ନୂଆବର୍ଷରେ ଏହି ୫ଟି କାର୍ଯ୍ୟ କଲେ ପ୍ରାପ୍ତି ହେବ ସୌଭାଗ୍ୟ

ଆଉ କିଛି ସମୟ ପରେ ଚଳିତବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକମାନେ ବେଶ୍‌ ଉତ୍କଣ୍ଠାର ସହ ନିଜ ନିଜ ଡେଷ୍ଟିନେଶନ୍‌ରେ ସେଲିବ୍ରେସନ୍‌ କରି ରାତି ୧୨ଟାକୁ ଅପେକ୍ଷା କରି ରହିଛନ୍ତି। ବର୍ଷସାରା ଭଲରେ କଟିବା ପାଇଁ ଏହି ଦିନରେ ଲୋକମାନେ ନିଜେ ନିଜ ସହ ଦୃଢ଼ପ୍ରତିଜ୍ଞା କରିଥାନ୍ତି। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ନୂଆବର୍ଷରେ କିଛି ଏଭଳି କାର୍ଯ୍ୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।
ଟଙ୍କା ନେଣଦେଣ: ଜ୍ୟୋତିଷଶାସ୍ତ୍ର ଅନୁସାରେ ନୂଆବର୍ଷରେ ଋଣ ନେଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ। କାରଣ ଏମିତି କଲେ ବର୍ଷସାରା ଆପଣ ଅନ୍ୟମାନଙ୍କଠାରୁ ଋଣ ନେଉଥିବେ ବୋଲି କୁହାଯାଏ। ତେଣୁ ଏହି ଦିନରେ କାହାରିଠାରୁ ଆପଣ ଉଧାରି ନିଅନ୍ତୁ ନାହିଁ।
ପର୍ସରେ ରଖନ୍ତୁ ଟଙ୍କା: ବର୍ଷର ଆରମ୍ଭରୁ ଯଦି ପର୍ସ ଖାଲି ରହିଥାଏ ତେବେ ଏହାକୁ ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ବର୍ଷସାରା ଧନର ସମସ୍ୟା ରହିଥାଏ।
ଆଲମାରିରେ ରଖନ୍ତୁ ଟଙ୍କା: ଯେପରି ପର୍ସ ଖାଲି ରଖିବା ଅଶୁଭ ହୋଇଥାଏ, ସେହିଭଳି ଆଲମାରିରେ ଟଙ୍କା ନ ରଖିବା ମଧ୍ୟ ଅଶୁଭ ବୋଲି କୁହାଯାଏ। ତେଣୁ ବର୍ଷ ଆରମ୍ଭ ଦିନରୁ ସେଠାରେ ଟଙ୍କା ନିଶ୍ଚୟ ରଖନ୍ତୁ। ଯାହାଦ୍ୱାରା ବର୍ଷସାରା ଆର୍ଥିକ ସ୍ଥିତି ସନ୍ତୁଳନ ହୋଇ ରହିବ।
ଭଙ୍ଗା ଜିନିଷ: ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ ଅନୁସାରେ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅର୍ଦ୍ଧଭଙ୍ଗା ବା ସମ୍ପୂର୍ଣ୍ଣ ଭଙ୍ଗା କାଚ, ଭଙ୍ଗା ଖଟ, ଅଦରକାରୀ ବାସନ, ବନ୍ଦ ଘଡି, ଭଙ୍ଗା ମୂର୍ତ୍ତି, ଆସବାବପତ୍ର ଇଲେକ୍‌ଟ୍ରୋନିକ୍ସ୍‌ ଜିନିଷ ଆଦି ରଖିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଏଥିସହ ପରିବାର ଲୋକଙ୍କ ମାନସିକ ଦୁଶ୍ଚିନ୍ତା ଲାଗି ରହିଥିବା ବେଳେ ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧା ଉପୁଜିଥାଏ ବୋଲି ବିଶ୍ୱାସ ରହିଛି। କେବଳ ସେତିକି ନୁହେଁ ଏହାଦ୍ୱାରା ସ୍ବାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ନୂଆବର୍ଷରେ ଏହି ସବୁ ଜିନିଷକୁ ଘରୁ କାଢ଼ି ଦିଅନ୍ତୁ। ଦେଖିବେ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହ ସୁଖ, ଶାନ୍ତି ଓ ଧନଧାନ୍ୟରେ ଘର ପୂରି ଉଠିବ।
ଦାନ: ବର୍ଷସାରା ମା’ ଅନ୍ନପୂର୍ଣ୍ଣାଙ୍କ କୃପା ଚାହୁଁଛନ୍ତି ତେବେ ଏହି ଦିନ କୌଣସି ଗରିବଙ୍କୁ ସାଢ଼େ ୫କିଲୋ ଗହମ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ବର୍ଷସାରା ଧନଧାନ୍ୟର ଅଭାବ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri