Posted inଜାତୀୟ

ନୁହେଁ ମୁଁ ପରମାତ୍ମା ଅବା ଧର୍ମରାଜ; ମାର୍ଚ୍ଚ ୩ରେ ବି ହେବନି ଫାଶୀ: ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ

ନୂଆଦିଲ୍ଲୀ,୧୮।୨: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ଗତ ୪୧ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏଭଳି ଓ୍ବାରେଣ୍ଟ୍‌ ଜାରି ହୋଇଛି। ତେବେ ଏହାକୁ ନେଇ ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ କହିଛନ୍ତି ଯେ, ମାର୍ଚ୍ଚ ୩ରେ ମଧ୍ୟ ଫାଶୀ ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ଜଣେ ଦୋଷୀଙ୍କ ପାଖରେ ରାଜକ୍ଷମା ଏବଂ କ୍ୟୁରେଟିଭ୍‌ ପିଟିଶନ ବିକଳ୍ପ ବାକି ରହିଛି। ତେବେ ଦୋଷୀଙ୍କ ପରିବାର ବର୍ଗଙ୍କ ସହିତ କଥାବାର୍ତ୍ତା ହେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରାଯିବ। କେତେ ଦିନ ପର୍ଯ୍ୟନ୍ତ ଫାଶୀକୁ ଟାଳି ହୋଇପାରିବ ବୋଲି ପ୍ରଶ୍ନର ଉତ୍ତରରେ ଏ.ପି. ସିଂ କହିଛନ୍ତି ଯେ, ମୁଁ ପରମାତ୍ମା ନୁହେଁ କିମ୍ବା ଧର୍ମରାଜ ନୁହେଁ। ତେବେ ଦୋଷୀଙ୍କ ସୁବିଧା ତଥା ଭାରତର ସମ୍ବିଧାନ ଆଧାରରେ ମୁଁ କେବଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବି। ସୂଚନାଯୋଗ୍ୟ, ଦୋଷୀଙ୍କ ବିରୋଧରେ ଏକ ଲୁଟ ମାମଲାରେ ଦିଲ୍ଲୀ ହାଇକୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ୍‌ କରାଯାଇଥିବା ମାମଲା ଏବେ ହାଇକୋର୍ଟରେ ବିଚାରାଧିନ ରହିଛି। ସେହିପରି ୨୦୧୮ ଜେଲ୍‌ ମାନୁଆଲ୍‌ ଅନୁସାରେ ଦୋଷୀଙ୍କ ପାଖରେ ଯେପର୍ଯ୍ୟନ୍ତ କୌଣସି ଆଇନଗତ ବିକଳ୍ପ ରହିଛି ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। ସେହିପରି ରାଜକ୍ଷମା ଖାରଜ ହେବା ପରେ ମଧ୍ୟ ୧୪ ଦିନର ସମୟ ଦିଆଯିବାର ଆଇନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ,୧୦।୯:ବହୁଜନ ସମାଜ ପାର୍ଟି(ବିଏସପି)ସଭାପତି ମାୟାବତୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ମାଫିଆ କିମ୍ବା ବାହୁବଳୀ ନେତା ଟିକେଟ...

୫ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିଶେକ

କୋଲକାତା,୧୧ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଦିନ ପାଖେଇ ଆସୁଛି । ବୁଧବାର ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା...

ମଧ୍ୟପ୍ରଦେଶ: ପିକ୍‌ଅପ୍‌ ଭ୍ୟାନ ଓଲିଟି ୧୦ ଶ୍ରମିକ ମୃତ

ଶିବପୁରୀ,୧୪।୧୧-ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶିବପୁରୀ ଜିଲାର ତେହେରୀ ମୁଖ୍ୟାଳୟ ପୋହରୀ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟି ପଡ଼ିବାରୁ ୧୦...

ଅଧା ଭାରତରେ ଜଳ ପ୍ରଳୟ: କର୍ନାଟକ-ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ, ୮।୮: ଅଧା ଭାରତରେ ଏବେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ତେବେ କର୍ନାଟକ ଓ ମହାରାଷ୍ଟ୍ରରେ ସ୍ଥିିତି ଅଧିକ ଗମ୍ଭୀର ରହିଛି। କେତେକ...

ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ପାର୍ଲାମେଣ୍ଟ କମ୍ପିଲା

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ର ଘରୋଇକରଣ ଏବଂ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରି ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଗୁରୁବାର ପ୍ରବଳ ହୋ-ହଲ୍ଲା କରିଥିଲେ।...

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ …

ନୂଆଦିଲ୍ଲୀ, ୧୩।୩ : ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ପାଳିରେ ସାଧାରଣ ବଜେଟ ଏବଂ ଫାଇନାନ୍ସ...

ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ, ୪ ହଜାର ଭିଡ଼ରେ ମାତ୍ର ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ…

ନୂଆଦିଲ୍ଲୀ,୨୬।୧୦: ଲଖିମପୁର ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ ଲାଗିଛି। ଶୀର୍ଷ ଅଦାଲତ କହିଛନ୍ତି ଯେ, ଏହି ମାମଲାରେ ଘଟଣାସ୍ଥଳରେ ୪-୫...

Advertisement
Archives

Model This Week