ନୂଆବର୍ଷ ପାଇଁ ସଜେଇ ହେଉଛି ପୁରୀ: ଆକର୍ଷଣୀୟ ହେବ ସିଂହଦ୍ୱାର ଶେଡ୍‌

ପୁରୀ ଅଫିସ, ୨୫ା୧୨:ଆସୁଛି ନୂଆବର୍ଷ। ସଜେଇ ହେଉଛି ପୁରୀ। ଭକ୍ତ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ପର୍ଯ୍ୟଟନ ସହର। ବିଶେଷକରି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ପ୍ରକାର ସମସ୍ୟାରେ ନ ପଡନ୍ତି ତାହା ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ। ଏଥିପାଇଁ ଏକାଧିକ ପ୍ରକଳ୍ପ କାମ ଆଗେଇ ଚାଲିଛିି। ନୂଆବର୍ଷରେ ସିଂହଦ୍ୱାର ଅଞ୍ଚଳକୁ ଦିଆଯିବ ନୂଆ ରୂପ। ଏଥିନିମନ୍ତେ ଆକର୍ଷଣୀୟ ସାଜସଜ୍ଜା କରାଯାଉଛିି। ନୂତନ ବ୍ୟାରିକେଡ ଏବଂ ଶେଡ୍‌ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛିି। ମଙ୍ଗଳବାର ଶେଡ୍‌ ଉପରେ କଭର ପକାଯାଉଥିବାବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ। ତେବେ ଯେତେ ପ୍ରକାର ସାଜସଜ୍ଜା କରାଯାଉଛି ସେଥିମଧ୍ୟରୁ ଶେଡ୍‌ ସବୁଠୁ ଅଧିକ ଆକର୍ଷଣୀୟ ହେବ ବୋଲି ଜଣାପଡିଛିି।
ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛିି। ତେଣୁ ଏହି ଆଦେଶକୁ ପାଳନ କରିବା ଲାଗି ଜିଲା ପ୍ରଶାସନ, ଶ୍ରୀମନ୍ଦିର ଏବଂ ପୋଲିସ ପ୍ରଶାସନ ସମସ୍ତେ ଲାଗିପଡିଛନ୍ତିି। ଯାତାୟାତ ନିମନ୍ତେ ବଡ଼ଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛିି। ନିର୍ମାଣାଧୀନ ନୂତନ ବ୍ୟାରିକେଡ ପ୍ରବେଶ ପଥରେ ଯଥା ସମ୍ଭବ ଗହଳି କମାଇବା ପାଇଁ ଭିଆଇପି ଗାଡି ଉପରେ କଟକଣା ଲଗାଯାଇଛିି। ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବଡ଼ଦାଣ୍ଡ ମଝିରେ ପାଦଚଲା କରିଡର କରାଯାଇଛିି। ମରିଚିକୋଟ ଛକଠାରୁ ଏହା ମଧ୍ୟରେ ଭକ୍ତମାନେ ଚାଲି ଚାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ସେହିପରି ଭିଆଇପି ଗାଡିଗୁଡିକ ମରିଚିକୋଟ ଛକଠାରୁ ଆଗକୁ ଯାଇପାରିବେ ନାହିଁି। ମରିଚିକୋଟ ଛକରେ ଓହ୍ଲାଇ ବ୍ୟାଟେରି ଅଟୋରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇପାରିବେ। ସେହିପରି ଭକ୍ତଙ୍କ ପାଇଁ ସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ କାମ ଚାଲିଥିବାବେଳେ ପାନୀୟ ଜଳ, ଶୌଚାଳୟ ସୁବିଧା ମଧ୍ୟ କରାଯାଇଛିି। ମଙ୍ଗୁ ମଠ ବ୍ୟବସାୟିକ କୋଠା ଉଚ୍ଛେଦ ପରେ ସେଥିରେ ଟାଇଲ ପକାଯାଇଛିି। ସବୁଜ ବଳୟ ସୃଷ୍ଟି ଲାଗି ଗଛ କୁଣ୍ଡିଆ ସଜାଇ ରଖାଯାଇଥିବା ବେଳେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ମଧ୍ୟ ହୋଇଛିି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ସିଂହଦ୍ୱାର ଅଞ୍ଚଳରେ ଏଭଳି ସାଜସଜ୍ଜାକୁ ଦେଖି ଖୁସି ହେଉଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri