିତିକୁ କିପରି ହାତେଇବାକୁ ପଡ଼େ ତାହା ମୁଁ ସିନିୟରମାନଙ୍କଠାରୁ ଶିକ୍ଷଲାଭ କରିଛି“ ବୋଲି ହରମନପ୍ରୀତ କହିଛନ୍ତି।
ଜାପାନ ଟୁର୍ନାମେଣ୍ଟରେ ବିଜୟ ହାସଲ ଭାରତର ଏକମାତ୍ର ଲକ୍ଷ୍ୟ ହେବ। ମାଲେସିଆ, ଜାପାନ ଓ ନ୍ୟୁଜିଲାଣ୍ଡ ବହୁତ ଭଲ ଦଳ। ମାତ୍ର ଆମେ ଦଳଗତ ପ୍ରଦର୍ଶନ ଭିତ୍ତିରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବୁ। ନିଜଟରେ ମାଲେସିଆ ଏକ ମ୍ୟାଚରେ ଜର୍ମାନୀକୁ ପରାସ୍ତ କରିଥିଲା। ଜାପାନର ନିକଟ ଅତୀତ ପ୍ରଦର୍ଶନ ବହୁତ ଭଲ। ସେହିପରି ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭଲ ଅଭିଜ୍ଞତା ଲାଭକରି ନ୍ୟୁଜିଲାଣ୍ଡ ଏହି ଇଭେଣ୍ଟ ଖେଳିବାକୁ ଯାଉଛି। ଭାରତୀୟ ଦଳରେ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ଯୁବ ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ସେମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ସ୍ବତନ୍ତ୍ରଭାବେ ଗୋଲକିପର୍ସ କ୍ୟାମ୍ପ ଏବଂ ଡିଫେଣ୍ଡର୍ସରେ ଭାଗନେଇ ନିଜକୁ ଭଲଭାବେ ପ୍ରସ୍ତୁତ କରିଛୁ। ପ୍ରତି ମ୍ୟାଚରେ ବିଜୟ ଆମର ଏକମାତ୍ର ଲକ୍ଷ୍ୟ ରହିବ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri